ପ୍ରମୂଖ ଖବର
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଦେଓମାଳିକୁ ନେଇ ରାଜାମୌଲିଙ୍କ ଚିନ୍ତା, ‘ଏକ୍ସ’ରେ ଲେଖିଲେ 'ପର୍ବତକୁ ଆର୍ବଜନା କୁଣ୍ଡ କରିଦିଅନି'...

Published By : Prameya | March 21, 2025 8:56 AM

ଭୁବନେଶ୍ୱର,୨୧/୦୩:  ଦେଓମାଳି ପର୍ବତ ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର । ହେଲେ ପାହାଡ ସାରା ଆବର୍ଜନା ଗଦା ହୋଇଛି । ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲି ଦେଓମାଳିର ଏଭଳି ଅବସ୍ଥା ଦେଖି ଚିନ୍ତା ପ୍ରକଟ କରିଛନ୍ତି । ନିଜର ଆଗାମୀ ଚଳଚ୍ଚିତ୍ର ‘ଏସ୍‌ଏସ୍‌ଏମ୍‌ବି୨୯’ର ସୁଟିଂ ସାରି କୋରାପୁଟରୁ ଫେରିବା ପରେ ରାଜାମୌଲି୍‌ ନିଜର ଏକ୍ସ ଆକାଉଣ୍ଟରେ ଦେଓମାଳି ପର୍ବତର ଅବସ୍ଥା ଦେଖି  ବିଚଳିତ ଥିବା ପ୍ରକାଶ କରିଛନ୍ତି । ଏହି ପର୍ବତ ସୁରକ୍ଷାରେ  ନିଜକୁ ନିୟୋଜିତ କରିବା ଲାଗି ସେ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି । 




ଦେଓମାଳିର ଏକ ଭିଡିଓ ପୋଷ୍ଟ  କରି ରାଜାମୌଲି ଲେଖିଛନ୍ତି, ଓଡ଼ିଶାର ସର୍ବୋଚ୍ଚ ପର୍ବତ  ଦେଓମାଳି ଉପରକୁ ଯାଇ ସେ ବିଭୋର ହୋଇଥିଲେ । ତେବେ ଲୋକେ ସଚେତନ ହେଲେ ଦେଓମାଳି  ପାହାଡ଼ର ଅବସ୍ଥା ବଦଳିଯିବ । ପର୍ଯ୍ୟଟକମାନେ  ସେମାନଙ୍କ ବର୍ଜ୍ୟ ପଦାର୍ଥ ଅନ୍ୟତ୍ର ଫିଙ୍ଗିବା ଲାଗି ସେ  ପରାମର୍ଶ ଦେଇଛନ୍ତି । ରାଜାମୌଲିଙ୍କ ଏହି ପୋଷ୍ଟ୍‌ ପରେ  ପରିବେଶବିତ୍‌ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବା ସହ ସେଠାରେ  ପ୍ଲାଷ୍ଟିକ ନିଷେଧ କରିବାକୁ ସେମାନେ ଦାବି କରିଛନ୍ତି । 

ପ୍ରକାଶଥାଉକି, କିଛିଦିନ ତଳେ ‘ଏସ୍‌ଏସ୍‌ଏମ୍‌ବି୨୯’  ଚଳଚ୍ଚିତ୍ରର କିଛି ଦୃଶ୍ୟ ସୁଟିଂ ପାଇଁ ନିଜ ଟିମ୍‌ ସହ  କୋରାପୁଟ ଆସିଥିଲେ ରାଜାମୌଲି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.