ଭୁବନେଶ୍ଵର, ୨୫/୦୨ : ଖଣି ବାବୁଙ୍କ ଘରେ ଟଙ୍କା ଖଣି। କଟକ ସର୍କଲ ଖଣି ଅଧିକାରୀ ଦେବବ୍ରତ ମହାନ୍ତିଙ୍କ ଘରେ ଟଙ୍କାର ପାହାଡ଼। ଭିଜିଲାନ୍ସ ରେଡ୍ ବେଳେ ୨ ବିଏଚକେ ଫ୍ଲାଟ୍ ରୁ ମିଳିଲା ୪ କୋଟି। ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ। ଘରେ ଖୋଲିଥିଲେ ମିନି ବ୍ୟାଙ୍କ୍। ଲାଗୁଛି ଦେବବ୍ରତଙ୍କ ଶ୍ରୀ ବିହାର ଘରେ ବିଜେ ହୋଇଥିଲେ ସ୍ଵୟଂ ଲକ୍ଷ୍ମୀ। ଟଙ୍କା ଗଣି ଗଣି ଭିଜିଲାନ୍ସ ହାଲିଆ। ୪ କୋଟିରେ ପହଞ୍ଚିଲାଣି ୩୦ ହଜାର ଟଙ୍କା ଲାଞ୍ଚ ଘଟଣା। ଭିଜିଲାନ୍ସ ଯେତେ ଖୋଳୁଛି ସେତେ ବାହାରୁଛି। ସମସ୍ତଙ୍କୁ ତାଜୁବ କରୁଛି ଏହି ଘଟଣା। ଖାଲି ଦେବବ୍ରତ ଆହୁରି ଏମିତି ଅନେକ କୁବେର ବାବୁ ଅଛନ୍ତି ? ସେପଟେ ଖଣି ଉପ-ନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଟଙ୍କା ଖଣି ଦେଖି ଆଇନ ମନ୍ତ୍ରୀ ବି କାବା । କହିଲେ ଯିଏ ଯିଏ ଦୁର୍ନୀତିରେ ଲିପ୍ତ ଅଛନ୍ତି ଏହା ସେମାନଙ୍କ ପାଇଁ ଆଇ ଓପନର।

ଆଇନ ମନ୍ତ୍ରୀ କହିଛନ୍ତି ଯେ, ଆମ ସରକାରରେ ଭିଜିଲାନ୍ସ ଚଢାଉ ନିରନ୍ତର ପ୍ରକ୍ରିୟା। ଆଗାମୀ ଦିନରେ ଚଢାଉ ଆହୁରି ତୀବ୍ରତର ହେବ। ଦୁର୍ନୀତି ବିରୁଦ୍ଧରେ ଆମ ସରକାରର ଶୂନ୍ୟ ସହନଶୀଳତା ନୀତି ରହିଆସିଛି। ଯିଏ ଦୁର୍ନୀତି କରିବେ ସେ ଅସୁବିଧାରେ ପଡିବେ, ସେଇ ଆଧାରରେ ସରକାର ଆଗେଇ ଚାଲିଛନ୍ତି। ଯିଏ ଯିଏ ଦୁର୍ନୀତିରେ ଲିପ୍ତ ଅଛନ୍ତି ଏହା ସେମାନଙ୍କ ପାଇଁ ଆଇ ଓପନର ହେଉ, କରପ୍ଟ ପ୍ରାକ୍ଟିସ୍ ବନ୍ଦ ହେଉ। ଆମ ସରକାରରେ ଭିଜିଲାନ୍ସ ଚଢାଉ ନିରନ୍ତର ପ୍ରକ୍ରିୟା, ଆଗାମୀ ଦିନରେ ଆହୁରି ତୀବ୍ରତର ହେବ।

ଆହୁରି ପଢନ୍ତୁ- ଖଣି ଅଧିକାରୀଙ୍କ କଳା ଟଙ୍କା ମୋହ; ଭିଜିଲାନ୍ସ ରେଡରେ ଘରୁ ମିଳିଲା ନଗଦ ୪କୋଟି ଓ ସୁନା ଗହଣା