ନୂଆଦିଲ୍ଲୀ : ଆମେରିକା ଓ ଇରାନ ମଧ୍ୟରେ ଚାଲୁଥିବା ଉତ୍ତେଜନାର ପ୍ରଭାବ ଏଲପିଜି ସପ୍ଲାଇ ଉପରେ ଚାପ ବୃଦ୍ଧି କରିଛି। ଯେଉଁଥି ପାଇିଁ ଭାରତ ସରକାର ମଧ୍ୟ ପିଏନଜି ବ୍ୟବହାର କରିବାକୁ କହୁଛନ୍ତି ଏବଂ ଏଲପିଜି କନେକ୍ସନକୁ ସରେଣ୍ଡର କରିବାକୁ ସୂଚିତ କରୁଛନ୍ତି। ଯଦି ଆପଣ ମଧ୍ୟ ଗ୍ୟାସ୍ କନେକ୍ସନକୁ ସରେଣ୍ଡର କରିବାକୁ ଭାବୁଛନ୍ତି ତ ଏହି ଖବର ଆପଣଙ୍କ ପାଇଁ । କାରଣ ଏଠାରେ ଆମେ ଆପଣ ଘରେ ବସି ଜାଣିପାରିବେ ଗ୍ୟାସ୍ କନେକ୍ସନକୁ ସରେଣ୍ଡ କରିବାର ସବୁଠୁ ସହଜ ଉପାୟ –

ଅନଲାଇନ୍ ଏଲପିଜି ସିଲିଣ୍ଡର ସରେଣ୍ଡର କେମିତି କରିବେ –

ଆଜିକାଲି ଗ୍ୟାସ୍ କମ୍ପାନୀମାନେ ସେମାନଙ୍କର ୱେବସାଇଟ୍ ଓ ମୋବାଇଲ ଆପ୍ ମାଧ୍ୟମରେ ଏହି ସୁବିଧା ଦେଇଛନ୍ତି। ଯେଉଁଥିରେ ରେଜିଷ୍ଟର ମୋବାଇଲ ନମ୍ୱରରୁ ଲଗିନ୍ କରି ସରେଣ୍ଡର କନେକ୍ସନର ଅପସନ ମିଳିଥାଏ ଏବଂ କିଛି ଡିଟେଲ୍ସ ପୂରଣ କରି ଆପଣଙ୍କ କାମ ଶେଷ ହୋଇଯିବ।

ଏଚପି ଗ୍ୟାସ୍ ବ୍ୟବହାରକାରୀ ଏମିତି ଅନଲାଇନ୍ କରନ୍ତୁ ସରେଣ୍ଡର –

ସର୍ବ ପ୍ରଥମେ ଏଚପି ଗ୍ୟାସର ଅଫିସିଆଲି ୱେବସାଇଟ୍ କିମ୍ୱା ମୋବାଇଲ ଆପ୍ କୁ ଯାଆନ୍ତୁ ଏବଂ ନିଜର ରେଜିଷ୍ଟର ମୋବାଇଲ ନମ୍ୱର କିମ୍ୱା କଷ୍ଟମର ଆଇଡିରୁ ଲଗିନ୍ କରନ୍ତୁ। ଲଗନ୍ କରିବା ପରେ ମାଇଁ ଆକାଉଣ୍ଟ କିମ୍ୱା ସର୍ଭିସେସ୍ ସେକ୍ସନକୁ ଯାଆନ୍ତୁ ,ଯେଉଁଠି ଆପଣଙ୍କୁ ଟର୍ମିନେଟ୍ କନେକ୍ସନ କିମ୍ୱା ସରେଣ୍ଡର ଏଲପିଜି କନେକ୍ସନର ଅପସନ ମିଳିବ। ଏହା ଉପରେ କ୍ଲିକ୍ କରି ଆପଣଙ୍କୁ କନେକ୍ସନ ବନ୍ଦ କରିବାର କାରଣ ବାଛିବାକୁ ହେବ ଏବଂ ନିଜର ଡିଟେଲ୍ସ କନଫର୍ମ କରିବାକୁ ହେବ। ରିକ୍ୱେଷ୍ଟ ସବମିଟ୍ କରିବା ପରେ ଆପଣଙ୍କୁ ଏକ ରେଫରେନ୍ସ ନମ୍ୱର ମିଳିଯିବ। ଏହାପରେ କମ୍ପାନୀ କିମ୍ୱା ଏଜେନ୍ସି ଆପଣଙ୍କ ଠାରୁ ସିଲିଣ୍ଡର ଏବଂ ରେଗୁଲେଟର ଜମା କରିବାକୁ ସଂପର୍କ କରି ପାରନ୍ତି ,ଏହାପରେ ଆପଣଙ୍କ କନେକ୍ସନ ବନ୍ଦ କରି ଦିଆଯିବ।

