ନୂଆଦିଲ୍ଲୀ,୩୧।୫: ଭାରତ ଏକ ନୂଆ ସଫଳତା ହାସଲ କରିଛି। ଡିଆରଡିଓ ହରିୟାଣାର ପଞ୍ଚକୁଲା ଜିଲ୍ଲାର ରାମଗଢରେ ଥିବା ଟର୍ମିକାଲ ବାଲାଷ୍ଟିକ୍ ରିସର୍ଚ୍ଚ ଲାବୋରୋଟୋରୀରେ ଏକ ଉଚ୍ଚ କ୍ଷମତା ଥିବା ବମ୍ର ସଫଳ ପରୀକ୍ଷଣ କରାଯାଇଛି। ଏହା ଡିଆରଡିଓର ଏକ ୟୁନିଟ୍।
ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ)ର ପ୍ରମୁଖ ପ୍ରୟୋଗଶାଳା ‘ଟର୍ମିନାଲ ବାଲାଷ୍ଟିକ୍ ରିସର୍ଚ୍ଚ ଲାବୋରୋଟୋରୀ’ ରବିବାରକୁ ହରିୟାଣାର ପଞ୍ଚକୁଲା ଜିଲ୍ଲାର ରାମଗଢ ପରୀକ୍ଷଣ ରେଞ୍ଜରେ ଏହି ବମ୍ର ପରୀକ୍ଷଣ କରିଛି। ପରୀକ୍ଷଣକୁ ଦେଖି ପଞ୍ଚକୁଲାର ଭାନୁ ଓ ବିଲ୍ଲା ଗାଁର ନିବାସୀଙ୍କୁ ନିର୍ଦ୍ଧାରିତ ଅବଧି ସମୟରେ ଘର ଭିତରେ ରହିବାର ପରାମର୍ଶ ଦିଆଯାଇଛି।
A high-caliber bomb successfully tested at the Terminal Ballistics Research Laboratory -a facility of #DRDO -located in Ramgarh in Panchkula district of #Haryana.@DRDO_India pic.twitter.com/Ph1CQhHEl7
— All India Radio News (@airnewsalerts) May 31, 2026
ଅଧିକାରୀଙ୍କ ଅନୁଯାୟୀ, ବିସ୍ଫୋରଣ ସମୟରେ ବୋମା ଖଣ୍ଡଗୁଡ଼ିକ ପ୍ରାୟ ୧.୫ କିଲୋମିଟର ଉଚ୍ଚତାରେ ପହଞ୍ଚିବାର ଆଶା କରାଯାଉଥିଲା ଏବଂ ବିସ୍ଫୋରଣ ସ୍ଥାନରୁ ୨ କିଲୋମିଟର ପର୍ଯ୍ୟନ୍ତ ଭୂସମାନ୍ତର ଭାବରେ ବିସ୍ତାରିତ ହୋଇପାରେ। ତେଣୁ, ପରୀକ୍ଷଣ ସୁରକ୍ଷିତ ଭାବରେ କରାଯିବାକୁ ନିଶ୍ଚିତ କରିବା ପାଇଁ ବିସ୍ଫୋରଣ ସ୍ଥାନ ଚାରିପାଖରେ ଦୁଇ କିଲୋମିଟର ସୁରକ୍ଷା କ୍ଷେତ୍ର ପ୍ରତିଷ୍ଠା କରାଯାଇଥିଲା। ପରୀକ୍ଷଣ ରେଞ୍ଜ ନିକଟରେ ଥିବା ଭାନୁ ଏବଂ ବିଲ୍ଲା ଗାଁରେ ବୋମା ଖଣ୍ଡ ପଡ଼ିବାର ବିପଦ ଥିଲା, ତେଣୁ ପଞ୍ଚକୁଲା ଜିଲ୍ଲା ପ୍ରଶାସନ ପରୀକ୍ଷଣ ସମୟରେ ଗାଁ ଲୋକଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦେଇଥିଲା।
ଆହୁରି ପଢନ୍ତୁ :‘ଯଦି ବିଜେପିକୁ ସମର୍ଥନ କରିବୁ ତେବେ ଦେଶଭକ୍ତ, ନଚେତ…’, ଆକ୍ରମଣ ପରେ ଅଭିଷେକ ବାନାର୍ଜୀଙ୍କ ପ୍ରଥମ ପୋଷ୍ଟ