ଭୁବନେଶ୍ୱର ୦୧/୦୯: ରାଜଧାନୀ ଭୁବନେଶ୍ୱରକୁ ବିଶ୍ବସ୍ତରୀୟ କରିବାକୁ ସରକାରଙ୍କ ବଡ଼ ଯୋଜନା। । ଭୁବନେଶ୍ବର, ପୁରୀ, କଟକ, ଓ ପାରାଦୀପକୁ ମିଶାଇ ହେବ ଗୋଟିଏ ଜୋନ୍ ହେବ। ରାଜ୍ୟରେ ୩ ଅର୍ଥନୈତିକ ଜୋନ୍ କରିବାକୁ ସ୍ବତନ୍ତ୍ର ପ୍ଲାନ ରଖିଛନ୍ତି ସରକାର। ଏନେଇ ପରିବହନ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି ।
କ୍ବାଡ୍ ସିଟି ପ୍ରୋଗ୍ରାମ ଜରିଆରେ ସୁନାବେଡ଼ା, କୋରାପୁଟ୍, ବରଗଡ଼, ସମ୍ବଲପୁରକୁ ନେଇ ଦ୍ବିତୀୟ ଜୋନ କରାଯିବ। ସେହିଭଳି ଉତ୍ତରରେ ବି ରାଉରକେଲା, କେନ୍ଦୁଝର, ବଡ଼ବିଲକୁ ନେଇ ହେବ ତୃତୀୟ ଜୋନ୍ କରାଯିବ। ଯେଉଁ ସହରଗୁଡିକ ରାଜ୍ୟର ଜ଼ିଡିପିରେ ପ୍ରମୁଖ ଦାୟିତ୍ୱ ନେଉଛନ୍ତି ସେହି ସହରମାନଙ୍କୁ ନେଇକି ଅର୍ଥନୀତିକ ଜୋନ ପ୍ରସ୍ତୁତ ହେବ। କେବଳ ସହରାଞ୍ଚଳ ବୃଦ୍ଧି ନୁହେଁ ବରଂ ରାଜ୍ୟର ଅର୍ଥନୀତିକ କାରବାର ବୃଦ୍ଧି କରିବା ସରକାରଙ୍କ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟ ସରକାରଙ୍କ ଏକ ଆନ୍ତରିଣ କମିଟି ଏବଂ ନୀତି ଆୟୋଗର ସମନ୍ୱୟରେ ଏହି କ୍ଵାଡ଼ ସିଟି ଯୋଜନା ଆଗକୁ ବଢୁଛି।