ନୂଆଦିଲ୍ଲୀ : ଇଶାନ କିଷନଙ୍କ ଦମଦାର ଅର୍ଦ୍ଧଶତକ । ୬ ଓ୍ବିକେଟ ହରାଇ ୨୧୬ ରନ କଲା ସନରାଇଜର୍ସ ହାଇଦ୍ରାବାଦ । ରାଜସ୍ଥାନରେ ଆଗରେ ୨୧୭ ରନର ବିଜୟ ଲକ୍ଷ୍ୟ । ଇଶାନ କିଷନ ୪୪ ବଲରୁ ୯୧ ରନର ପାଳି ଖେଳିଛନ୍ତି । ଏହାସହ ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ସର୍ବାଧିକ ୨ ଓ୍ବିକେଟ୍ ଅକ୍ତିଆର କରିଛନ୍ତି ।

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ହାଇଦ୍ରାବାଦକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଦଳର ଦୁଇ ଓପନର ହେଡ୍ ଏବଂ ଅଭିଶେକ ପାଳି ଆରମ୍ଭ କରିଥିଲେ । ଆଜିର ମ୍ୟାଚରେ ଅଭିଶେକ ଶର୍ମା ଖାତା ଖୋଳିବା ପୂର୍ବରୁ ଜୋଫ୍ରା ଆର୍ଚରଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ । ପରେ ଟ୍ରାଭିସ ହେଡ ୧୮ ବଲରୁ ୧୮ ରନ କରିଥିଲେ ।

ଦୁଇ ଓପନରଙ୍କ ଆଉଟ୍ ହେବା ପରେ ବଡ଼ ବଡ଼ ସଟ ଖେଳି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ ଅଧିନାୟକ ଇଶାନ କିଷନ । ସେ ଶତକରୁ ମାତ୍ର ୯ ରନରୁ ବଞ୍ଚିତ ହୋଇଥିଲେ । ପରେ କ୍ଲାସେନ ୨୬ ବଲରୁ ୪୦, ନିତିଶ କୁମାର ରେଡ୍ଡି ୨୮ ଏବଂ ସଲିଲ୍ ଅରୋରା ୧୩ ବଲରୁ ୨୪ ରନ କରିଥିଲେ । ଦଳର ବାକି କୌଣସି ଖେଳାଳି ବଡ଼ ସ୍କୋର କରିପାରିନଥିଲେ । ଆର୍ଚରଙ୍କ ଛଡ଼ା ଦଳର ବାକି ବୋଲରଙ୍କ ମଧ୍ୟରେ ସନ୍ଦିପ ଶର୍ମା, ତୁଷାର ଦେଶପାଣ୍ଡେ ଏବଂ ରିୟାନ ପରାଗ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେବାରେ ସଫଳ ହୋଇଛନ୍ତି।

ଏହାସହ ପଢ଼ନ୍ତୁ : ଆଶାଙ୍କ ଅନ୍ତିମ ସଂସ୍କାରରେ କାହା ଉପରେ ରାଗିଲେ ଜ୍ୟାକି ?