ମେଷ: ଦ୍ୱିତୀୟଚନ୍ଦ୍ରଘାତବାରଯୋଗୁ ଯାତ୍ରା ନିଷେଧ,ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁକାର୍ଯ୍ୟକ୍ଷେତ୍ରରେ ବାଧାବିଘ୍ନ ଘଟିପାରେ,ସତର୍କ ରହିବେ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବେନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁଧନଲାଭ ହେବନିବେଶ କରନ୍ତୁ ନାହିଁଶରୀର ପ୍ରତି ସତର୍କ ରହିବେମତଭେଦରୁ ଦୂରେଇ ରୁହନ୍ତୁଗୃହେ ଆନନ୍ଦ,ଧର୍ଯ୍ୟର ସହ କାମ କରନ୍ତୁ ।

ଶୁଭରଙ୍ଗ: ହଳଦିଆ ଓ ଧଳା

ବୃଷ: ଶ୍ରୀଚନ୍ଦ୍ରଯୋଗୁ ଆତ୍ମବିଶ୍ୱାସ ବୃଦ୍ଧି ପାଇବ,କାର୍ଯ୍ୟକ୍ଷେତ୍ରରେ ସଫଳତାପ୍ରାପ୍ତି ହେବ,ବନ୍ଧୁଙ୍କ ସାହାଯ୍ୟ ମିଳିବ,ନୂତନ ଯୋଜନା ଆରମ୍ଭ କରିପାରନ୍ତି,ଆର୍ଥିକ ଉନ୍ନତି,ସମାଜରେ ସମ୍ମାନପ୍ରାପ୍ତି,ଶରୀର ସୁସ୍ଥ ରହିବ,ମନ ପ୍ରଫୁଲ ରହିବ,ସ୍ୱାଦିଷ୍ଟ ଭୋଜନପ୍ରାପ୍ତି,ଗୃହେ ଆନନ୍ଦ,ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସାହାଯ୍ୟପ୍ରାପ୍ତି ।

ଶୁଭରଙ୍ଗ: ସିଲ୍ଭର ଓ ଧଳା

ମିଥୁନ: ଦ୍ୱାଦଶଚନ୍ଦ୍ରଯୋଗୁ ଅଯଥା ବ୍ୟୟ,ମାନସିକ ଚିନ୍ତା,ନିଜ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ,ଆର୍ଥିକ କାରବାର ପ୍ରତି ସତର୍କ ରହିବେ,ହଠାତ୍ ଖର୍ଚ୍ଚଯୋଗ,ଚାକିରୀକ୍ଷେତ୍ରରେ ଚାପ ଲାଗି ରହିବ,ଗୁପ୍ତ ଶତ୍ରୁ ବୃଦ୍ଧି ହୋଇପାରନ୍ତି,ନିବେଶ କରନ୍ତୁ ନାହିଁ,ଯାତ୍ରା ନିଷେଧ,ଯାନବାହନ ପ୍ରତି ସତର୍କ ରହିବେ,ଶରୀରରେ କ୍ଳାନ୍ତି ଦେଖା ଦେଇପାରେ ।

ଶୁଭରଙ୍ଗ: ସବୁଜ ଓ ହଳଦିଆ

କର୍କଟ: ଏକାଦଶଚନ୍ଦ୍ର ଯୋଗୁ ଆର୍ଥିକ ଉନ୍ନତିଧନପ୍ରାପ୍ତି ଯୋଗ,ବ୍ୟବସାୟରେ ଉନ୍ନତି,ଚାକରୀକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସାହାଯ୍ୟପ୍ରାପ୍ତି,ପଦୋନ୍ନତି ଯୋଗ,ସୁସମ୍ବାଦ ପ୍ରାପ୍ତି,ଅଟକି ରହିଥିବା କାର୍ଯ୍ୟ ପୂରଣ କରିବେ,ମନ ପ୍ରଫୁଲ ରହିବ,ଶରୀର ସୁସ୍ଥ ରହିବ,ଯାନବାହନ କ୍ରୟ କରିପାରନ୍ତି ।

ଶୁଭରଙ୍ଗ : ରୂପେଲି,ଧଳା ଓ କ୍ରୀମ୍

ସିଂହ: ଦଶମଚନ୍ଦ୍ର ଯୋଗୁ ଆୟ ବୃଦ୍ଧିହେବ,କର୍ମକ୍ଷେତ୍ରରେ ଉନ୍ନତି,ଚାକିରୀକ୍ଷେତ୍ରରେ ଶୁଭ ଫଳ ମିଳିବ,ମାନ,ସମ୍ମାନ ବୃଦ୍ଧିପାଇବ,ମନ ସ୍ଥିର ଏବଂ ଶାନ୍ତି ରହିବ,ନୂଆ ଯୋଜନା କରିବା ପାଇଁ ଦିନଟି ଶୁଭ,ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ,ଗୃହେ ଆନନ୍ଦ,ଶରୀରରେ ସାମାନ୍ୟ ଆଖି କିମ୍ବା ମୁଣ୍ଡବିନ୍ଧା ଦେଖା ଦେଇପାରେ ।

ଶୁଭରଙ୍ଗ: ଲାଲ ଓ କେଶରୀ

କନ୍ୟା: ନବମ ଚନ୍ଦ୍ରଯୋଗୁ ଭାଗ୍ୟ ବଳ ମିଳିବ,ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ,ଦୂରଯାତ୍ରା କରିପାରନ୍ତି,ମାନସିକ ଚିନ୍ତା,କର୍ମକ୍ଷେତ୍ରରେ ଉନ୍ନତି,ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି,ଦେବ ଦର୍ଶନ,ପିତାମାତା ଓ ଗୁରୁଜନଙ୍କଠାରୁ ସାହାଯ୍ୟପ୍ରାପ୍ତିଚିନ୍ତାମୁକ୍ତ ହେବେ,ଶରୀର ଉତ୍ତମ ରହିବ,ଅଧିକ ଆତ୍ମବିଶ୍ୱାସୀ ହେବେ ନାହିଁ ।

