ଭୁବନେଶ୍ୱର ୨୩/୦୩: ଯେଉଁମାନଙ୍କର ଜନ୍ମ ମୂଳାଙ୍କ ୧ ଅର୍ଥାତ୍ ଯେଉଁମାନେ ଯେକୌଣସି ମାସର ୧ ତାରିଖ ଅବା ୧୦,୧୯ ଅବା ୨୮ ସେମାନଙ୍କ ସ୍ୱାମୀ ଗ୍ରହ ହେଲେ ସୂର୍ଯ୍ୟ । ସୂର୍ଯ୍ୟ ଶକ୍ତିର ଆଧାର । ଏଣୁ ଏହି ମୂଳାଙ୍କର ବ୍ୟକ୍ତିମାନେ ସ୍ୱଭାବତଃ ଭାରି ସ୍ୱାଭିମାନୀ ହୋଇଥାନ୍ତି । ଏମାନଙ୍କର ଅହଂକୁ ଆଘାତ ପହଞ୍ଚିଲେ ନିଜ କଥା ମଧ୍ୟ ଶୁଣିନଥାନ୍ତି ।
୧ ମୂଳାଙ୍କଧାରୀଙ୍କୁ ଅପମାନିତ କଲେ, ହୃଦୟ ଭାଙ୍ଗିଲେ ଅବା ଶତ୍ରୁତା ଆଚରଣ କଲେ ଜୀବନ ତମାମ ଆହତକାରୀକୁ କ୍ଷମା ଦେଇପାରିନଥାନ୍ତି ଏବଂ କେବେହେଁ କଥାବାର୍ତ୍ତା କରିବାକୁ ପସନ୍ଦ କରିନଥାନ୍ତି । ୧ ମୂଳାଙ୍କଧାରୀମାନେ ବେଶ୍ ଭାବପ୍ରବଣ ହୋଇଥାନ୍ତି । ଏଣୁ ସେମାନେ ଆହତ ହେଲେ ଆଉ ଫେରି ଚାହିଁବାକୁ ପସନ୍ଦ କରନ୍ତି ନାହିଁ । ଏହି ମୂଳାଙ୍କ ଲୋକଙ୍କ ସହିତ ଶତ୍ରୁତା ବୁଝିବିଚାରି କରିବା ଉଚିତ । କାରଣ ଲୁଚାଛପା ମୁକାବିଲାକୁ ୧ ମୂଳାଙ୍କଧାରୀ ପସନ୍ଦ କରିବେ ନାହିଁ । ଯାହା ବି କରିବେ ସାମ୍ନାସାମ୍ନି ।
ଅଧିକ ପଢ଼ନ୍ତୁ :- ତୁଳସୀ ମାଟିର ରଙ୍ଗ କହିବ ଗ୍ରହଦୋଷ, ଜାଣନ୍ତୁ କ’ଣ କୁହେ ଜ୍ୟୋତିଷ ଶାସ୍ତ୍ର