ତିଗିରିଆ, ୨୬/୬ :  ବେକରେ ପିନ୍ଧା ଲୁଗା ବାନ୍ଧି ଆତ୍ମହତ୍ୟା । ଏଭଳି ଏକ ଘଟଣା ଘଟିଛି ତିଗିରିଆ ଥାନା ଅନ୍ତର୍ଗତ ନିଜିଗଡ଼ ଥାନା ପଛ ପାଖ ସାହିରେ । ନିଜ ପିନ୍ଧା ଲୁଗାକୁ ବେକରେ ଲଗାଇ ଫ୍ୟାନରେ ଝୁଲି ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି । ମୃତକ ଭାପୁର ଥାନା ଅନ୍ତର୍ଗତ ବିମ୍ବୋଳୋ ଗ୍ରାମର କୁନି ସାହୁ ବୋଲି ଜଣାପଡ଼ିଛି । 

ସୂଚନା ଅନୁସାରେ ନିଜିଗଡ଼ସ୍ଥିତ ତିଗିରିଆ ଥାନା ପଛ ସାହିରେ ଭାପୁର ଅଞ୍ଚଳର ଏକ ଦମ୍ପତ୍ତି ଘର ଭଡ଼ା ନେଇ ରହୁଥିଲେ l ମହିଳା ଜଣଙ୍କ ଗୁରୁବାର ମଧ୍ୟାହ୍ନ ସମୟରେ ନିଜ ଶୋଇବା ଘରେ ଭିତର ପଟୁ କବାଟ ଦେଇ ଫ୍ଯାନରେ ଝୁଲି ପଡ଼ିଥିଲେ। ପାରିବାରିକ ଅଶାନ୍ତି ଯୋଗୁଁ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତେବେ ଘଟଣାକୁ ନେଇ ପରିବାର ଲୋକେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତହସିଲଦାର ଅକ୍ଷୟ କୁମାର ପରିଡ଼ାଙ୍କ ଉପସ୍ଥିତିରେ ଶବକୁ ଜବତ କରି ବ୍ଯବଚ୍ଛେଦ ଲାଗି ପଠାଇବା ସହ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନା ସୂତ୍ରରୁ ଜଣାପଡ଼ିଛି l