ନୂଆଦିଲ୍ଲୀ : କୋରିଆ ଉପଦ୍ୱୀପରେ ଉତ୍ତେଜନା ବୃଦ୍ଧି ପାଇଛି। ଉତ୍ତର କୋରିଆ ଆକ୍ରୋଶମୂଳକ ଭାବେ ନେଇଛି ପଦକ୍ଷେପ। ଏହି ଅନୁସାରେ ମଙ୍ଗଳବାର ସଡ଼କର ସେହି ଭାଗକୁ ନଷ୍ଟ କରି ଦେଇଛି , ଯାହାକି ଆଉ ବ୍ୟବହାର ଉପଯୋଗୀ ହୋଇ ନାହିଁ। ଏହି ସଡ଼କ ଦିନେ ଦକ୍ଷିଣ କୋରିଆକୁ ଯୋଡ଼ୁ ଥିଲା। ଦକ୍ଷିଣ କୋରିଆ ଏହାର ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ଡ୍ରୋନ୍ ଉଡାଇବାର ଦାବି କରିବା ପରେ, ସେ ଏହି ପଦକ୍ଷେପ ଉଠାଇଛି , ଯାହା ପରେ ଉଭୟ ପ୍ରତିଦ୍ୱନ୍ଦ୍ୱୀ ଦେଶ ମଧ୍ୟରେ ଉତ୍ତେଜନା ଆହୁରି ବଢିଯାଇଛି।
ରାସ୍ତାକୁ ନଷ୍ଟ କରିବା ପରେ ଦକ୍ଷିଣ କୋରିଆର ରୁଢିବାଦୀ ସରକାର ବିରୋଧରେ ଉତ୍ତର କୋରିଆର କ୍ରୋଧ ବୃଦ୍ଧି ପାଇଛି। ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ୍ ଉନ୍ ଦକ୍ଷିଣ କୋରିଆ ସହ ସମ୍ୱନ୍ଧକୁ ଶେଷ କରିବାରୁ ଆହ୍ୱାନ ଦେଇଛନ୍ତି । ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ କହିଛନ୍ତି ଯେ ରାସ୍ତା ଗୁଡ଼ିକୁ ବିସ୍ଫୋରକ ଦ୍ୱାରା ନଷ୍ଚ କରିବା ଜବାବରେ ଦକ୍ଷିଣ କୋରିଆର ସେନା ମଧ୍ୟ ଦକ୍ଷିଣ ସୀମାରେ ଫାୟାରିଂ କରିଛନ୍ତି।
ଦକ୍ଷିଣ କୋରିଆର ବୟାନରେ ଫାୟାରିଂ ନେଇ ବିସ୍ତୃତ ସୂଚନା ଦିଆଯାଇ ନାହିଁ। ଏବେ ଏହା ଜଣାପଡ଼ି ନାହିଁ ଯେ ଉତ୍ତର କୋରିଆ ଏହି ଫାୟାରିଂ ନେଇ କୌଣସି ଜବାବୀ କାର୍ଯ୍ୟାନୁଷ୍ଠାନ କରିଛି ନା ନାହିଁ । ଦକ୍ଷିଣ କୋରିଆ ନେତା କହିଛନ୍ତି କି ସେ ଆମେରିକା ସହ ନିଜର ପ୍ରସ୍ତୁତି ଓ ମନିଟରିଂକୁ ବଢାଉଛି। ଦକ୍ଷିଣ କୋରିଆର ସେନା ଦ୍ୱାରା ଉପଲବ୍ଧ ହୋଇଥିବା ଏକ ଭିଡ଼ିଓରେ ପଶ୍ଚିମୀ ସୀମାବର୍ତ୍ତୀ ସହର କିସୋଙ୍ଗର ନିକଟରେ ଏକ ରାସ୍ତାରେ ବିସ୍ଫୋରକ କାରଣରୁ ଧୂଆଁ ବାହାରିବା ଓ ଉତ୍ତର କୋରିଆର ଭଗ୍ନାବଶେଷକୁ ହଟେଇବା ପାଇଁ ଟ୍ରକ୍ ଓ ମେସିନ୍ ଗୁଡ଼ିକ ଯାଉଥିବାର ଦେଖାଯାଇଛି। ଆଉ ଏକ ଭିଡ଼ିଓରେ କୋରିଆର ପୂର୍ବ ସୀମାର ନିକଟରେ ଏକ ତଟୀୟ ରାସ୍ତାରୁ ଧୂଆଁ ବାହାରୁ ଥିବାର ଦେଖିବାକୁ ମିଳୁଛି।
ଉଲ୍ଲେଖନୀୟ ଯେ , ଉତ୍ତର କୋରିଆର ରାଜନୀତିକ ମେସେଜ୍ ଭାବେ ନିଜ ଲ୍ୟାଣ୍ଡରେ ବିଲ୍ଡିଂକୁ ନଷ୍ଟ କରିବାର ଇତିହାସ ରହିଛି। ସେ ୨୦୨୦ରେ ମଧ୍ୟ ଦକ୍ଷିଣ କୋରିଆ ଦ୍ୱାରା ନିର୍ମିତ ଏକ ସଂପର୍କ କାର୍ଯ୍ୟାଳୟର କୋଠାକୁ ଉଡ଼ାଇ ଦେଇଥିଲା, ଯାହାକି ଖାଲି ପଡ଼ିଥିଲା। ଉତ୍ତର କୋରିଆ ଦକ୍ଷିଣ କୋରିଆ ଉପରେ ଡ୍ରୋନ୍ ପଠାଇବାର ଅଭିଯୋଗ ଲଗେଇଛି ଏବଂ ଆଉ ଥରେ ଡ୍ରୋନ୍ ପଠାଇଲେ ଏହାର ଉଚିତ୍ ଜବାବ ଦେବାକୁ ଧମକ ଦେଇଛି। ଦକ୍ଷିଣ କୋରିଆ ଡ୍ରୋନ୍ ପଠାଯିବା କଥାକୁ ସ୍ପଷ୍ଟ ଭାବେ ମନା କରି ଦେଇଛି, କିନ୍ତୁ ଚେତାବନୀ ଦେଇଛି କି, ଯଦି ତାର ନାଗରିକଙ୍କ ସୁରକ୍ଷା ନେଇ ବିପଦ ସୃଷ୍ଟି ହୁଏ, ତ ଉତ୍ତର କୋରିଆକୁ ଏହାର ଫଳ ଭୋଗିବାକୁ ପଡ଼ିବ।