ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ କ୍ରିକେଟରେ ଜଣେ ବିସ୍ମୟ ସୃଷ୍ଟି ହୋଇଛନ୍ତି। ସମସ୍ତଙ୍କ ମୁହଁରେ ଏବେ ତାଙ୍କର ଆଲୋଚନା। ସେ ହେଉଛନ୍ତି ୧୫ ବର୍ଷିୟ ବୈଭବ ସୂର୍ଯ୍ୟବଂଶୀ। କମ୍ ବୟସରେ ସେ ବଡ଼ ବିସ୍ଫୋରଣ କରିଛନ୍ତି। ତାଙ୍କର ବ୍ୟାଟିଂର ଜଲୱାରେ ସମସ୍ତେ ଦିୱାନା ପାଲଟି ଯାଇଛନ୍ତି। ବିଶ୍ୱର ବଡ଼ ବଡ଼ ବୋଲରଙ୍କୁ ଶକ୍ତ ପ୍ରହାର କରି ବଲକୁ ବାଉଣ୍ଡରୀ ପାର କରିବାରେ ପାଲଟିଛନ୍ତି ମାହିର। ରାଜସ୍ତାନ ରୟାଲ୍ସର ଓପନର ଆଇପିଏଲ ୧୦୧୬ରେ କରିଛନ୍ତି କମାଲ। ସେ ଏହି ସିଜନରେ ୧୬ଟି ମ୍ୟାଚରେ ୭୭୬ ରନ କରିଛନ୍ତି , ଯେଉଁଥିରେ ୨୩୭.୩୦ ରହିଛି ତାଙ୍କର ଷ୍ଟ୍ରାଇକ୍ ରେଟ୍। ସବୁଠୁ କମ୍ ବୟସରେ ସେ ଅରେଞ୍ଜ କ୍ୟାପ୍ ଜିତିବାର ଗୌରବ ହାସଲ କରିଛନ୍ତି। ତାଙ୍କର ବ୍ୟାଟରୁ ୭୨ଟି ଛକା ଛୁଟିଛି , ଯାହାକି ନୂଆ ରେକର୍ଡ। ସୂର୍ଯ୍ୟବଂଶୀଙ୍କୁ ଭାରତର ସିନିୟର ଟିମରେ ସାମିଲ କରିବାକୁ ଚର୍ଚ୍ଚା ଜୋର ଧରିଛି।
ଆହୁରି ମଧ୍ୟ ପଢନ୍ତୁ : ଆଇପିଏଲ ବ୍ୟାନ୍, ତଥାପି ପାକିସ୍ତାନରେ ବୈଭବ ସୂର୍ଯ୍ୟବଂଶୀଙ୍କ ଚାଲିଛି ଜୋରଦାର ପ୍ରଶଂସା
ବିସିସିଆଇର ପୂର୍ବତନ ଚିଫ୍ ସିଲେକ୍ଟର ଏମଏସକେ ପ୍ରସାଦ ମଧ୍ୟ ସୂର୍ଯ୍ୟବଂଶୀଙ୍କୁ ଖୁବ ଶୀଘ୍ର ଟିମ୍ ଇଣ୍ଡିଆରେ ଏଣ୍ଟ୍ରି ଦେବାକୁ ଦାବି କରିଛନ୍ତି। ସେ ଆଇପିଏଲର ୧୯ତମ ସିଜନର ଶେଷ ହବା କ୍ଷଣି କହିଛନ୍ତି , ଏହି ଯୁବ ଓପନରଙ୍କୁ ଆୟରଲାଣ୍ଡ ଗସ୍ତରେ ଚୟନ କରାଯିବା ଉଚିତ୍। ଭାରତ ୨୬ ଜୁନରୁ ଆୟରଲାଣ୍ଡ ବିରୋଧରେ ଦୁଇଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଖେଳିବ।
ଖୁବ୍ ଶୀଘ୍ର ଭାରତ ପାଇଁ ଖେଳିବେ !
