ପ୍ରମୂଖ ଖବର
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ

Published By : Ankita S | July 28, 2025 7:58 AM

ଲକ୍ଷ୍ନୌ,୨୮/୦୭: ଉତ୍ତରପ୍ରଦେଶ ବାରାବାଙ୍ଗୀ ଅବସାନେଶ୍ୱର ଶିବ ମନ୍ଦିରରେ ବଡ଼ ଅଘଟଣ ଘଟିଛି । ଦଳଚକଟା ହୋଇ ୨ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି । ବିଦ୍ୟୁତ ଆଘାତରେ ୨ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ପରେ ଦଳଚକଟା ସ୍ଥିତି ଉପୁଜିଥିଲା । ବର୍ଷାରୁ ରକ୍ଷା ପାଇବାକୁ ୨ ଶ୍ରଦ୍ଧାଳୁ ଆଶ୍ରୟ ନେଇଥିବା ସ୍ଥାନରେ କରେଣ୍ଟ ଲାଗିଥିଲା । ମାଙ୍କଡ ଇଲେକ୍ଟ୍ରି ତାରକୁ ଡ଼େଇଁବା ପରେ ଶ୍ରଦ୍ଧାଳୁଙ୍କୁ କଲେଣ୍ଟ ଲାଗିଥିଲା । ଏହାପରେ ଦଳଚକଟା ସ୍ଥିତି ଉପୁଜିଥିଲା । ଏଥିରେ ୧୯ ଲୋକ ଆହତ ହୋଇଛନ୍ତି । ଗତକାଲି ହରିଦ୍ୱାର ମନସା ଦେବୀ ମନ୍ଦିରରେ ଦଳାଚକଟାରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଆଜି (ସୋମବାର) ସକାଳୁ ଆଉ ଏକ ବଡ଼ ଅଘଟଣ ଘଟିଛି । ଶ୍ରାବଣ ସୋମବାର ମହାଦେବକୁ ଜଳଲାଗି କରିବାକୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା ।

ବାବାବାଙ୍କୀ ଜିଲ୍ଲାପାଳ ଶଶାଙ୍କ ତ୍ରିପାଠୀ କହିଛନ୍ତି, ଶ୍ରାବଣ ସୋମବାର ହୋଇଥିବାକୁ ଅବସାନେଶ୍ୱର ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା । ଇଲେକ୍ଟ୍ରି ତାର ସେଡ ଉପରେ ପଡିବାରୁ ୨ ଜଣ ଶ୍ରଦ୍ଧାଳୁଙ୍କୁ କରେଣ୍ଟ ଲାଗିଗଲା । ଭୟରେ ଲୋକ ଦୌଡା ଦୌଡ଼ି କରିବାରୁ  ୧୯ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହାଇଦରଗଡ଼ ଏବଂ ତ୍ରିବେଦୀଗଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି । ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ତାନାନ୍ତର କରାଯାଇଛି । ମନ୍ଦିରରେ ସ୍ଥିତି ନିୟନ୍ତ୍ରଣରେ ରହିଛି ।

ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ପ୍ରଶାସନକୁ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆହତଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ କହିଛନ୍ତି । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଅଧିକ ପଢନ୍ତୁ...ହରିଦ୍ୱାର ମନସା ଦେବୀ ମନ୍ଦିରରେ ବଡ଼ ଅଘଟଣ, ଦଳାଚକଟାରେ ୮ ମୃତ

କହି ରଖୁଛୁ କି, ଗତକାଲି (ରବିବାର) ଉତ୍ତରାଖଣ୍ଡ ମନସା ଦେବୀ ମନ୍ଦିରରେ ଦଳଚକଟା ଘଟି ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ୨୯ରୁ ଅଧିକ ଆହତ ହୋଇଥିଲେ । ବିଦ୍ୟୁତ୍ ଝଟକାରୁ ଗୁଜବ ପରେ ଦୁର୍ଘଟଣା ଘଟିଥିଲା । ମୃତକଙ୍କ ପରିବାରକୁ ୨ଲକ୍ଷ ଓ ଆହତଙ୍କୁ ୫୦ ହଜାର ସହାୟତା ରାଶି ଘୋଷଣା କରାଯାଇଥିଲା ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.