ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗ, ଷ୍ଟାଲିନଙ୍କ ବୈଠକରେ ଯୋଗ ଦେବେନି ମମତା

Published By : Tapas Panda | March 21, 2025 10:39 PM

Image Courtesy: hindustantimes

ଚେନ୍ନାଇ: ସୀମା ନିର୍ଦ୍ଧାରଣ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଶନିବାର ଚେନ୍ନାଇରେ ଏକ ବଡ଼ ବୈଠକ ଡାକିଛନ୍ତି । ଆଗାମୀ ମିଳିତ କ୍ରିୟାନ୍ବୟନ କମିଟି (JAC) ବୈଠକରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ତେଲେଙ୍ଗାନାର ରେବନ୍ତ ରେଡ୍ଡୀ ଏବଂ ପଞ୍ଜାବର ଭଗବନ୍ତ ମାନ ଯୋଗ ଦେଇପାରନ୍ତି । କର୍ଣ୍ଣାଟକର ପ୍ରତିନିଧିତ୍ୱ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କରିବେ । ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ ଏବଂ ଓଡ଼ିଶାର ନବୀନ ପଟ୍ଟନାୟକ ଦଳୀର ପ୍ରତିନିଧି ପଠାଇଛନ୍ତି। ଓଡ଼ିଶାରୁ ବିଜେଡି ନେତା ଅମର ପଟ୍ଟନାୟକ ଏବଂ ସଞ୍ଜୟ ଦାସବର୍ମା ବୈଠକରେ ଯୋଗ ଦେବେ ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସମେତ ରାଜ୍ୟ କଂଗ୍ରେସ ସଭାପତି ବି ମହେଶ କୁମାର ଗୌଡ଼ ବୈଠକରେ ଯୋଗ ଦେଇପାରନ୍ତି । ତାମିଲନାଡୁର ଶାସକ ଡିଏମକେର ଏକ ପ୍ରତିନିଧିମଣ୍ଡଳୀ, ଯେଉଁଥିରେ ସାଂସଦ କାନିମୋଝି, ମନ୍ତ୍ରୀ କେଏନ ନେହେରୁ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ ରାଜା ମାର୍ଚ୍ଚ ୧୩ରେ ଦିଲ୍ଲୀରେ ରେବନ୍ତ ରେଡ୍ଡୀଙ୍କୁ ଭେଟି ନିମନ୍ତ୍ରଣ କରିଥିଲେ ।

 ସେପଟେ ଟିଏମସି ପ୍ରତିନିଧିମାନେ ବୈଠକରେ ଅଂଶଗ୍ରହଣ କରିବେ ନାହିଁ । ପଶ୍ଚିମବଙ୍ଗର ଶାସକ ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଦ୍ୱାରା ମାର୍ଚ୍ଚ ୨୨ ରେ ଚେନ୍ନାଇରେ ଡକାଯାଇଥିବା ସୀମା ନିର୍ଦ୍ଧାରଣ ସମ୍ପର୍କିତ ବୈଠକରେ ତୃଣମୂଳ କଂଗ୍ରେସ କୌଣସି ପ୍ରତିନିଧିଙ୍କୁ ପଠାଇବ ନାହିଁ ।

ତୃଣମୂଳ କଂଗ୍ରେସ (ଟିଏମସି) ଅନୁଭବ କରୁଛି ଯେ, ନକଲି ଭୋଟର ପରିଚୟ ପତ୍ର  ପ୍ରସଙ୍ଗ ବର୍ତ୍ତମାନ ଅଧିକ ଗୁରୁତ୍ୱପୂର୍ଣ୍ଣ । କାରଣ ଏହା ବିହାର, କେରଳ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନକୁ ପ୍ରଭାବିତ କରିପାରେ । ବିହାରରେ ବିଧାନସଭା ନିର୍ବାଚନ ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ବେଳେ କେରଳ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ନିର୍ବାଚନ ୨୦୨୬ରେ ହେବାକୁ ଯାଉଛି।

ଅନ୍ୟପକ୍ଷରେ, ଷ୍ଟାଲିନ୍ ଆଗାମୀ ମିଳିତ କ୍ରିୟାନ୍ବୟନ କମିଟି (JAC) ବୈଠକକୁ ଭାରତୀୟ ସଂଘୀୟ ବ୍ୟବସ୍ଥା ପାଇଁ ଏକ ଐତିହାସିକ ଦିନ ବୋଲି ଅଭିହିତ କରିଛନ୍ତି ।  ସୀମା ନିର୍ଦ୍ଧାରଣ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ମାର୍ଚ୍ଚ ୨୨ରେ ଚେନ୍ନାଇରେ ଆୟୋଜିତ ବୈଠକରେ ସାମିଲ ହେବାକୁ ବିଭିନ୍ନ ରାଜ୍ୟର ନେତାମାନଙ୍କୁ ସ୍ୱାଗତ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.