ନୂଆଦିଲ୍ଲୀ,୧୧/୦୨: ଟି-୨୦ ବିଶ୍ୱକପ୍ ଇତିହାସରେ ପ୍ରଥମ ଥର ପାଇଁ ଦୁଇ ଦୁଇଟି ସୁପର ଓଭର ପରେ ଗୋଟିଏ ମ୍ୟାଚ୍ ଫଇସଲା ହୋଇଛି। ଦକ୍ଷିଣ ଆଫ୍ରିକା ଦୁଇଟି ସୁପର ଓଭର ବିଶିଷ୍ଟ ଏକ ମ୍ୟାଚ୍ ରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲା। ପ୍ରଥମ ସୁପର ଓଭର ଶେଷରେ ଉଭୟ ଦଳ ୧୭ ରନ୍ ରେ ସମାନ ସ୍ଥିତିରେ ଥିଲେ। ଦ୍ୱିତୀୟ ସୁପର ଓଭରରେ, ଆଫଗାନିସ୍ତାନକୁ ୨୪ ରନ୍ ର ଟାର୍ଗେଟ ଦିଆଯାଇଥିଲା, କିନ୍ତୁ ସେମାନେ କେବଳ ୧୮ ରନ୍ କରିପାରିଥିଲେ।
ପ୍ରଥମ ସୁପର ଓଭର:
ଆଫଗାନିସ୍ତାନ ବ୍ୟାଟିଂ:
- ପ୍ରଥମ ବଲରେ ୪ ରନ୍ ମିଳିଥିଲା
- ଦ୍ୱିତୀୟ ବଲରେ ୬ ରନ୍
- ତୃତୀୟ ବଲରେ ୧ ରନ୍
- ଚତୁର୍ଥ ବଲରେ ୧ ରନ୍
- ପଞ୍ଚମ ବଲରେ ୪ ରନ୍
- ଷଷ୍ଠ ବଲରେ ୧ ରନ୍
ଦକ୍ଷିଣ ଆଫ୍ରିକା ବ୍ୟାଟିଂ:
- ପ୍ରଥମ ବଲରେ ୧ ରନ୍
- ଦ୍ୱିତୀୟ ବଲରେ ୬ ରନ୍
- ତୃତୀୟ ବଲରେ ଡେୱାଲ୍ଡ ବ୍ରେଭିସ୍ ଆଉଟ୍
- ଚତୁର୍ଥ ବଲରେ ୪ ରନ୍
- ୫ମ ବଲରେ ଡଟ୍
- ଷଷ୍ଠ ବଲରେ ୬ ରନ
ପ୍ରଥମ ସୁପର ଓଭର ଟାଇ ହୋଇଥିଲା, ଉଭୟ ଦଳ ୧୭ରନ କରିଥିଲେ। ପରେ ଆରମ୍ଭ ହୋଇଥିଲା ଦ୍ବିତୀୟ ସୁପରଓଭର:
ଦକ୍ଷିଣ ଆଫ୍ରିକାର ବ୍ୟାଟିଂ:
- ପ୍ରଥମ ବଲରେ ୬ ରନ୍
- ଦ୍ୱିତୀୟ ବଲରେ ୧ ରନ୍
- ତୃତୀୟ ବଲରେ ୨ ରନ୍
- ଚତୁର୍ଥ ବଲରେ ୬ ରନ୍
- ପଞ୍ଚମ ବଲରେ ୬ ରନ୍
- ଷଷ୍ଠ ବଲରେ ୨ ରନ୍
ଆଫଗାନିସ୍ତାନ ବ୍ୟାଟିଂ:
-ପ୍ରଥମ ବଲ୍ ଡଟ୍
-ମହମ୍ମଦ ନବି ଦ୍ୱିତୀୟ ବଲ୍ ରେ ଆଉଟ୍ ହୋଇଥିଲେ
-ତୃତୀୟ ବଲ୍ ରେ ଛଅ ରନ୍ ହୋଇଥିଲା
-ଚତୁର୍ଥ ବଲ୍ ରେ ଛଅ ରନ୍ ହୋଇଥିଲା
-ପଞ୍ଚମ ବଲ୍ ରେ ଛଅ ରନ୍ ହୋଇଥିଲା
-ରହମାନୁଲ୍ଲାହ ଗୁରବାଜ ଷଷ୍ଠ ବଲ୍ ରେ ଆଉଟ୍ ହୋଇଥିଲେ
ଦୁଇଟି ବଲ୍ ବିନା କୌଣସି ରନ୍ ଚାଲିଗଲା, କିନ୍ତୁ ରହମାନୁଲ୍ଲାହ ଗୁରବାଜ୍ ଲଗାତାର ତିନୋଟି ଛକା ମାରି ମ୍ୟାଚ୍ରେ ଉତ୍ସାହ ବୃଦ୍ଧି କରିଥିଲେ। ଦେଖାଯାଉଥିଲା ଯେ ଆଫଗାନିସ୍ତାନ ଜିତିବ, କିନ୍ତୁ ଶେଷ ବଲ୍ରେ ଗୁରବାଜ୍ ଆଉଟ୍ ହୋଇଗଲେ।