ପ୍ରମୂଖ ଖବର
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଖରାଦିନେ ଡାଏଟ୍‌ରେ ସାମିଲ କରନ୍ତୁ ଏହି ୫ ଫଳ, ଡିହାଇଡ୍ରେସନ୍‌ରୁ ମିଳିବ ମୁକ୍ତି

Published By : Harapriya Sethi | April 7, 2025 2:51 PM

ଦିନକୁ ଦିନ ବଢୁଛି ଗରମ । ପରିସ୍ଥିତି ଆଗକୁ ଆହୁରି ଖରାପ ହେବାର ସମ୍ଭାବନା ରହିଛି । ଖରାଦିନେ ନିଜକୁ ଫିଟ୍ ରଖିବା କୌଣସି ଚ୍ୟାଲେଞ୍ଜଠାରୁ କମ୍ ନୁହେଁ । ତାପମାତ୍ରାରେ ନିରନ୍ତର ବୃଦ୍ଧି ଯୋଗୁଁ  ଶରୀରରେ ଜଳର ଅଭାବ ଅର୍ଥାତ୍ ଡିହାଇଡ୍ରେସନ୍ ହେବା ସାଧାରଣ କଥା। ଶରୀରରେ ଜଳୀୟଅଂଶ ଅଭାବରୁ ଥକ୍କାପଣ, ମୁଣ୍ଡ ବୁଲାଇବା, ମଳିନ ଚର୍ମ ଏବଂ କେତେକ ସମୟରେ ଅଂଶୁଘାତ ଭଳି ଗମ୍ଭୀର ସମସ୍ୟା ଦେଖା ଦେଇପାରେ ।

ଏପରି ପରିସ୍ଥିତିରେ, କେବଳ ପାଣି ପିଇବା ଯଥେଷ୍ଟ ନୁହେଁ । କିଛି ଫଳ ଯାହା ପାଣିରେ ଭରପୂର ରହିଥାଏ, ସେଗୁଡ଼ିକୁ ଖାଦ୍ୟରେ ସାମିଲ କରିବା ଉଚିତ୍ । ଆସନ୍ତୁ ଜାଣିବା ଏପରି ୫ଟି ଫଳ ବିଷୟରେ ଯାହା କେବଳ ଶରୀରରେ ଜଳୀୟଅଂଶକୁ ଦୂର କରେ ନାହିଁ ବରଂ ଶରୀରକୁ ଶକ୍ତି ମଧ୍ୟ ଯୋଗାଇଥାଏ ।

ତରଭୁଜ-

ଗ୍ରୀଷ୍ମ ଋତୁର ରାଜା ତରଭୁଜ ହେଉଛି ପାଣିର ସର୍ବୋତ୍ତମ ଉତ୍ସ । ଏଥିରେ ୯୦% ରୁ ଅଧିକ ଜଳ ରହିଥାଏ । ତରଭୁଜ ଖାଇବା ଦ୍ୱାରା ଶରୀର ଥଣ୍ଡା ରହିଥାଏ ଏବଂ ଡିହାଇଡ୍ରେସନ୍‌ ହୋଇ ନଥାଏ । ଏହା ସହିତ ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ସି ମଧ୍ୟ ପ୍ରଚୁର ପରିମାଣରେ ରହିଥାଏ । ଯାହା ଶରୀରର ପାଇଁ ବେଶ୍‌ ଉପକାରୀ । 

ଖରଭୁଜ-

ଗ୍ରୀଷ୍ମ ଋତୁରେ ଖରଭୁଜ ଫଳକୁ ମଧ୍ୟ ବହୁତ ପସନ୍ଦ କରାଯାଏ । ଏହାର ମିଠା ସ୍ୱାଦ ଏବଂ ଶୀତଳତା ଶରୀରକୁ ଆରାମ ଦିଏ । ଏହା କେବଳ ଜଳୀୟ ଅଂଶ ପ୍ରଦାନ କରେ ନାହିଁ ବରଂ ପାଚନ କ୍ରିୟାକୁ ସୁସ୍ଥ  ମଧ୍ୟ ରଖେ । ଖରଭୁଜରେ ଜଳସ୍ତର ପ୍ରାୟ ୯୦% ରହିଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ।

କମଳା-

ଗ୍ରୀଷ୍ମ ଋତୁରେ କମଳା ଖାଇବା ମଧ୍ୟ ଲାଭଦାୟକ । ଏଥିରେ ଭିଟାମିନ୍ ସି ଏବଂ ପାଣି ଉଭୟ ଭରପୂର ରହିଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବା ସହିତ, ଶରୀରରେ ଜଳ ଅଭାବକୁ ମଧ୍ୟ ଦୂର କରିଥାଏ । ଏହାର ରସ ଗ୍ରୀଷ୍ମ ଋତୁରେ ଏକ ନାଚୁୁରାଲ୍‌ ହେଲ୍ଥ ଡ୍ରିଙ୍କ ଭାବରେ କାମ କରିଥାଏ ।

ସପୁରୀ-

ସପୁରୀରେ ପ୍ରାୟ ୮୫% ପାଣି ରହିଥାଏ । ଏହାର ସ୍ୱାଦ ମିଠା ଏବଂ ଖଟା, ଯାହା କେବଳ ଶରୀରକୁ ସତେଜ କରେ ନାହିଁ ବରଂ ପ୍ରଚୁର ପରିମାଣର ଜଳ ମଧ୍ୟ ଯୋଗାଇଥାଏ । କେବଳ ସେତିକି ନୁହେଁ, ପାଚନ କ୍ରିୟାକୁ ଉନ୍ନତ କରୁଥିବା ଏନଜାଇମ ମଧ୍ୟ ଏଥିରେ ମିଳିଥାଏ ।

ଷ୍ଟ୍ରବେରୀ-

ଷ୍ଟ୍ରବେରୀରେ ୯୧% ପାଣି ରହିଥାଏ । ଏହି ଛୋଟ ବେରୀ ପ୍ରକୃତରେ ପାଣିର ଏକ ଉତ୍ତମ ଉତ୍ସ । ଏହା କେବଳ ଶରୀରକୁ ହାଇଡ୍ରେଟ୍ ରଖେ ନାହିଁ, ବରଂ ଚର୍ମ ଏବଂ କେଶ ପାଇଁ ମଧ୍ୟ ବହୁତ ଲାଭଦାୟକ । ଖରା ଦିନେ ଷ୍ଟ୍ରବେରୀ ଖାଇବା ଦ୍ୱାରା ଶରୀରରେ ଜଳୀୟଅଂଶର ଅଭାବ ହୋଇ ନଥାଏ । ଶରୀର ସତେଜ ଅନୁଭବ କରିଥାଏ । ଯାହା ଫଳରେ କାର୍ଯ୍ୟ କରିବାକୁ ସକ୍ଷମ ହୋଇଥାଏ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.