ଢାକା,୨୮/୧୨: ଚଳିତ ବାଂଲାଦେଶ ପ୍ରିମିୟର ଲିଗ୍ରେ ଏକ ଅଘଟଣ ଘଟିଛି । ଢାକା କ୍ୟାପିଟାଲ୍ସ ଦଳର ସହକାରୀ କୋଚ୍ ମହବୁବ ଅଲି ଜାକି ଗ୍ରାଉଣ୍ଡ ଭିତରେ ପ୍ରାଣ ହରାଇଛନ୍ତି।
ଶନିବାର ଢାକା କ୍ୟାପିଟାଲ୍ସ ଓ ରାଜାଶାହି ରୟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବାର ଥିଲା । ମ୍ୟାଚ୍ ପୂର୍ବରୁ ଗ୍ରାଉଣ୍ଡ ଭିତରେ ଚେତା ହରାଇଥିଲେ । ତାଙ୍କ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ଏହା ପୂର୍ବରୁ ସେ ପ୍ରାଣ ହରାଇ ସାରିଥିଲେ । ଡାକ୍ତରଖାନା ତାଙ୍କୁ ମୃତ ଘୋଷଣା କରିଥିଲା । ହୃଦଘାତ ଯୋଗୁଁ ସେ ପ୍ରାଣ ହରାଇଥିବା ଡାକ୍ତରଖାନା ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।