ପିଟିଆଇକୁ ପ୍ରସାଦ କହିଛନ୍ତି – ସେ ( ସୂର୍ଯ୍ୟବଂଶୀ) କେବଳ ଜଣେ ଅସାଧାରଣ ପ୍ରତିଭା ନୁହେଁ , ସେ ଟି-୨୦ କ୍ରିକେଟରେ ୱାର୍ଲ୍ଡର ବେଷ୍ଟ ଖେଳାଳିଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ। ତାଙ୍କୁ ତୁରନ୍ତ ଭାରତୀୟ ଟିମ୍ରେ ସାମିଲ କରାଯିବା ଉଚିତ୍। ଇଣ୍ଡିଆନ-ଏ ସହ ଶ୍ରୀଲଙ୍କା ଗସ୍ତ ପରେ ତାଙ୍କୁ ଆୟରଲ୍ୟାଣ୍ଡ ବିରୋଧରେ ସିରିଜ ପାଇଁ ଭାରତୀୟ ଟିମ୍ରେ ଚୟନ କରାଯିବା ଉଚିତ୍। ମୋର ଆଶା ଯେ, ତାଙ୍କୁ ଭାରତର ସିନିୟର ଟିମରେ ଚୟନ କରାଯାଇ ପାରେ। ମୋର ପୂରା ବିଶ୍ୱାସ ଯେ, ସେ ଶ୍ରୀଲଙ୍କାରେ ଭାରତ ପକ୍ଷରୁ ଭଲ ପ୍ରଦର୍ଶନ କରିବେ। ତାଙ୍କୁ ଅପେକ୍ଷା କରେଇବାର କୌଣସି ଅର୍ଥ ନାହିଁ। ସେ ଶୀଘ୍ର ଭାରତ ପାଇଁ ଖେଳିବେ ଏବଂ ଦୀର୍ଘ ଦିନ ଯାଏ ଖେଳି ଚାଲିବେ। ସେ କହିଛନ୍ତି - ଇଣ୍ଡିଆ ୱାନ୍ ପାଇଁ ଖେଳିବା ଏବଂ ତା'ପରେ ଟିମ୍ ଇଣ୍ଡିଆ ପାଇଁ ଖେଳିବା ସାଧାରଣ କଥା। ହେଲେ ବିଶ୍ୱର ବେଷ୍ଟ ଟିମ୍ ଗୁଡ଼ିକ ମଧ୍ୟରେ ହାଇ ପ୍ରେସର ଆଇପିଏଲ ଖେଳିବା ଭାରତୀୟ ଟିମରେ ସ୍ଥାନ ବନାଇବା ସବୁଠୁ ଭଲ ଉପାୟ । ମୋର ଅନୁମାନ ସିଲେକ୍ଟର୍ସ ମଧ୍ୟ ଏହି ଲାଇନକେ ଭାବୁଛନ୍ତି।
ସୂର୍ଯ୍ୟବଂଶୀ ବଡ଼ ସରପ୍ରାଇଜ୍ ପ୍ୟାକେଜ୍ –
ପୂର୍ବତନ ସିଲେକ୍ଟର ସୂର୍ଯ୍ୟବଂଶୀଙ୍କୁ ଟି-୨୦ ବ୍ୟତୀତ ଅନ୍ୟ ଫର୍ମାଟରେ ମଧ୍ୟ ଚେଷ୍ଟା କରିବାକୁ ପରାମର୍ଶ ଦେଇଛନ୍ତି। ପ୍ରସାଦ କହିଛନ୍ତି , ସେ ଇଣ୍ଡିଆ ନୁହେଁ , ବିଶ୍ୱର ବେଷ୍ଟ ଖେଳାଳିଙ୍କ ମଧ୍ୟରେ ଜଣେ। ସେ ଜଣେ ବଡ଼ ସରପ୍ରାଇଜ୍ ପ୍ୟାକେଜ। ତାଙ୍କୁ ଇଣ୍ଡିଆ ପାଇଁ ଟି-୨୦ ଇଣ୍ଟରନ୍ୟାସନାଲ ଖେଳିବା ଉଚିତ , କିନ୍ତୁ ଦୁଇ ବର୍ଷ ଯାଏ ତାଙ୍କ ଉପରେ ଭଲ ଭାବେ ନଜର ରଖିବା ଉଚିତ୍। ତାଙ୍କୁ ଧିରେ ଧିରେ ଟି-୨୦ରୁ ଆରମ୍ଭ କରି ୱାନଡେ ଓ ଅନ୍ୟ ଫର୍ମାଟରେ ଖେଳିବା ଉଚିତ୍। ଲମ୍ୱା ଫର୍ମାଟ ଖେଳିବାର ଦକ୍ଷତା ତାଙ୍କ ଠାରେ ଅଛି , କାରଣ ସେ ଦେଖାଇ ଦେଇଛନ୍ତି , ସେ ବିଶ୍ୱର ବେଷ୍ଟ ଖେଳାଳିଙ୍କୁ ବି ପାଣି ପିଆଇ ଦେଇ ପାରିବେ। ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଲା , ସେ ଖେଳକୁ ଭଲ ଭାବେ ବୁଝି ପାରୁଛନ୍ତି। ପ୍ରସାଦ ଏହା ସହ କହିଛନ୍ତି , ସୂର୍ଯ୍ୟବଂଶୀଙ୍କ ଏବେ ଭଲ ଭାବେ ଦାୟିତ୍ୱ ନେବା ଖୁବ୍ ଜରୁରୀ। ସେ କହିଛନ୍ତି , ମୋ ମତରେ ତାଙ୍କୁ କିଛି ସମୟ ପାଇଁ ଭିଭିଏସ ଲକ୍ଷ୍ମଣ କିମ୍ୱା ରାହୁଲ ଦ୍ରାବିଡଙ୍କ ମାର୍ଗଦର୍ଶନରେ ରହିବା ଉଚିତ୍।ସେ ହିଁ ଏମିତି ଲୋକ , ଯିଏ ତାଙ୍କୁ ବିନମ୍ରତା ଜାରି ରଖିବା ଶିଖାଇ ପାରିବେ। ଏହି ସ୍ତରରେ ତାଙ୍କର କ୍ୟାରିୟରକୁ ସଠିକ୍ ଦିଗ ଦେବାକୁ ଏହା ଜରୁରୀ।
ଆହୁରି ମଧ୍ୟ ପଢନ୍ତୁ : ବୈଭବଙ୍କ ପାଇଁ ଭାବୁକ ପୋଷ୍ଟ କଲେ ଲକ୍ଷ୍ନୌ ଟିମର ମାଲିକ
ଦେଖନ୍ତୁ ଭିଡ଼ିଓ : RCBର ଲକି କ୍ୟାପଟେନ Rajat Patidar,ମ୍ୟାଚ ପାଇଁ ଘୁଞ୍ଚାଇଥିଲେ ବାହାଗର, ଅନସୋଲ୍ଡରୁ ହେଲେ ସଫଳ କ୍ୟାପଟେନ