ନୂଆଦିଲ୍ଲୀ – ଏଲନ ମସ୍କଙ୍କ ଷ୍ଟାରଲିଙ୍କ୍ ସାରା ବିଶ୍ୱରେ ଲୋକପ୍ରିୟ। ଭାରତରେ ଲଞ୍ଚକୁ ନେଇ ବହୁ ଦିନରୁ ଚର୍ଚ୍ଚା ହେଉଥିଲା। ଏବେ ସେହି ଚର୍ଚ୍ଚା ଓ ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଶେଷରେ ଏହି ସାଟେଲାଇଟ୍ ଇଣ୍ଟରନେଟ୍ ସର୍ଭିସର ପ୍ଲାନ ସାମ୍ନାକୁ ଆସି ସାରିଛି। ଯେଉଁ ଲୋକେ ଭାବୁ ଥିଲେ ଯେ, ଏହା ଶସ୍ତା ଇଣ୍ଟରନେଟ୍ ହେବ ,ଏହା କେବେ ବି ନୁହେଁ।ଷ୍ଟାରଲିଙ୍କ୍ ଇଣ୍ଡିଆର ୱେବସାଇଟ୍ ମୁତାବିକ ,ଭାରତରେ ଷ୍ଟାରଲିଙ୍କର ପ୍ଲାନ୍ସ ୮୬୦୦ଟଙ୍କାରୁ ଷ୍ଟାର୍ଟ ହେବ।କେବଳ ଏତିକି ହିଁ ନୁହେଁ , ହାର୍ଡୱେୟାର କିଟ୍ ପାଇଁ ୟୁଜର୍ସଙ୍କୁ ୩୪୦୦୦ ଟଙ୍କା ଅଲଗା ଭାବେ ଦେବାକୁ ପଡ଼ିବ।

କିଣିବା ପରେ ଆପଣ ଏହାକୁ ନିଜେ ମଧ୍ୟ ସେଟ୍ଅପ୍ କରି ପାରିବେ। କମ୍ପାନୀ ମୁତାବିକ , ସେଟଅପ୍ କରିବା ପରେ ଆପଣଙ୍କ ଇଣ୍ଟରନେଟ୍ କାମ କରିବା ଆରମ୍ଭ କରି ଦେବ। ହେଲେ କମ୍ପାନୀ ୩୦ ଦିନର ଟ୍ରାୟଲ ମଧ୍ୟ ଦେଉଛି।

ଷ୍ଟାରଲିଙ୍କର ଦାବି ଯେ, ଏହି ସର୍ଭିସ୍ ୯୯.୯ ପ୍ରତିଶତ ଅପଟାଇମ୍ ସହ ଆସିଥାଏ ଏବଂ ଇଣ୍ଟରନେଟ୍ ଡିସରପ୍ସନର ପ୍ରଶ୍ନ ହିଁ ନାହିଁ। କେବଳ ଏତିକି ନୁହେଁ , କମ୍ପାନୀ ଷ୍ଟାବିଲିଟି ଉପରେ ମଧ୍ୟ ବଡ଼ ଦାବି କରିଛି। ଏହାକୁ ଦେଶର ଯେକୌଣସି କୋଣରେ ଲଗାଇବା ସହ ବ୍ୟବହାର ମଧ୍ୟ କରି ପାରିବେ। କାରଣ ଏହି ଇଣ୍ଟରନେଟ୍ ଏଲନ ମସ୍କଙ୍କ ଷ୍ଟାରଲିଙ୍କ୍ ସାଟେଲାଇଟ୍ ସ୍ତରୀୟ। ହେଲେ ଏହା ଏବେ ସୀମିତ ସ୍ଥାନରେ ରହିଛି।

୩୦ ଦିନର ଟ୍ରାୟଲ ବେଳେ ୟୁଜରଙ୍କୁ ଅନଲିମିଟେଡ୍ ଡାଟା ମିଳିବ। ଷ୍ଟାରଲିଙ୍କ୍ ଇଣ୍ଡିଆ ୱେବସାଇଟ୍‌କୁ ଯାଇ ଆପଣ ପ୍ଲାନ ଓ ଆଭେଲିବିଲିଟି ଚେକ୍ କରି ପାରିବେ। ୱେବସାଇଟ୍‌ର ଲୋକେସନ ହିସାବରେ ଅଲଗା ଅଲଗା ପ୍ଲାନ ଓ ପ୍ରୋମୋସନାଲ ଅଫର୍ସ ଦେଖି ପାରିବେ।

ଉଲ୍ଲେଖନୀୟ ଯେ , ପ୍ଲାନ କେବଳ ରେସିଡେନ୍ସିଆଲ ୟୁଜରଙ୍କ ପାଇଁ , କାରଣ ଏହି କମ୍ପାନୀ ଅଲଗା ଅଲଗା ପ୍ଲାନ୍ସ ଅଫର କରିଥାଏ। ଉଦାହରଣ ଭାବେ ଷ୍ଟାରଲିଙ୍କର Roam ପ୍ଲାନ୍ ମଧ୍ୟ ଅଛି। ଏହି ଅନୁସାର ୟୁଜର୍ସ ଷ୍ଟାରଲିଙ୍କ ଆଣ୍ଟିନା କିଟ୍ ନିଜ ସହ ନେଇ କରି ମଧ୍ୟ ଯାଇ ପାରିବେ।

ଷ୍ଟାରଲିଙ୍କର ଆଣ୍ଟିନା କିଟ୍‌କୁ କାର୍ ଉପରେ ମଧ୍ୟ ମାଉଣ୍ଟ କରିବାର ସୁବିଧା ଥାଏ। ହେଲେ ଭାରତରେ କମ୍ପାନୀ କେଉଁ କେଉଁ ସର୍ଭିସ ଅଫର କରିବ , ଏହା ସଂପୂର୍ଣ୍ଣ ରୂପେ ସ୍ପଷ୍ଟ ନାହିଁ। କିନ୍ତୁ ଅନ୍ୟ ଦେଶ ଗୁଡ଼ିକରେ ଏହି ସର୍ଭିସ ମିଳିଥାଏ।

ଷ୍ଟାରଲିଙ୍କ୍ ଇଣ୍ଡିଆର ୱେବସାଇଟ୍‌ରେ ଆଭେଲିବିଲିଟି ପାଇଁ ଆପଣଙ୍କୁ ପିନ୍ କୋଡ୍ ଦେବାକୁ ହେବ। ହେଲେ ଯେତେ ପିନ୍ କୋଡ୍ ଆମ ଟ୍ରାଇ କରିଛୁ, ସବୁଥିଲେ ଏହା କୁହାଯାଉଛି ଯେ,ଏବେ ଆପଣଙ୍କ ଲୋକେସନରେ ସର୍ଭିସ୍ ଆଭେଲେବଲ ନାହିଁ। ଇମେଲ ଆଇଡି ଏଣ୍ଟର କରିବା ଦ୍ୱାରା ଯେମିତି ହିଁ ଏହି ସର୍ଭିସ ଷ୍ଟାର୍ଟ ହେବ, ଆପଣଙ୍କୁ ନୋଟିଫିକେସନ ମାଧ୍ୟମରେ କମ୍ପାନୀ ଇନଫର୍ମ କରିବ।