ନୂଆଦିଲ୍ଲୀ, ୨୩/୦୩ : ଯୁଦ୍ଧ ମାଡ଼ରେ ପୁଞ୍ଜି ବଜାର ଧରାଶାୟୀ। ସେୟାର ମାର୍କେଟ୍ ଖୋଲିବା ମାତ୍ରେ କ୍ରାସ୍। ୧୬୦୦ ପଏଣ୍ଟ ହ୍ରାସ ପାଇଲା ସେନସେକ୍ସ। ୨୩୦୦୦ ପଏଣ୍ଟ ତଳକୁ ଖସିଲା ନିଫ୍ଟି। BSE ଲାର୍ଜକ୍ୟାପରେ ଅନ୍ତର୍ଭୁକ୍ତ ସମସ୍ତ ସେୟାର ଲାଲ ରଙ୍ଗରେ କାରବାର ହୋଇଥିବା ଦେଖାଯାଇଥିଲା। ପ୍ରାରମ୍ଭିକ କାରବାରରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ୪୧ ପଇସା ହ୍ରାସ ପାଇ ସର୍ବନିମ୍ନ ସ୍ତର ୯୩.୯୪ରେ ପହଞ୍ଚିଛି।
ସୋମବାର ସେନସେକ୍ସ ଶୁକ୍ରବାର ଦିନ ବନ୍ଦ ତୁଳନାରେ ହ୍ରାସ ପାଇ ୭୩ ହଜାର ୭୩୨ରେ ଖୋଲିଥିଲା। ହେଲେ କିଛି ମିନିଟ୍ ପରେ ସେୟାର ବଜାର କ୍ରାସ୍ ହୋଇ ୭୨ ହଜାର ୭୨୪ରେ ପହଞ୍ଚିଥିଲା। ଏହାର କିଛି ମିନିଟ୍ ପରେ ନିଫ୍ଟିରେ ମଧ୍ୟ ହ୍ରାସ ପାଇଥିଲା। ଶୁକ୍ରବାର ବନ୍ଦ ତୁଳନାରେ ନିଫ୍ଟି ୪୮୦ ଅଙ୍କ ଖସି ୨୨ ହଜାର ୬୩୪ରେ ପହଞ୍ଚିଥିଲା। ସେନସେକ୍ସର ୩୦ କମ୍ପାନୀଙ୍କ ମଧ୍ୟରୁ ଟାଟା ଷ୍ଟିଲ୍, ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ, ବଜାଜ ଫାଇନାନ୍ସ, ଭାରତ ଇଲେକ୍ଟ୍ରୋନିକ୍ସ, ଟାଇଟନ ଏବଂ ଅଦାନୀ ପୋର୍ଟସ୍ ସବୁଠାରୁ ପଛରେ ଥିବା କମ୍ପାନୀମାନଙ୍କ ମଧ୍ୟରେ ଅଛନ୍ତି। ଏଚସିଏଲ୍ ଟେକ୍ କେବଳ ଉପରେ ରହିଛି।
ଏହି ଖବରଟିକୁ ପଢନ୍ତୁ- ଚାକିରିଆଙ୍କ ପାଇଁ ଜରୁରି ଖବର ! ୧ ଅପ୍ରେଲରୁ ବଦଳୁଛି ଟ୍ୟାକ୍ସ ନିୟମ