ନୂଆଦିଲ୍ଲୀ: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ ବନିଛନ୍ତି ସମସ୍ତ କ୍ରିକେଟପ୍ରେମୀ । ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ସମସ୍ତଙ୍କୁ ଚଳିତ କରିଛି । ପାକିସ୍ତାନରେ ମଧ୍ୟ ଏହି ଯୁବ କ୍ରିକେଟରଙ୍କୁ ପ୍ରଶଂସା କରଯାଉଛି । ଚଳିତ ଆଇପିଏଲରେ ଯେଭଳି ପ୍ରଦର୍ଶନ କରିଛନ୍ତି ବିପକ୍ଷ ଦଳର ମାଲିକ ମଧ୍ୟ ପ୍ରଶଂସାରେ ଶତମୁଖ ହୋଇଛନ୍ତି । ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ମାଲିକ ସଞ୍ଜୀବ ଗୋଏକା ଏକ ପୋଷ୍ଟ କରି ପ୍ରଶଂସା କରିଛନ୍ତି ।

ଆଇପିଏଲ ୨୦୨୬ର ଚାମ୍ପିୟନ ହୋଇଛି ଆରସିବି । ତଥାପି ଅନେକ ପୁରଷ୍କାର ଜିତିଛନ୍ତି ବୈଭବ ସୂର୍ଯ୍ୟବଂଶୀ । ତେବେ ଏହି ସଫଳତା ପରେ ଏକ ପୋଷ୍ଟ କରିଛନ୍ତି ଲକ୍ଷ୍ନୌ ମୁଖ୍ୟ ସଞ୍ଜୀବ ଗୋଏକା । ସେ ବୈଭବଙ୍କ ଏକ ପୁରୁଣା ଫଟୋ ଏବଂ ଏବେକାର ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି କି, ୯ ବର୍ଷ ପୂର୍ବେ ଷ୍ଟାଣ୍ଡରେ ପୁନେକୁ ସପୋର୍ଟ କରିବା ପାଇଁ ଉପସ୍ଥିତ ଥିବା ଛୋଟ ଫ୍ୟାନ୍ ଏବେ ଅରେଞ୍ଜ କ୍ୟାପର ଅଧିକାରୀ । ଏହା ଏକ ବିଶେଷ ସଫଳତା । ମୁଁ ନିଶ୍ଚିତ ଯେ, ଭାରତୀୟ ଜର୍ସିରେ ତାଙ୍କର ଆହୁରି ବଡ଼ ମାଇଲଖୁଣ୍ଟ ଅଛି । ତୁମେ ଏମିତି ଆଗକୁ ବଢ଼, ମୁଁ ତୁମ ପାଇଁ ଗର୍ବିତ ।

କହି ରଖୁଛୁ କି, ସଞ୍ଜୀବ ପୋଷ୍ଟ କରିଥିବା ଫଟୋ ୨୦୧୭ ମସିହାର । ୨ ବର୍ଷ ପାଇଁ ଆଇପିଏଲରେ ଭାଗ ନେଇଥିବା ପୁନେକୁ ସମର୍ଥନ କରି ଷ୍ଟାଡିମୟରେ ଉପସ୍ଥିତ ଥିଲେ ବୈଭବ । ସେ କୁନି ପିଲା ଥିବାବେଳେ ବାପାଙ୍କ ସହ ଯାଇଥିଲେ । ଆଉ ଚଳିତ ସିଜିନରେ କମାଲ ବ୍ୟାଟିଂ କରିଥିବାବେଳେ ଅରେଞ୍ଜ କ୍ୟାପର ଅଧିକାରୀ ହୋଇଛନ୍ତି । ସେ ୭୭୬ ରନ କରିଛନ୍ତି । ଏହାସହ ଚଳିତ ସିଜିନରେ ସର୍ବାଧିକ ଛକା ମାରିଛନ୍ତି । ୭୨ଟି ଛକା ମାରି ଇତିହାସ ରଚିଛନ୍ତି । ଗୋଟିଏ ଆଇପିଏଲ ସିଜିନରେ ସର୍ବାଧିକ ଛକା ମାରିବାର ରେକର୍ଡ ନିଜ ନାମରେ କରିଛନ୍ତି ।

ଏହାସହ ପଢ଼ନ୍ତୁ : ସଚିନ୍, କୋହଲି ନୁହେଁ: ଗାଭାସ୍କରଙ୍କୁ ସୁପରହିରୋ ମାନିଲେ ବୈଭବ