ନୂଆଦିଲ୍ଲୀ, ୧୩/୦୪ : ପାକିସ୍ତାନରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ସେୟାର ମାର୍କେଟ୍ ରେ ଝଡ଼। ପୁଞ୍ଜି ବଜାରକୁ ଆମେରିକା-ଇରାନ ଯୁଦ୍ଧ ଝଟକା। ସୋମବାର ବଜାର ଖୋଲିବା ମାତ୍ରେ କ୍ରାସ୍। ୧୬୦୦ ଅଙ୍କ ଖସିଗଲା ସେନସେକ୍ସ। ନିଫ୍ଟିରେ ବି ବଡ଼ ହ୍ରାସ। ୪୯୦ ଅଙ୍କ ଖସିଲା ନିଫ୍ଟି ଇଣ୍ଡେକ୍ସ। ୧୦୦ ଟପିଲା କ୍ରୁଡ ଅଏଲ ଦର। ବିଶ୍ବ ଇନ୍ଧନ ପରିବହନର ପ୍ରମୁଖ ମାର୍ଗ ହର୍ମୁଜକୁ ବ୍ଲକ କରିବାକୁ ଭଭୟ ଇରାନ ଓ ଆମେରିକା ଧମକ ଦେବା ପରେ ସେୟାର ବଜାରରେ ହ୍ରାସ ଦେଖିବାକୁ ମିଳିଛି। ଇଣ୍ଡିଗୋ, ବାଜାଜ ଫାଇନାନ୍ସ, ଏସିଆନ ପେଣ୍ଟସ୍ ଠାରୁ ଏଚଡିଏଫସି ବ୍ୟାଙ୍କ ଯାଏଁ ସମସ୍ତଙ୍କ ସେୟାର ଧରାଶାୟୀ।

ସୋମବାର ସେୟାର ମାର୍କେଟ୍ ଖୋଲିବା ମାତ୍ରେ ଶୁକ୍ରବାର ବନ୍ଦ ତୁଳନାରେ ଖସି ୭୫ ହଜାର ୯୩୭ରେ ଖୋଲିଥିଲା। ମାତ୍ର କିଛି ସେକେଣ୍ଡରେ ୭୫ ହଜାର ୮୬୮କୁ ଖସି ଆସିଥିଲା। ସେହିପରି ନିଫ୍ଟି ଶୁକ୍ରବାର ବନ୍ଦ ତୁଳନାରେ ଖସି ୨୩ ହଜାର ୫୮୯ରେ ଖୋଲିଥିଲା। ଷ୍ଟକ୍ ମାର୍କେଟରେ ଏହି ଭୂକମ୍ପ ଯୋଗୁଁ BSE ର ଲାର୍ଜକ୍ୟାପ୍ ବର୍ଗରେ ଅନ୍ତର୍ଭୁକ୍ତ ସମସ୍ତ ୩୦ଟି ଷ୍ଟକ୍ ରେଡ୍ ଜୋନରେ କାରବାର କରୁଥିଲା। ସବୁଠୁ ଅଧିକ ଖସିଥିବା ଷ୍ଟକ୍ ଗୁଡ଼ିକ ହେଲା ଇଣ୍ଡିଗୋ ସେୟାର (୪%), ମାରୁତି ସେୟାର(୩%), ବାଜାଜ ଫାଇନାନ୍ସ ସେୟାର(୨.୯୦%), ଏସବିଆଇ ସେୟାର(୨.୮୦%), ରିଲାଏନ୍ସ ସେୟାର(୨.୭୦%) ଏବଂ ଏଚଡିଏଫସି ବ୍ୟାଙ୍କ ସେୟାର(୨.୬୦%) ରହିଛି।

ଏହି ଖବରଟିକୁ ପଢନ୍ତୁଚିନ୍ତା ବଢ଼ାଇଲା ହୋର୍ମୁଜ, ତୈଳ ରିଫାଇନାରି ଛାନିଆ, ଯେଉଁଠୁ ମିଳୁଛି କିଣି ନେଉଛନ୍ତି ତେଲ