ମେଷ : ପଞ୍ଚମ ଚନ୍ଦ୍ର, ଘାତବାର ଯୋଗୁ ଶୁଭ କାର୍ଯ୍ୟ ବର୍ଜିତ, ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ, ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ, କାର୍ଯ୍ୟ କ୍ଷେତ୍ରରେ ବାଧାବିଘ୍ନ ଘଟିପାରେ, ଶରୀରରେ ସାମାନ୍ୟ କଷ୍ଟ ଦେଖାଦେଇପାରେ, ଆୟଠାରୁ ବ୍ୟୟ ଅଧିକ ରହିପାରେ, ଯାତ୍ରା ନିଷେଧ ।
ଶୁଭ ରଙ୍ଗ : ନାରଙ୍ଗୀ ଓ ହଳଦିଆ ।
ବୃଷ : ଚତୁର୍ଥ ଚନ୍ଦ୍ର ଯୋଗୁ ମନରେ ସାମାନ୍ୟ ଅଶାନ୍ତି ରହିପାରେ, ଘରୋଇ ସମସ୍ୟା ଦେଖାଦେବ, ଅଯଥା ଖର୍ଚ୍ଚ ହୋଇପାରେ, ବାଦବିବାଦ ହେବାର ସମ୍ଭାବନା ରହିଛି, ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ, ମା’ଙ୍କ ଶରୀର ପ୍ରତି ସତର୍କ ରହିବେ, ଶତ୍ରୁ ବୃଦ୍ଧି ହେବେ, ଧୈର୍ଯ୍ୟ ରଖି କାର୍ଯ୍ୟ କରନ୍ତୁ ।
ଶୁଭ ରଙ୍ଗ : ଧଳା ଓ କ୍ରିମ୍ ।
ମିଥୁନ : ତୃତୀୟ ଚନ୍ଦ୍ର ଯୋଗୁ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ, ମନରେ ଅନେକ ବିଚାର ଆସିପାରେ, ଶରୀର ପ୍ରତି ସତର୍କ ରହିବେ, ଥଣ୍ଡା ଓ ବେକଜନିତ ସମସ୍ୟା ଦେଖାଦେଇପାରେ, ଚାକିରୀ କ୍ଷେତ୍ରରେ ଅଧିକ ପରିଶ୍ରମ କରିବେ, କାର୍ଯ୍ୟ ପୂରଣ ହେବ ଏବଂ ସଫଳତା ମିଳିବ । ବିନିଯୋଗ କରିବା ବେଳେ ଭଲ ଭାବେ ଚିନ୍ତା କରନ୍ତୁ ।
ଶୁଭ ରଙ୍ଗ : ସବୁଜ ଓ ହଳଦିଆ ।
କର୍କଟ : ଦ୍ୱିତୀୟ ଚନ୍ଦ୍ର ଯୋଗୁ ଧନ ଲାଭ, ନିବେଶ କରନ୍ତୁ ନାହିଁ, ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ, ପରିବାରରେ କଳହ ହୋଇପାରେ, ଶରୀରରେ ସାଧାରଣ କ୍ଳାନ୍ତି ଦେଖାଦେଇପାରେ, ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ ।
ଶୁଭ ରଙ୍ଗ : ଧଳା ଓ କ୍ରିମ୍ ।
ସିଂହ : ଶ୍ରୀଚନ୍ଦ୍ର ଯୋଗୁ ଆତ୍ମବିଶ୍ୱାସ ବୃଦ୍ଧି ପାଇବ, ମନ ପ୍ରସନ୍ନ ରହିବ, ଚାକିରୀ କ୍ଷେତ୍ରରେ ଉନ୍ନତି, ଅଟକି ରହିଥିବା କାର୍ଯ୍ୟ ସଫଳ ହେବ, ପରିବାରରେ ହସଖୁସି ଲାଗି ରହିବ, ବନ୍ଧୁମିଳନ, ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି, ସହକର୍ମୀଙ୍କ ସହଯୋଗ ମିଳିବ, କୌଣସି ଶୁଭ କାର୍ଯ୍ୟ ଭଲ ଚିନ୍ତା କରି କରିବେ ।
ଶୁଭ ରଙ୍ଗ : କମଳା ଓ ହଳଦିଆ ।
କନ୍ୟା : ଦ୍ୱାଦଶ ଚନ୍ଦ୍ର ଯୋଗୁ ମନରେ ଅସ୍ଥିରତା ଲାଗି ରହିବ, କର୍ମ କ୍ଷେତ୍ରରେ କାମର ଚାପ ଅଧିକ ରହିବ, କାର୍ଯ୍ୟ କ୍ଷେତ୍ରରେ ବାଧାବିଘ୍ନ ଘଟିପାରେ, ଗୁପ୍ତ ଶତ୍ରୁ ବୃଦ୍ଧି ହୋଇପାରନ୍ତି, ଶରୀରରେ ମୁଣ୍ଡ ବିନ୍ଧା କିମ୍ବା ପେଟଜନୀତ ସମସ୍ୟା ଦେଖାଦେଇପାରେ, ଅଯଥା ଖର୍ଚ୍ଚ ଯୋଗ ରହିଛି ।
ଶୁଭ ରଙ୍ଗ : ସବୁଜ ଓ ଧୂସର ।
