ନୂଆଦିଲ୍ଲୀ,୭।୮: ସୁଡାନ ବାୟୁସେନାର ଦାରଫୁରର ନ୍ୟାଲା ବିମାନ ବନ୍ଦର ଉପରେ ବଡ଼ ଧରଣର ଏୟାରଷ୍ଟ୍ରାଇକ୍। ଏଥିରେ ୟୁଏଇ ଏକ ବିମାନ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ ହୋଇଯାଇଛି। ସୁଡାନ ସରକାରୀ ଟିଭି ଚ୍ୟାନେଲ ଅନୁସାରେ, ଏହି ବିମାନରେ କଲୋମ୍ବିଆର ଭଡାଟିଆ ସୈନିକମାନେ ଥିଲେ ଏବଂ ଆକ୍ରମଣରେ ୪୦ରୁ ଅଧିକଙ୍କ ମୃତ୍ୟୁ ହୋଇଛି। ଏହି ଆକ୍ରମଣ ବୁଧବାର ଦିନ ସେହି ବିମାନବନ୍ଦରରେ ହୋଇଥିଲା, ଯାହା ରାପିଡ୍ ସପୋର୍ଟ ଫୋର୍ସ (RSF) ନିୟନ୍ତ୍ରଣରେ ଅଛି। ସୁଦାନୀ ସେନା ଏବଂ RSF ମଧ୍ୟରେ ଯୁଦ୍ଧ ଏପ୍ରିଲ ୨୦୨୩ ରୁ ଚାଲିଛି।
ଏକ ସାମରିକ ସୂତ୍ର ନ୍ୟୁଜ୍ ଏଜେନ୍ସି ଏଏଫପିକୁ କହିଛି ଯେ ନ୍ୟାଲା ବିମାନବନ୍ଦରରେ ଅବତରଣ କରିବା ମାତ୍ରେ ୟୁଏଇର ବିମାନଟି ବୋମା ମାଡ଼ରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ସରକାରୀ ଟିଭି ଦାବି କରିଛି ଯେ ବିମାନଟି ଉପସାଗରୀୟ ଦେଶର ଏକ ବିମାନବନ୍ଦରରୁ ଉଡ଼ାଣ କରିଥିଲା ଏବଂ ଏଥିରେ ଡଜନ ଡଜନ ବିଦେଶୀ ଲଢ଼ୁଆ ଏବଂ ଆରଏସଏଫ ପାଇଁ ଅସ୍ତ୍ରଶସ୍ତ୍ର ଏବଂ ଉପକରଣ ଥିଲା। ଆରଏସଏଫ ଡାରଫୁରର ଅଧିକାଂଶ ଅଞ୍ଚଳ ଦଖଲ କରିଛି।
ଜେନେରାଲ ଅବଦେଲ ଫତାହ ଅଲ-ବୁରହାନଙ୍କ ନେତୃତ୍ୱରେ ସୁଡାନର ସେନା ବହୁ ଦିନ ଧରି ୟୁଏଇ ଉପରେ ଅଭିଯୋଗ କରୁଛି ଯେ,ସେ ନ୍ୟାଲା ବିମାନବନ୍ଦର ଦେଇ ଆରଏସଏଫକୁ ଡ୍ରୋନ ଭଳି ଅସ୍ତ୍ରଶସ୍ତ୍ର ଯୋଗାଉଛି। ୟୁଏଇ ଏହି ଅଭିଯୋଗଗୁଡ଼ିକୁ ପ୍ରତ୍ୟାଖ୍ୟାନ କରି ଆସୁଛି।