ନୂଆଦିଲ୍ଲୀ,୨୩।୬: ଦକ୍ଷିଣ କୋରିଆର ସେୟାର ବଜାରରେ ହାହାକାର। ମଙ୍ଗଳବାର ଷ୍ଟକ୍ ମାର୍କେଟ ବଜାରର ମୁଖ୍ୟ ସୂଚକାଙ୍କ କୋସ୍ପି ୧୦% ପ୍ରତିଶତ ହ୍ରାସ ପାଇଥିଲା। ପ୍ରଥମେ ୮ ପ୍ରତିଶତ ହ୍ରାସ ପାଇବା ପରେ ୨୦ ମିନିଟ୍ ପାଇଁ ଟ୍ରେଡିଂ ବନ୍ଦ ହୋଇଯାଇଥିଲା। ଟ୍ରେଡି ପୁନର୍ବାର ଆରମ୍ଭ ହେବା ପରେ ତାହା ଆହୁରି ହ୍ରାସ ପାଇଥିଲା। ହଠାତ ଏଭଳି ଗୁରୁତ୍ୱପୂର୍ଣ୍ଣ ହ୍ରାସ ନିବେଶକମାନଙ୍କୁ ଆଶ୍ଚର୍ଯ୍ୟ କରିଛି।

ଦକ୍ଷିଣ କୋରିଆର ବଜାରରେ ଚଳିତ ବର୍ଷ ସବୁଠାରୁ ଅଧିକ ରିଟର୍ଣ୍ଣ ହେଉଥିବା ବଜାର ରହିଛି। କୋପ୍ସି ବହୁ ରେକର୍ଡ କରିଥିଲା। ଏହି କାରଣରୁ ସେମି କଣ୍ଡକ୍ଟର କମ୍ପାନୀର ସେୟାରରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଥିଲା। ବିଦେଶୀ ଇନଭେଷ୍ଟର ଏହି ସେୟାରରେ ଖୁବ୍ ଅଧିକ ଟଙ୍କା ଲଗାଇଥିଲେ। ଫଳରେ ଏହି କମ୍ପାନୀର ସେୟାରରେ ଅପ୍ରତ୍ୟାଷିତ ଭାବରେ ବୃଦ୍ଧି ଦେଖିବାକୁ ମିଳିଥିଲା। କିନ୍ତୁ ୨୩ ଜୁନ୍‌ରେ ଆସିଥିବା ହ୍ରାସ ଏହା ଉପରେ ବଡ ବ୍ରେକ୍ ଲଗାଇ ଦେଇଛି। ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଚଳିତ ମାସ କୋପ୍ସି ଇଣ୍ଡେକ୍ସରେ ବହୁବାର ନୂଆ ରେକର୍ଡ ସ୍ତର ଦେଖିବାକୁ ମିଳିଥିଲା। ନିବେଶକ ଇରାନ ଯୁଦ୍ଧ ଭଳି ଭୂ-ରାଜନୈତିକ ଅନିଶ୍ଚିତତାକୁ ଅଣଦେଖା କରି ବଜାରରେ ଦୃତ ବୃଦ୍ଧି ସୃଷ୍ଟି କରିଛନ୍ତି। ତେବେ ଏହି ହ୍ରାସ ସ୍ପେ୍ଟ କରିଛି ଯେ, ଦୁନିଆର ସବୁଠାରୁ ଭଲ ପ୍ରଦଶ;ନ କରୁଥିବା ପ୍ରମୁଖ ସେୟାର ବଜାରରେ ଅସ୍ଥିରତା କେତେ ବଢି ଯାଇଛି। ଚଳିତ ବର୍ଷ ଏପର୍ଯ୍ୟପ୍ତ କୋପ୍ସି ବିଶ୍ବ ସ୍ତରରେ ଅନ୍ୟ ପ୍ରମୁଖ ବଜାରକୁ ପଛରେ ପକାଇ ଦେଇଥିଲା।