ଶୁଭରଙ୍ଗ : ସବୁଜ ଓ କ୍ରିମ୍

ତୁଳା: ଅଷ୍ଟମଚନ୍ଦ୍ରଯୋଗୁ ବୃଥା ଚିନ୍ତା ଲାଗି ରହିବ,ଚାକିରୀକ୍ଷେତ୍ରରେ ଶତ୍ରୁବୃଦ୍ଧି,କର୍ମକ୍ଷେତ୍ରରେ ବାଦବିବାଦ ହେବାର ସମ୍ଭାବନା ଅଛି,କୌଣସି ବଡ଼ ନିବେଶ କରନ୍ତୁ ନାହିଁ,ଅଯଥା ଖର୍ଚ୍ଚଯୋଗ,ଆର୍ଥିକ ନେଣ ଦେଣ ପ୍ରତି ସତର୍କ ରହିବେ,ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ଘରେ ସାମାନ୍ୟ ମନୋମାଳିନ୍ୟ ହୋଇପାରେ,ଶାନ୍ତି ରକ୍ଷା କରିବେ ।

ଶୁଭରଙ୍ଗ : ନୀଳ ଓ ଧଳା

ବିଛା: ସପ୍ତମଚନ୍ଦ୍ରଯୋଗୁ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ,ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ,କର୍ମକ୍ଷେତ୍ରରେ ଆପଣଙ୍କର ଦୃଢ଼ତା ବୃଦ୍ଧିପାଇବ । ଶରୀର ସୁସ୍ଥ ରହିବ,ମନ ଅଶାନ୍ତି ରହିପାରେ,ଚାକିରୀକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ,ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ ।

ଶୁଭରଙ୍ଗ : ଲାଲ ଓ ମେରୁନ୍

ଧନୁ: ଷଷ୍ଠଚନ୍ଦ୍ରଯୋଗୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ,ଶତ୍ରୁ ଉପରେ ବିଜୟ,ଖାଦ୍ୟ ପ୍ରତି ସତର୍କ ରୁହନ୍ତୁ,କର୍ମକ୍ଷେତ୍ରରେ ଚାପ ଲାଗି ରହିବ,ଆର୍ଥିକଲାଭ,ଆୟବୃଦ୍ଧି,ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ,ଅଟକି ରହିଥିବା କାମ ସଫଳ ହେବ ।

ଶୁଭରଙ୍ଗ: କ୍ରିମ୍ ଓ ଧଳା

ମକର: ପଞ୍ଚମ ଚନ୍ଦ୍ରଯୋଗୁପୁତ୍ର,ଦୁହିତାକୁଳେ ଖର୍ଚ୍ଚ,କର୍ମକ୍ଷେତ୍ରରେ ପ୍ରଶଂସା ମିଳିବ,କୌଣସି ଶୁଭସମାଚାର ମିଳିପାରେ,ଆର୍ଥିକଲାଭ,ବ୍ୟୟବୃଦ୍ଧି ହୋଇପାରେ,ବନ୍ଧୁଙ୍କ ସାହାଯ୍ୟପ୍ରାପ୍ତି,କୋଟକଚେରୀ ମାମଲାରେ ଜୟଯୁକ୍ତ,ଆତ୍ମବିଶ୍ୱାସ ରଖିବେ,ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ।

ଶୁଭରଙ୍ଗ : ନୀଳ,ଧୂସର ଓ କ୍ରିମ୍

କୁମ୍ଭ: ଚତୁର୍ଥ ଚନ୍ଦ୍ରଯୋଗୁ ଅର୍ଥଲାଭ,ଗୃହେ ଆନନ୍ଦ,ଚାକିରୀକ୍ଷେତ୍ରରେ ଚାପ ଲାଗି ରହିବ,ଜମିବାଡ଼ି କ୍ରୟ କରିପାରନ୍ତି,ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ,ପିତାମାତାଙ୍କଠାରୁ ସହଯୋଗପ୍ରାପ୍ତି,ଶରୀର ପ୍ରତି ସତର୍କ ରହିବେ,ସାମାନ୍ୟ ମୁଣ୍ଡବିନ୍ଧା କିମ୍ବା ପେଟଜନିତ ସମସ୍ୟା ଦେଖା ଦେଇପାରେ ।

ଶୁଭରଙ୍ଗ: ବାଇଗଣୀ ଓ ରୂପେଲି

ମୀନ: ତୃତୀୟଚନ୍ଦ୍ରଯୋଗୁ କଠିନ କାର୍ଯ୍ୟଗୁଡ଼ିକ ନିଜ ଚେଷ୍ଟାରେ ସଫଳ କରିବେ,ବନ୍ଧୁମିଳନ,ନୂଆ କାମ ଆରମ୍ଭ କରିପାରନ୍ତି,ଦୂର ଯାତ୍ରା କରିପାରନ୍ତି,ଆତ୍ମବିଶ୍ୱାସ ବୃଦ୍ଧିପାଇବ,ଚାକିରୀକ୍ଷେତ୍ରରେ ସଫଳତାପ୍ରାପ୍ତି,ନୂତନ ଦ୍ରବ୍ୟଲାଭ,ଆୟ ବୃଦ୍ଧିପାଇବ,ଅର୍ଥ ନେବା ଦେବା ବେଳେ ସତର୍କତା ଅବଲମ୍ବନ କରିବେ ।

ଶୁଭରଙ୍ଗ : ହଳଦିଆ ଓ ଗେରୁଆ