କଟକ, ୨୨।୨ : ୨୦୨୫ ଅକ୍ଟୋବରରୁ ଓଡ଼ିଶା କ୍ରିକେଟ ଆସୋସିଏନର ନିର୍ବାଚିତ ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ସରିଯାଇଛି। ତେଣୁ ଆଗକୁ କିଭଳି ନିର୍ବାଚନ କରାଯିବ, ସେନେଇ ରବିବାର ଓଡ଼ିଶା କ୍ରିକେଟ ଆସୋସିଏସନର କନଫରେନ୍ସ ହଲରେ ସ୍ବତନ୍ତ୍ର ସାଧାରଣ ବୈଠକ ବସିଥିଲା । ବୈଠକରେ ଓସିଏର ସମସ୍ତ ସଦସ୍ୟମାନେ ଯୋଗ ଦେଇଥିଲେ। ହେଲେ ଏହି ବୈଠକରେ ଏପର୍ଯ୍ୟନ୍ତ ନିର୍ବାଚନ ନହେବାକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା। ବୈଠକକୁ ବର୍ଜନ କରିବା ସହ ଓସିଏ ନେତୃତ୍ବ ଉପରେ ବର୍ଷିଛନ୍ତି ସଦସ୍ୟ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ଏନେଇ ମୁଖ୍ୟମନ୍ତ୍ରୀ ଓ ବିସିସିଆଇକୁ ଅବଗତ କରିବି ଏବଂ ଆବଶ୍ୟକ ପଡ଼ିଲେ ଆଇନର ଆଶ୍ରୟ ନେବି ବୋଲି କହିଛନ୍ତି ।

ଅନ୍ୟପଟେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ସଞ୍ଜୟ କହିଛନ୍ତି, ଯେପର୍ଯ୍ୟନ୍ତ ବିସିସିଆଇ ନୂଆ ନ୍ୟାସନାଲ ସ୍ପୋର୍ଟସ ଲ’କୁ ଅନୁମୋଦନ କରିନାହାଁନ୍ତି ସେପର୍ଯ୍ୟନ୍ତ ନିର୍ବାଚନ ହେବ ନାହିଁ। ଡିସେମ୍ବରରେ ଆନ୍ତର୍ଜାତୀୟ ମ୍ୟାଚ୍ ଥିବାରୁ ଇଲେକ୍ସନକୁ ନଯିବା ପାଇଁ ମେମ୍ବରମାନେ ମତ ଦେଇଥିଲେ। ଆଜି ଏହି ନୂଆ ଖେଳ ଆକ୍ଟ ସମ୍ପର୍କରେ ସବିଶେଷ ତଥ୍ୟ ପାଇଁ ବୈଠକ ବସିଥିଲା।