ତୁଳା : ଏକାଦଶ ଚନ୍ଦ୍ର ଯୋଗୁ ମନ ପ୍ରଫୁଲ ରହିବ, ଚାକିରୀ କ୍ଷେତ୍ରରେ ସଫଳତା ପ୍ରାପ୍ତି, କର୍ମ କ୍ଷେତ୍ରରେ ପ୍ରଶଂସା ମିଳିବ, ଧନପ୍ରାପ୍ତି ଯୋଗ, ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ, ଶାରୀରିକ ସ୍ୱାସ୍ଥ୍ୟ ଉତ୍ତମ ରହିବ, ପରିବାରରେ ସୁଖଶାନ୍ତିର ପରିବେଶ ସୃଷ୍ଟି ହେବ, ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ ।
ଶୁଭ ରଙ୍ଗ : ଧଳା ଓ ନୀଳ ।
ବିଛା : ଦଶମ ଚନ୍ଦ୍ର ଯୋଗୁ କର୍ମ କ୍ଷେତ୍ରରେ ସଫଳତା ପ୍ରାପ୍ତି, ଚାକିରୀ କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ, ମାନ, ସମ୍ମାନ ବୃଦ୍ଧି, ସାମାଜିକ କାର୍ଯ୍ୟରେ ଯୋଗଦାନ କରନ୍ତୁ, ଦେବ ଦର୍ଶନ ଯୋଗ, କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ।
ଶୁଭ ରଙ୍ଗ : ମେରୁନ୍ ଓ ଲାଲ ।
ଧନୁ : ନବମ ଚନ୍ଦ୍ର ଯୋଗୁ ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦିଅନ୍ତୁ, ମାନସିକ ଶାନ୍ତି ମିଳିବ, ଯାତ୍ରା କରିପାରନ୍ତି, କାର୍ଯ୍ୟ କ୍ଷେତ୍ରରେ ସାମାନ୍ୟ ବାଧାବିଘ୍ନ ଘଟିପାରେ, କୌଣସି ଶୁଭ ଖବର ମିଳିପାରେ, ଆର୍ଥିକ ସ୍ଥିତି ଭଲ ରହିବ, ସ୍ୱାସ୍ଥ୍ୟ ସାଧାରଣଃ ଭଲ ରହିବ ।
ଶୁଭ ରଙ୍ଗ : ବାଇଗଣୀ ଓ କମଳା ।
ମକର : ଅଷ୍ଟମ ଚନ୍ଦ୍ର ଯୋଗୁ ମନରେ ଅସ୍ଥିରତା, କ୍ରୋଧ ଓ ମାନସିକ ଚିନ୍ତା ବଢ଼ିପାରେ, ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବେ, କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମ କରିବେ, ଆର୍ଥିକ କାରୋବାରରେ ବିପଦ ଆସିପାରେ, ମାନ, ସମ୍ମାନ ହାନି ହୋଇପାରେ, ଧୌର୍ଯ୍ୟ ରଖିବେ ।
ଶୁଭ ରଙ୍ଗ : ମାଟିଆ ଓ ନୀଳ ।
କୁମ୍ଭ : ସପ୍ତମ ଚନ୍ଦ୍ର ଯୋଗୁ ଆପଣଙ୍କର ବ୍ୟକ୍ତିତ୍ୱ ବୃଦ୍ଧି ପାଇବ, ମନ ପ୍ରସନ୍ନ ରହିବ, ଦୈନନ୍ଦିନ ବ୍ୟବସାୟରେ ଉନ୍ନତି ହେବ, ଚାକିରୀ କ୍ଷେତ୍ରରେ ସହଯୋଗ ମିଳିବ, ଗୃହେ ଆନନ୍ଦ, ବାଦବିବାଦରୁ ଦୂରେଇ ରହିବେ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ, ଆୟଠାରୁ ବ୍ୟୟ ଅଧିକ ହୋଇପାରେ ।
ଶୁଭ ରଙ୍ଗ : କଳା ଓ ମାଟିଆ ।
ମୀନ : ଷଷ୍ଠ ଚନ୍ଦ୍ର ଯୋଗୁ ନୂତନ ଦ୍ରବ୍ୟ ଲାଭ, ଚାକିରୀ କ୍ଷେତ୍ରରେ ପଦୋନ୍ନତି, କୋଟ କଚେରୀ ମାମଲାରେ ଜୟଯୁକ୍ତ, ଆତ୍ମବିଶ୍ୱାସ ବୃଦ୍ଧି ହେବ, ରାଜନୀତି କ୍ଷେତ୍ରରେ ଉନ୍ନତି, ଋଣମୁକ୍ତ ହୋଇପାରିବେ, କୌଣସି ବଡ଼ ବିନିଯୋଗ କରନ୍ତୁ ନାହିଁ ।
ଶୁଭ ରଙ୍ଗ : ହଳଦିଆ ଓ ଗୋଲାପି ।
ଜ୍ୟୋତିର୍ବିଦ୍ : ଅନାମିକା,
ଯୋଗାଯୋଗ : ୯୭୭୭୭୧୧୭୩୩