ନୂଆଦିଲ୍ଲୀ, ୦୪/୦୩ : ହୋଲିରେ କ୍ରାସ୍ କଲା ସେୟାର ବଜାର । ରଙ୍ଗର ପର୍ବରେ ପୁଞ୍ଜି ବଜାର ଉପରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଦେଖିବାକୁ ମିଳିଛି । ବୁଧବାର ବଜାର ଖୋଲୁ ଖୋଲୁ ତଳ ମୁହାଁ ହୋଇଛି ସେନସେକ୍ସ ଏବଂ ନିଫ୍ଟି । ସେନସେକ୍ସ ୧୭ଶହ ପଏଣ୍ଟ ହ୍ରାସ ପାଇ ୭୮,୬୦୦ଅଙ୍କ ତଳେ ବ୍ୟବସାୟ କରୁଛି । ସେହିପରି ନିଫ୍ଟି ୫ଶହ ପଏଣ୍ଟ କମି ୨୪,୩୫୦ ଅଙ୍କ ନିକଟରେ ପହଞ୍ଚିଛି । ଅନ୍ୟପଟେ ବ୍ୟାଙ୍କ୍ ନିଫ୍ଟି ୧ହାଜାର ଅଙ୍କ ତଳରେ ରହିଛି ।
ଭାରତୀୟ ସେୟାର ମାର୍କେଟର ଟପ୍ ୩୦ଟି ସେୟାର ମଧ୍ୟରୁ ଟେକ୍ କମ୍ପାନୀଗୁଡ଼ିକ ଛାଡି ଦେଲେ ବାକି ଅନ୍ୟ ୨୫ଟି ସେୟାର ତଳ ମୁହାଁ ହୋଇଛି । ଏଲ୍ଆଣ୍ଡଟିର ସେୟରରେ ୬ ପ୍ରତିଶତ ହ୍ରାସ ପାଇଛି । ସେହିଭଳି ଟାଟା ଷ୍ଟିଲରେ ୫ ପ୍ରତିଶତ ଏବଂ ଆଦାନୀ ପୋର୍ଟ ୪ ପ୍ରତିଶତ କମିଛି । ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା ଏବଂ ଇଣ୍ଡିଗୋ ପରି ସେୟାର ଗୁଡ଼ିକ ପ୍ରାୟ ୪ ପ୍ରତିଶତ ପର୍ଯ୍ୟନ୍ତ କମିଛି ।
ନିବେଶକମାନଙ୍କୁ ଭାରୀ କ୍ଷତି:
ମଧ୍ୟପ୍ରାଚ୍ୟ ଅଶାନ୍ତ ପାଇଁ ପୁଞ୍ଜି ବଜାରରେ ଏଭଳି ଭୟଙ୍କର ପତନ ଦେଖିବାକୁ ମିଳିଛି । ଯାହା ଫଳରେ ମାତ୍ର କେଇଁ କ୍ଷଣ ମଧ୍ୟରେ ପ୍ରାୟ ୯ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି। ସୋମବାର ବିଏସଇ ସେୟାର ବଜାରର କ୍ୟାପିଟାଲାଇଜେସନ୍ ୪୫୬.୯ ଲକ୍ଷ କୋଟି ଟଙ୍କାରେ କାରବାର ବନ୍ଦ କରିଥିଲା । ଯାହା ବୁଧବାର ୪୪୭.୯ ଲକ୍ଷ କୋଟି ଟଙ୍କାକୁ ହ୍ରସ ପାଇଛି । ଏହାର ଅର୍ଥ ହେଉଛି ଆଜି ଶେୟର ବଜାରରେ ଯୁଦ୍ଧ ପ୍ରଭାବ ପଡ଼ିଛି । ଫଳରେ ନିବେଶକଙ୍କ ମୋଟ୍ ୯ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ।
ଅଧିକ ପଢ଼ନ୍ତୁ-ଆଉ ଦରକାର ନାହିଁ ଚାବି କାଠି ! ସାମସଙ୍ଗ ଫୋନ୍ରେ ଖୋଲିବ ଘରର କବାଟ