ସମ୍ବଲପୁର,୧୧।୮ : ଲୁହା ଖଣ୍ଡ ପଡି ଜଣେ ଷଷ୍ଠ ଶ୍ରେଣୀ ଛାତ୍ର ମୃତ। ମୃତକ ଜଣକ ହେଲେ ଦୀପୁ ଯାଦବ। ସେ ବୁଢାରାଜା ୟୁପି ସ୍କୁଲରେ ପଢୁଥିଲେ। ସ୍କୁଲରୁ ଛାତ୍ର ଜଣକ ପରିସ୍ରା କରିବାକୁ ଯାଉଥିବା ବେଳେ ଲୁହା ଖଣ୍ଡ ତାଙ୍କ ଉପରେ ପଡିଥିଲା।
ବୁଢାରାଜା ୟୁପି ସ୍କୁଲ ନିକଟରେ ରେଳଓ୍ବେର କାମ ଚାଲିଥିଲା। ଦୀପୁ ସ୍କୁଲରୁ ବାହାରକୁ ପରିସ୍ରା କରିବାକୁ ଯାଇଥିଲେ। ଏହି ସମୟରେ ଶ୍ରମିକମାନେ କାଟୁଥିବା ଲୁହାଖଣ୍ଡ ତାଙ୍କ ଉପରେ ପଡିଥିଲା। ଏଥିରେ ସେ ଗୁରୁତର ହୋଇଥିଲେ। ତୁରନ୍ତ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।