ନଵରଙ୍ଗପୁର,୭/୭(ଆପ୍ର): ବାହୁଡ଼ା ଯାତ୍ରା ଠାରୁ ଦୁଇରାତି ବଡ଼ଦାଣ୍ଡରେ ରଥାରୂଢ଼ ପରେ ସୋମବାର ସନ୍ଧ୍ୟାରେ ଶ୍ରୀଜିଉଙ୍କ ନୀଳିନ୍ଦ୍ରୀ ଵିଜେ କରାଯାଇଛି। ସୋମବାର ସନ୍ଧ୍ୟା ଆଳତି ପରେ ଭଜନ ସଙ୍କିର୍ତ୍ତନ ଓ ହୁଳହୁଳିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରତ୍ନଵେଦୀକୁ ନିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ରାଜପୁରୋହିତ ନରସିଂହ ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।