ପ୍ରମୂଖ ଖବର
  • ଜୟସ୍ୱାଲ ଏବଂ ସାଇ ସୁଦର୍ଶନଙ୍କ ଅର୍ଦ୍ଧଶତକ, ପନ୍ତ ଆହତ: ଟିମ୍ ଇଣ୍ଡିଆର ସ୍କୋର ୨୬୪/୪
  • ||
  • Myntra ବିରୋଧରେ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଫେମା ଆଇନ୍ ଉଲ୍ଲଂଘନ ଅଭିଯୋଗ
  • ||
  • ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ ୨ ବାଟାଲିଅନ ଗଠନକୁ ମଞ୍ଜୁରି, ୨୦୮୦ ନୂତନ ପଦବୀ ସୃଷ୍ଟି
  • ||
  • କଟକର ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ICC ରିପୋର୍ଟ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ
  • ||
  • ରକ୍ଷାବନ୍ଧନରେ ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ବାଦ୍‌ ପଡ଼ିଥିବା ଲକ୍ଷେ ୮୮ ହଜାର ମହିଳାଙ୍କୁ ପୁଣି ସୁଯୋଗ
  • ||
  • ବଲାଙ୍ଗୀର : ମଦଭାଟିରେ ପହଲବାନଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ପୁଲିସ
  • ||
  • ଗୁରୁବାର ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

ଜାତୀୟ ମାଗାଜିନରେ ଆଦିବାସୀ ଛାତ୍ରୀ ବିଭୂତିଙ୍କ ସଫଳ କାହାଣୀ

Published By : Gurupada Nath | July 23, 2025 8:11 PM

ମାଲକାନଗିରି,୨୩/୭ : ଜାତୀୟ ମାଗାଜିନରେ ଜାତୀୟସ୍ତର ଭଲିବଲ କ୍ରୀଡ଼ାବିତ ମାଲକାନଗିରିର ଆଦିବାସୀ ଛାତ୍ରୀ ବିଭୂତିଙ୍କ ସଫଳ କାହାଣୀ ପ୍ରକାଶ ପାଇବାକୁ ଯାଉଛି । ମାଲକାନାଗିରି ଜିଲ୍ଲା ସିନ୍ଧ୍ରିମାଳସ୍ଥିତ କସ୍ତୁରବାଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ହେଉଛନ୍ତି ବିଭୂତି ମୁଣ୍ଡାଗାଡ଼ିଆ । ହାଣ୍ଡବଲ୍ ଖେଳ ପ୍ରତି ଥିବା ତାଙ୍କର ଶ୍ରଦ୍ଧା ଓ ସମର୍ପଣ ତାଙ୍କୁ ଆଜି ଜାତୀୟସ୍ତରରେ ପରିଚୟ ପ୍ରଦାନ କରିଛି । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଆନୁକୂଲ୍ୟରେ କୃତିତ୍ବ ହାସଲ କରିଥିବା ବିଦ୍ୟାର୍ଥୀଙ୍କ ସଫଳ କାହାଣୀକୁ ନେଇ ଏକ ମାଗାଜିନ୍ ପ୍ରସ୍ତୁତ କରାଯାଉଛି । ଏହି ମାଗାଜିନରେ ବିଭୂତି ମୁଣ୍ଡାଗାଡ଼ିଆଙ୍କ କାହାଣୀକୁ ସ୍ଥାନିତ କରାଯିବା ରାଜ୍ୟ ପାଇଁ ଗର୍ବର ବିଷୟ । ଏହି ଅବସରରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ତାଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହା ଜିଲ୍ଲା ପାଇଁ ଏକ ଗର୍ବର ବିଷୟ । ଏହି ସଫଳତା ଅନେକ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି। 

ଗୋଟେ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରି ଭବିଷ୍ୟତରେ ଏକ ବଡ଼ ଅନ୍ତର୍ଜାତୀୟ ଖେଳାଳୀ ହେବା ପାଇଁ ସ୍ବପ୍ନ ଦେଖିଛନ୍ତି ବିଭୂତି ମୁଣ୍ଡାଗୁଡ଼ିଆ । ବାପା ମିସ୍ତ୍ରୀ କାମ କରୁଥିବାବେଳେ ମାଆ କରନ୍ତି ଛତୁ ଚାଷ । ଆର୍ଥିକ ସ୍ଥିତି ଭଲ ନ ଥିବା ସତ୍ତ୍ବେ ଭଲ ପାଠ ପଢ଼ି ଖେଳିକୁଦି ଭଲ ମଣିଷ ହେବା ବିଭୂତିଙ୍କ ଇଚ୍ଛା। ତାଙ୍କର ସେହି ଇଚ୍ଛାକୁ ପୂରଣ କରୁଛି କସ୍ତୁରବାଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ । ବର୍ତ୍ତମାନ ଏବେ ବିଭୂତି ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି । ପାଠ ପଢିବା ସହ ଖେଳ ପ୍ରତି ରୁଚି ରଖୁଥିବା ବିଭୂତି ଜିଲ୍ଲାସ୍ତରରେ ଓ ରାଜ୍ୟସ୍ତରରେ ଅନେକ ପ୍ରତିଯୋଗିତାରେ ବିଜୟୀ ହେବା ପରେ ଜାତୀୟସ୍ତରରେ ଖେଳିବା ପାଇଁ ମନୋନୀତ ହୋଇଥିଲେ । 

ଜୁନିଅର ନ୍ୟାସନାଲ୍ ସ୍କୁଲ ସ୍ପୋର୍ଟ୍ସ ହ୍ୟାଣ୍ଡବଲ ଚାମ୍ପିୟନସିପରେ ସେ ଭାଗ ନେଇ ରାଜ୍ୟ ପାଇଁ ଗୌରବ ଆଣି ଦେଇଥିଲେ । ତାଙ୍କର ଏହି ସଫଳତାକୁ ସମ୍ମାନ ଜଣାଇ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଜାତୀୟ ମାଗାଜିନରେ ବିଭୂତିଙ୍କ କାହାଣୀକୁ ସ୍ଥାନ ଦେବାକୁ ଯାଉଛି । ପ୍ରକାଶ ଯେ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗର ବାଳିକା ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ୨୦୦୪ ମସିହାରେ କସ୍ତୁରବାଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ ଯୋଜନାରୁ ଶୁଭାରମ୍ଭ ହୋଇଥିଲା । ଏହି  ସଫଳତାରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.