ନୂଆଦିଲ୍ଲୀ,୦୫/୦୬; ଗରମ ଦିନ ଟିକେ ଥଣ୍ଡା ପାଣି ପିଇଲେ ଶାନ୍ତି ଲାଗେ । ଅନେକ ଫ୍ରିଜ୍ର ଥଣ୍ଡା ଥଣ୍ଡା ପାଣି ପିଇବାକୁ ପସନ୍ଦ କରିଥାନ୍ତି । ପ୍ରାୟ ଲୋକ ଗରମ ଦିନେ ବାହାରୁ ଆସିବା ପରେ ଥଣ୍ଡା ପାଣି ପିଇବାକୁ ପସନ୍ଦ କରିନ୍ତି । ତେଣିକି ସେ ଅଫିସ୍ ହେଉ ଅବା ଘର । ଆପଣ ଖରାରୁ ବାହରୁ ଆସି ଫ୍ରିଜ୍ର ଥଣ୍ଡା ପାଣି ପିଉଛନ୍ତ କି ? ଗରମରୁ ରକ୍ଷା ପାଇବା ପାଇଁ ଲୋକମାନେ ଏପରି କରିଥାନ୍ତି । କିନ୍ତୁ ଏହା ଆଦୌ ଠିକ୍ ନୁହେଁ । ଫ୍ରିଜ୍ର ଥଣ୍ଡା ଥଣ୍ଡା ପାଣି କିଛି ସମୟ ପାଇଁ ଆରାମ ଦେଇଥାଏ ସତ, କିନ୍ତୁ ଏହା ଆଣିପାରେ ବଡ଼ ସମସ୍ୟା । ଶରୀରକୁ ଭିତରୁ ରୋଗିଣା କରିଦେବ । ଶରୀରର ତାପମାତ୍ରା ଅଧିକ ଥିବା ବେଳେ ହଠାତ୍ ଥଣ୍ଡା ପାଣି ପିଇବା ଦ୍ୱାରା ନକାରାତ୍ମକ ପ୍ରଭାବ ପଡିଥାଏ । ହଠାତ୍ ଗରମରୁ ଆସି ଥଣ୍ଡା ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ । ଏପରିକି ଅଚାନକ ଗରମରୁ ଥଣ୍ଡାକୁ ଆସିବା ଦ୍ୱାରା ହୃଦୟ ଗତିରେ ମଧ୍ୟ ଅନିୟମିତତା ଦେଖିବାକୁ ମିଳିଥାଏ । ଏହି ଅଭ୍ୟାସ ଦ୍ୱାରା ଶରୀର ବିଭିନ୍ନ ପ୍ରକାରର ରୋଗକୁ ନିମନ୍ତ୍ରଣ ଦେଇଥାଏ । ଯେପରିକି...
ପାଚନତନ୍ତ୍ରଜନିତ ସମସ୍ୟା- ଗରମରେ ଥଣ୍ଡା ପାଣି ପିଇବା ଦ୍ୱାରା ପାଚନକ୍ରିୟା ଧୀମା ହୋଇଚାଲେ । ପରେ ପେଟରେ ଯନ୍ତ୍ରଣା, ବଦ୍ହଜମୀ, ବାନ୍ତି ଓ ଅନ୍ୟାନ୍ୟ ସମସ୍ୟା ଉପୁଜିଥାଏ ।
ଗଳା ଯନ୍ତ୍ରଣା- ଗରମଦିନେ ବାହାରୁ ଆସି ଥଣ୍ଡା ପାଣି ପିଇବା ଦ୍ୱାରା ଗଳା ବସିବା ଓ ଯନ୍ତ୍ରଣା ଆଦି ଦେଖା ଦେଇଥାଏ ।
ଏହା ବି ପଢନ୍ତୁ...Cooking Oils : ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଏହି ସବୁ ତେଲ, ବଢ଼ାଇପାରେ ହୃଦରୋଗ ଆଶଙ୍କା
ଥଣ୍ଡା-କାଶ- ଖରାରୁ ଆସିବା ସମୟରେ ଶରୀରର ତାପମାତ୍ରା ଅଧିକ ରହିଥାଏ । ଏହି ସମୟରେ ଥଣ୍ଡା ପାଣି ପିଇବା ଦ୍ୱାରା ତାପମାତ୍ରା ହଠାତ୍ କମିଯାଇଥାଏ, ଯାହାଦ୍ୱାରା କିଛି ଲୋକଙ୍କଠାରେ ଥଣ୍ଡାକାଶ ପରି ସମସ୍ୟା ଉପୁଜିଥାଏ । ଅଧିକ ସମ୍ବେଦନଶୀଳ ଲୋକମାନେ ଥଣ୍ଡା ପାଣି ପିଇବା ଦ୍ୱାରା ଜ୍ୱର ମଧ୍ୟ ହୋଇଥାଏ । ଏହି ସମସ୍ୟାରୁ ଏଡାଇବାକୁ ଖରାରୁ ଆସି ହଠାତ୍ ଥଣ୍ଡା ପାଣି ପିଅନ୍ତୁ ନାହିଁ ।