ସେମି କଣ୍ହକ୍ଟର କମ୍ପାନୀ ସମ୍ପର୍କିତ ଲିଭରେଜଡ ଏକ୍ସଚେଞ୍ଜ ଟ୍ରେଡେଡ୍ ଫଣ୍ଡ (ଇଟିଏଫ୍) ଦାମ୍ରେ ହ୍ରାସ ଓ ବୃଦ୍ଧି ଦେଖିବାକୁ ମିଳିଛି। ଏଲସ୍ପ୍ରିଙ୍ଗ ଗ୍ଳୋବାଲ ଇନଭେଷ୍ଟମେଣ୍ଟ ପୋର୍ଟଫୋଲିଓ ମ୍ୟାନେଜର ଗ୍ୟାରି ଟେନ୍‌ଙ୍କ ଅନୁସାରେ, ଦୀର୍ଘ ସମୟ ପର୍ଯ୍ୟନ୍ତ ଅଭିବୃଦ୍ଧି ପରେ କୋରିଆ ବଜାର ଏବେ ଖୁଚୁରା ନିବେଶକଙ୍କ ଭାବନାରେ ପରିବର୍ତ୍ତନ ପ୍ରତି ଅଧିକ ସମ୍ବେଦନଶୀଳ ହୋଇଯାଇଛନ୍ତି। ବିଶେଷ ଭାବରେ ଯେତେବେଳେ ଖୁଚୁରା ନିବେଶକଙ୍କ ଲିଭରେଜରେ ଯାଇଛନ୍ତି।’

କାହିଁକି ଖସିଲା କୋରିଆ ବଜାର ?

ଆମେରିକା ସେୟାର ବଜାରରେ ସୋମବାର ଟେକ୍ ସେୟାରରେ ହ୍ରାସ ପରେ ଏହି ପ୍ରଭାବ ଦକ୍ଷିଣ କୋରିଆ ଉପରେ ପଡିଛି। ସ୍ପେସ୍ଏକ୍ସର ସେୟାରରେ ହ୍ରାସ ଦେଖିବାକୁ ମିଳିଥିଲା। ଏହା ସହ ନିବେଶକଙ୍କ ଧ୍ୟାନ ମେମୋରି ଚିପ୍ ନିର୍ମାତା ମାଇକ୍ରୋନ୍ ଟେକ୍ନୋଲୋଜି ଚଳିତ ସପ୍ତାହ ତ୍ରୟମାସିକ ପରିଣାମ ଉପରେ କେନ୍ଦ୍ରିତ ଥିଲା। ଏସୀୟ ବଜାରରେ ବ୍ୟାପକ ହ୍ରାସ ମଧ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ କୋରିଆରେ କ୍ଷତି ସବୁଠାରୁ ଅଧିକ ଥିଲା। ବିଦେଶୀ ନିବେଶକ କୋପ୍ସିର ସେୟାରରେ ୪ ଲକ୍ଷ କୋଟି ୱନ୍ (ପ୍ରାୟ ୨.୬ କୋଟି ଡଲାର)ରୁ ଅଧିକ। ନିକଟରେ କଛି ଦିନରେ ସେୟାର ବଜାରରେ ଅତ୍ୟାଧିକ ଗରମର ବହୁ ସଙ୍କେତ ଦେଖିବାକୁ ମିଳିଛି। ଏହାର ହାଇନିନ୍ସ ସେୟାରରେ ଲଗାତାର ୮ ଦିନ ପର୍ଯ୍ୟନ୍ତ ୨% ରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଥିଲା, ଯାହାଫଳରେ ଚଳିତ ବର୍ଷ ଏହାର ମୋଟ ବୃଦ୍ଧି ୩୫୦% ପର୍ଯ୍ୟନ୍ତ ହୋଇଯାଇଛି। ଏହା ତାଙ୍କର ପ୍ରତିଦ୍ବନ୍ଦୀ ସାମସଙ୍ଗଠାରୁ ବହୁତ ଅଧିକ ଥିଲା।

ଆହୁରି ପଢନ୍ତୁ :RBI New Rule: ବ୍ୟାଙ୍କଗୁଡ଼ିକର ମନମାନି ଉପରେ ଲାଗିଲା ବ୍ରେକ୍, ଜବରଦସ୍ତି ଫାଇନାନ୍ସିଆଲ୍ ପ୍ରଡକ୍ଟ ବିକିଲେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