ଇଣ୍ଡେନ୍ ଗ୍ୟାସ୍ କନେକ୍ସନ ଅନଲାଇନ୍ ବନ୍ଦ କରିବାର ଉପାୟ –

ସର୍ବ ପ୍ରଥମେ ଇଣ୍ଡେନ୍ ୱେବସାଇଟ୍ ଲଗଇନ୍ କରନ୍ତି। ଏହାପରେ କଷ୍ଟମର କନସୋଲକୁ ଯାଆନ୍ତୁ। ଏଠାରେ ସର୍ଭିସ ସେକ୍ସନ ଭିତରେ ସରେଣ୍ଡର କନେକ୍ସନର ବିକଳ୍ପ ମିଳିବ। ଏହା ଉପରେ କ୍ଲିକ୍ କରିବା ପରେ ଆପଣଙ୍କୁ ଜରୁରୀ ସୂଚନା ଭରିବାକୁ ହେବ ଏବଂ କାରଣ ଦର୍ଶାଇବାକୁ ହେବ ଯେ, ଆପଣ କନେକ୍ସନ କାହିଁକି ବନ୍ଦ କରୁଛନ୍ତି। ସବୁ ଡିଟେଲ୍ସ ଭରିବା ପରେ ରିକ୍ୱେଷ୍ଟ ସବମିଟ୍ କରନ୍ତୁ।

ଏଲପିଜି କନେକ୍ସନ ସରେଣ୍ଡର କରିବା ପାଇଁ ଡକ୍ୟୁମେଣ୍ଟ –

ଏଲପିଜି କନେକ୍ସନ ସରେଣ୍ଡର କରିବା ସମୟରେ କିଛି ଜରୁରି ଜିନିଷ ଆପଣଙ୍କ ପାଖରେ ଥିବା ଦରକାର। କଷ୍ଟମର ନମ୍ୱର କିମ୍ୱା ଏଲପିଜି ଆଇଡି ଥିବା ଆବଶ୍ୟକ। ଏହା ବ୍ୟତୀତ ରେଜିଷ୍ଟର ମୋବାଇଲ ନମ୍ୱର ଆକ୍ଟିଭ୍ ହେବା ଜରୁରି। ଯଦି ଅଫଲାଇନ୍ ଭେରିଫିକେସନ ହୁଏ ତ , ପରିଚୟ ପତ୍ର(ଆଧାର , ପ୍ୟାନ୍) ମଧ୍ୟ ମଗାଯାଇ ପାରେ।

ଅଫଲାଇନ୍ ଉପାୟ ବି ଜାଣି ରଖନ୍ତୁ –

ଯଦି ଆପଣ ଅନଲାଇନ୍ ପ୍ରୋସେସ୍ ଫଲୋ କରିପାରୁ ନାହାନ୍ତି ତ ନିଜର ନିକଟସ୍ଥ ଗ୍ୟାସ୍ ଏଜେନ୍ସିକୁ ଯାଇ ମଧ୍ୟ କନେକ୍ସନ ବନ୍ଦ କରି ପାରିବେ। ସେଠାରେ ଆପଣଙ୍କୁ ଏକ ଫର୍ମ ଭରିବାକୁ ହେବ ଏବଂ ସିଲିଣ୍ଡର ଓ ରେଗୁଲେଟର ଜମା କରିବାକୁ ହେବ। ଏହାପରେ ଆପଣଙ୍କ ରିକ୍ୱେଷ୍ଟ ପ୍ରୋସେସ୍ କରାଯିବ।

ଅନେକ ଲୋକଙ୍କ ପ୍ରଶ୍ନ ଥାଏ ଯେ, ସିଲିଣ୍ଡର ଫେରାଇଲେ କଣ ଟଙ୍କା ଫେରସ୍ତ ମିଳିବ।ଯଦି ଆପଣ କନେକ୍ସନ ନେବା ସମୟରେ ସିକ୍ୟୁରିଟି ଡିପୋଜିଟ୍ ଦେଲେ ଥିବେ ତ ସେ ଟଙ୍କା ଆପଣଙ୍କୁ ପୁଣି ଫେରସ୍ତ ମିଳିପାରେ। ଏହି ରିକ୍ୱେଷ୍ଟ ସାଧାରଣତଃ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଏ କିମ୍ୱା ଏଜେନ୍ସିରୁ ମିଳିପାରେ। ଧ୍ୟାନ ରଖିବେ କି ରିଫଣ୍ଡ ରାଶି ଆପଣଙ୍କ ସିଲିଣ୍ଡର ଓ ରେଗୁଲେଟରର କଣ୍ଡିସନ ଉପରେ ନିର୍ଭର କରିଥାଏ।