ଭୁବନେଶ୍ୱର ୧୬/୦୩: ହିନ୍ଦୁ ଧର୍ମ ଅନୁସାରେ, ତୁଳସୀ କେବଳ ଏକ ଗଛ ନୁହେଁ, ତୁଳସୀ ଦେବୀ, ପୂଜ୍ୟା । ଘରର ସୁଖ,ଶାନ୍ତି ଏବଂ ସମୃଦ୍ଧିର ପ୍ରତୀକ । ପ୍ରତ୍ୟେକ ହିନ୍ଦୁ ପରିବାରର ଘର ସମ୍ମୁଖରେ ତୁଳସୀ ଚଉରାଟିଏ ଦେଖିବାକୁ ମିଳେ । ଏହି ତୁଳସୀ ଗଛକୁ ନେଇ ଏକ ପ୍ରଶ୍ନ ଉଠେ ତୁଳସୀ ଗଛ ଚଉରା ମାଟିର ରଙ୍ଗ ପରିବର୍ତ୍ତନ କାହିଁକି ହୋଇଯାଏ? ଏହାର ରଙ୍ଗ ବାଦାମୀରୁ ଲାଲ ନଚେତ୍ ହଳଦିଆ ହୋଇଯାଏ । ବୈଜ୍ଞାନିକ ଦୃଷ୍ଟିକୋଣରୁ କୁହାଯାଏ ଯେ ତୁଳସୀ ମାଟିରେ ପୁଷ୍ଟି ଅଭାବ ହୁଏ କିମ୍ବା ଜଳବାୟୁର ପ୍ରଭାବକୁ ଦାୟୀ କରାଯାଇପାରେ । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତୁଳସୀ ମାଟିର ରଙ୍ଗ ପରିବର୍ତ୍ତନ ଗଭୀର ମହତ୍ତ୍ୱ ରଖେ ଏବଂ ମାଟିର ପରିବର୍ତ୍ତିତ ରଙ୍ଗ ସହିତ ଗ୍ରହର ସମ୍ପର୍କ ରହିଛି । ଜାଣିବା ଆସନ୍ତୁ ଏ ସମ୍ପର୍କରେ...

ତୁଳସୀ ପାତ୍ରରେ ଥିବା ମାଟି ଯଦି ଲାଲ ହୋଇଯାଏ ତେବେ ଏହା ମଙ୍ଗଳର ପ୍ରଭାବକୁ ସୂଚିତ କରେ । ମଙ୍ଗଳକୁ ଅଗ୍ନି ଏବଂ କ୍ରୋଧର କାରକ ଭାବରେ ବିବେଚନା କରାଯାଏ । ଏହି ଲାଲ ମାଟି ସୂଚାଇଥାଏ କି ପରିବାରର କୌଣସି ସଦସ୍ୟ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଏହା ମଧ୍ୟ ପିତୃ ଦୋଷ କିମ୍ବା ଭୂମି ଦୋଷକୁ ସୂଚାଇଥାଏ । ଏପରି ସମୟରେ, ଜମିବାଡି ସମ୍ବନ୍ଧୀୟ ବିବାଦ କିମ୍ବା ମତଭେଦ ବଢିବାର ସମ୍ଭାବନା ରହିଛି । ଚଉରା ବା ପାତ୍ରକୁ ପ୍ରତିଦିନ ସଫା ରଖିବା ଏବଂ ନିୟମିତ ଭାବରେ ତୁଳସୀ ଗଛକୁ ପୂଜା କରିବା ଦ୍ୱାରା ନକାରାତ୍ମକ ପ୍ରଭାବକୁ ହ୍ରାସ କରାଯାଇପାରିବ ।

ହଳଦିଆ ରଙ୍ଗର ମାଟି ବୃହସ୍ପତି ଗ୍ରହ ସହ ଜଡିତ । ବୃହସ୍ପତି ଘରେ ସୁଖ, ସୌଭାଗ୍ୟ ଏବଂ ଜ୍ଞାନ ଆଣିଥାଏ । ହଳଦିଆ ମାଟି ସୂଚାଇଥାଏ ଯେ ଘରର ଶୁଭ କାର୍ଯ୍ୟରେ ବାଧାପ୍ରାପ୍ତ, ଆର୍ଥିକ ଅସୁବିଧା, ଅଧ୍ୟାତ୍ମିକ ଶକ୍ତିର ଅଭାବ ଏବଂ ନକାରାତ୍ମକତାର ପ୍ରବେଶର ଆଶଙ୍କା ରହିଛି । ଏହି ସମୟରେ ଘରେ ଦାନ, ପୂଜା ଏବଂ ଧାର୍ମିକ କାର୍ଯ୍ୟ ଉପରେ ଧ୍ୟାନ ଦେବା ଉଚିତ୍ । ତୁଳସୀ ଗଛକୁ ସଫା ରଖିବା, ନିୟମିତ ପାଣି ଦେବା ଏବଂ ଏହାର ଚାରିପାଖରେ ସକାରାତ୍ମକ ପରିବେଶ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ ।

ଆହୁରି ପଢ଼ନ୍ତୁ...ଘର ପାଇଁ ଉପଯୁକ୍ତ ଜମି କେଉଁଟି ? ଜାଣିବେ କିପରି, ଟିକେ ଭୁଲ ହେଲେ ପଡ଼ିବ କୁପ୍ରଭାବ....

ତୁଳସୀ ଗଛ ସିଧାସଳଖ ବୁଧ ଗ୍ରହ ସହ ଜଡିତ। ବୁଧ ହେଉଛନ୍ତି ସବୁଜ, ବୁଦ୍ଧି ଏବଂ ବାଣୀର କାରକ । ତୁଳସୀ ମାଟିର ରଙ୍ଗ ବଦଳିଯିବା ବ୍ୟବସାୟ ,କ୍ୟାରିୟର କିମ୍ବା ମାନସିକ ସ୍ଥିତିକୁ ପ୍ରଭାବିତ କରିପାରେ । ଘରେ ସକାରାତ୍ମକ ଶକ୍ତିର ହ୍ରାସକୁ ସୂଚିତ କରିବା ସହ ନିଷ୍ପତ୍ତି ନେବାରେ ମଧ୍ୟ ବାଧା ସୃଷ୍ଟି କରିଥାଏ । ସପ୍ତାହରେ ଥରେ ହାଲୁକା ପାଣିରେ ମାଟି ଧୋଇ ଯଦି ସମ୍ଭବ ପୁରୁଣା ପତ୍ର କାଢି ଦିଅନ୍ତୁ । ତୁଳସୀ ପାତ୍ରକୁ ସଫା ରଖିବା ସହିତ ସଂଧ୍ୟାରେ ଘିଅ ଦୀପ ଜଳାନ୍ତୁ । ଯାହା ଦ୍ୱରା ସକାରାତ୍ମକ ଶକ୍ତି ବଜାୟ ରହିବ ।