ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

'ସୁଭଦ୍ରା' ଯୋଜନାରୁ ବଞ୍ଚିତ ୮୦୦ରୁ ଅଧିକ ବଣ୍ଡା ଜନଜାତି: ବ୍ୟାଙ୍କଖାତା, କେୱାଇସି, ଆଧାର ବାୟେମେଟ୍ରିକରେ ଅସୁବିଧା

Published By : Prameya | November 26, 2024 11:56 AM

ମାଲକାନଗିରି,୨୬/୧୧: ଗରିବ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ  ରାଜ୍ୟ ସରକାର ଇତିମଧ୍ୟରେ ୩ଟି କିସ୍ତିରେ  ୫ହଜାର ଟଙ୍କା ଲେଖାଏଁ ଦେଇସାରିଲେଣି । ବିଡମ୍ବନା ବିଷୟ ସତେତନତା ଅଭାବରୁ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡାଘାଟି  ମୁଦୁଲିପଡା ଓ ଅଣ୍ଡ୍ରାହଲ ପଞ୍ଚାୟତରେ ଏହି  ଯୋଜନା ଆଣ୍ଠେଇ ପଡିଛି । ଉଭୟ ପଞ୍ଚାୟତରୁ  ୮୦୦ରୁ ଅଧିକ ବଣ୍ଡା ଜନଜାତି ମହିଳା ସୁଭଦ୍ରା ପ୍ରାପ୍ୟରୁ ଏବେ ବି ବଞ୍ଚିତହୋଇ ରହିଛନ୍ତି । ସେମାନଙ୍କ ବ୍ୟାଙ୍କଖାତା, କେୱାଇସି, ଆଧାର ବାୟେମେଟ୍ରିକ ଠିକ୍‌ ନଥିବାରୁ ଅସୁବିଧା  ହେଉଥିବା ଜଣାପଡିଛି ।  

ବଣ୍ଡାଘାଟିର ମୁଦୁଲିପଡା ଓ ଅଣ୍ଡ୍ରାହଲ ୨ଟି  ପଞ୍ଚାୟତରେ ୧୫୦୦ରୁ ଅଧିକ ବଣ୍ଡା ମହିଳା  ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଫର୍ମ ପୂରଣ କରିଥିଲେ । ହେଲେ ଉଭୟ  ପଞ୍ଚାୟତର ଅଧାରୁ କମ ମହିଳାଙ୍କ ବ୍ୟାଙ୍କ  ଜମାଖାତାରେ ସୁଭଦ୍ରା ଟଙ୍କା ଜମା ହୋଇଥିବା  ବେଳେ ଅଧାରୁ ଅଧିକ ମହିଳାଙ୍କ ଖାତାକୁ  ଟଙ୍କା ଆସି ନଥିବା ଅଭିଯୋଗ ହୋଇଛି । ଟଙ୍କା କେବେ ମିଳିବ କି ନାହିଁ ସେନେଇ  ମହିଳାମାନେ ଚିନ୍ତିତ ଅଛନ୍ତି । ଟଙ୍କା ମିଳିଥିଲେ  ସେମାନେ ନିଜ ପିଲାଙ୍କ ପୋଷାକପତ୍ର, ପାଠ  ପଢାଇବା କାମରେ ଲଗାଇଥାନ୍ତେ । ଆଉ କିଏ  ନିଜ ଘର ମରାମତି କାମରେ ଲଗାଇଥାନ୍ତେ  ବୋଲି ଘାଟିରର ଗୁରୁବାରୀ କ୍ରିର୍ସାନୀ, ଶୁକ୍ରି  ଧଙ୍ଗଡ଼ାମାଝୀ, ବୁଧେଇ ବଡ଼ନାୟକଙ୍କ  ସହିତ ଅନ୍ୟ କେତେକ ମହିଳା କହିଛନ୍ତି ।  ସଭ୍ୟଶିକ୍ଷିତ ସାଧାରଣ ଲୋକେ ସେମାନଙ୍କ  ଆଧାରକାର୍ଡ ଓ ବ୍ୟାଙ୍କରେ କେୱାଇସି ଠିକ  ସମୟରେ ଦେଇ ପାରୁ ନଥିବା ବେଳେ  ଦୁର୍ଗମ ଘାଟିର ନିରୀହ ସାକ୍ଷାରବିହୀନ  ମହିଳାମାନେ ଏସବୁ ଜଟିଳ କାମ କିପରି  କରିପାରିବେ । ତେଣୁ ବଣ୍ଡା ଘାଟିରେ ସ୍ୱତନ୍ତ  କ୍ୟାମ୍ପ କରାଯାଇ ସେମାନଙ୍କ ଆଧାରକାର୍ଡ  ଓ ବ୍ୟାଙ୍କଖାତାକୁ ସଂଶୋଧନ କରିବା ପାଇଁ  ଗ୍ରାମବାସୀ ଦାବି କରିଛନ୍ତି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.