ପ୍ରମୂଖ ଖବର
  • ପାକିସ୍ତାନ ବିରୋଧରେ ବିଏଲଏଫର ‘ଅପରେସନ୍ ବାମ୍’; ଏକାଥରେ ୧୭ଟି ସ୍ଥାନରେ କଲା ଆକ୍ରମଣ
  • ||
  • ପାତ୍ରପୁର ଠଣାଗାଁ ଛକ ନିକଟରେ ୨ ବୁଲେଟ ମଧ୍ୟରେ ମୁହାଁମୁହିଁଁ ଧକ୍କା , ବାପା-ପୁଅ ସମେତ ୩ମୃତ
  • ||
  • ବୌଦ୍ଧ : ଜମଘାଟୀ ଗ୍ରାମରେ ଅଘଟଣ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ
  • ||
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ବେକରେ ପିନ୍ଧା ଲୁଗା ବାନ୍ଧି ଆତ୍ମହତ୍ୟା

Published By : Gurupada Nath | June 26, 2025 8:17 PM

ତିଗିରିଆ, ୨୬/୬ :  ବେକରେ ପିନ୍ଧା ଲୁଗା ବାନ୍ଧି ଆତ୍ମହତ୍ୟା । ଏଭଳି ଏକ ଘଟଣା ଘଟିଛି ତିଗିରିଆ ଥାନା ଅନ୍ତର୍ଗତ ନିଜିଗଡ଼ ଥାନା ପଛ ପାଖ ସାହିରେ । ନିଜ ପିନ୍ଧା ଲୁଗାକୁ ବେକରେ ଲଗାଇ ଫ୍ୟାନରେ ଝୁଲି ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି । ମୃତକ ଭାପୁର ଥାନା ଅନ୍ତର୍ଗତ ବିମ୍ବୋଳୋ ଗ୍ରାମର କୁନି ସାହୁ ବୋଲି ଜଣାପଡ଼ିଛି । 

ସୂଚନା ଅନୁସାରେ ନିଜିଗଡ଼ସ୍ଥିତ ତିଗିରିଆ ଥାନା ପଛ ସାହିରେ ଭାପୁର ଅଞ୍ଚଳର ଏକ ଦମ୍ପତ୍ତି ଘର ଭଡ଼ା ନେଇ ରହୁଥିଲେ l ମହିଳା ଜଣଙ୍କ ଗୁରୁବାର ମଧ୍ୟାହ୍ନ ସମୟରେ ନିଜ ଶୋଇବା ଘରେ ଭିତର ପଟୁ କବାଟ ଦେଇ ଫ୍ଯାନରେ ଝୁଲି ପଡ଼ିଥିଲେ। ପାରିବାରିକ ଅଶାନ୍ତି ଯୋଗୁଁ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତେବେ ଘଟଣାକୁ ନେଇ ପରିବାର ଲୋକେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତହସିଲଦାର ଅକ୍ଷୟ କୁମାର ପରିଡ଼ାଙ୍କ ଉପସ୍ଥିତିରେ ଶବକୁ ଜବତ କରି ବ୍ଯବଚ୍ଛେଦ ଲାଗି ପଠାଇବା ସହ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନା ସୂତ୍ରରୁ ଜଣାପଡ଼ିଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.