ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଖୁବଶୀଘ୍ର ଭାରତ ଆସିବେ ସୁନୀତା ୱିଲିୟମ୍ସ,ସୂଚନା ଦେଲେ ସମ୍ପର୍କୀୟ ଭଉଣୀ

Published By : Anindita Ratha | March 19, 2025 8:59 AM

ନୂଆଦିଲ୍ଲୀ,୧୯/୦୩: ଘଟିଲା ଅପେକ୍ଷାର ଅନ୍ତ। ୯  ମାସ ପରେ ପୃଥିବୀ ଫେରିଲେ ମହାକାଶଚାରୀ ସୁନୀତା । ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ, ବଚ୍ ୱିଲମୋର, ନିକ ହଗ୍‌ ଏବଂ କସମୋନଟ୍‌ ଆଲେକ୍ସଜାଣ୍ଡାର୍ ସ୍ପେଶଏକ୍ସ ଡ୍ରାଗନରେ ସୁରକ୍ଷିତ ଭାବରେ ପୃଥିବୀରେ ପହଞ୍ଚିଛନ୍ତି । ଏହି ସମସ୍ତ ମହାକାଶଚାରୀମାନେ ସ୍ପେଶଏକ୍ସ  ଡ୍ରାଗନ୍ ମହାକାଶ ଯାନ ମାଧ୍ୟମରେ ଫ୍ଲୋରିଡାର ଗଲ୍ଫ୍ କୋଷ୍ଟରେ ସୁରକ୍ଷିତ ଭାବରେ ଅବତରଣ କରିଛନ୍ତି । ପୃଥିବୀକୁ ସୁରକ୍ଷିତ ଭାବେ ଫେରିବା ପରେ ତାଙ୍କର ଗୁଜୁରାଟରେ ଥିବା ପୈତୃକ ଗାଁର ବାସିନ୍ଦା ବେଶ ଖୁସି ଥିବା ଦେଖିବାକୁ ମିଳିଛି।

ଏହା ମଧ୍ୟ ପଢନ୍ତୁ-  ମହାକାଶରୁ ଫେରିଲେ ସୁନୀତା, ଫ୍ଲୋରିଡା ତଟରେ ଡ୍ରାଗନ୍‌ ମହାକାଶଯାନର ଅବତରଣ

ଅନ୍ୟପଟେ ସୁନୀତାଙ୍କ ଫେରିବାକୁ ନେଇ ତାଙ୍କର ସମ୍ପର୍କୀୟ ଭଉଣୀ ଫାଲଗୁନ ପାଣ୍ଡ୍ୟା ଏନଡ଼ିଟିଭିର ଏକ ସାକ୍ଷାତକାରରେ କହିଛନ୍ତି ଯେ, ଏହା ଏକ ଅବିଶ୍ବସନୀୟ ସମୟ ଥିଲା । ଆମେ ବେଶ୍ ଖୁସି ଅଛୁ ଯେ ସେ ସୁରକ୍ଷିତ ଭାବେ ପୃଥିବୀକୁ ଫେରିଛନ୍ତି  । ଆମେ ଏବେ ଏକାଠି ଛୁଟିରେ ଯିବାକୁ ଯୋଜନାା କରିଛୁ । ପରିବାର ସହିତ କିଛି ସମୟ ବିତାଇବୁ । ସୁନୀତା ଓ୍ବିଲିୟମ୍ସ ଖୁବଶୀଘ୍ର ଭାରତ ଯାତ୍ରା କରିବେ । ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କୁ ଏକ ପତ୍ର ଲେଖି ଶୁଭାକାମନା ଜଣାଇବା ସହିତ ଭାରତ ତାଙ୍କ ଯାତ୍ରାକୁ ଅପେକ୍ଷା କରିଥିବା ସେ କହିଛନ୍ତି।

ତେବେ କ୍ରୁ-୯ ମାର୍ଚ୍ଚ ୧୮, ୨୦୨୫ ଅର୍ଥାତ ଗତକାଲି ଭାରତୀୟ ସମୟ  ପୂର୍ବାହ୍ନ ୧୦.୩୫ରେ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନର ହ୍ୟାଚ୍ ବନ୍ଦ କରି ଅନଡକ୍ କରି ପୃଥିବୀ ଆଡକୁ ଯାତ୍ରା ଆରମ୍ଭ କରିଥିଲେ । ଏହାପରେ ସ୍ପେଶଏକ୍ସର ଡ୍ରାଗନ୍ ମହାକାଶ ଯାନ ପୃଥିବୀକୁ ଫେରିବା ପାଇଁ ଏକ ସ୍ବତନ୍ତ୍ର ପଦ୍ଧତି ଗ୍ରହଣ କରିଥିଲା । ଯାହାଦ୍ବାରା ମହାକାଶ ଯାନ ସୁରକ୍ଷିତ ଭାବରେ ପୃଥିବୀର ବାୟୁମଣ୍ଡଳକୁ ପ୍ରବେଶ କରିଥିଲା ଏବଂ ନିର୍ଦ୍ଦିଷ୍ଟ ସ୍ଥାନରେ ପାଣିରେ ଅବତରଣ କରିପାରିଛି । ପ୍ରକାଶ ଥାଉକି,  ସୁନୀତା ୱିଲିୟମ୍ସ ଓ ବଚ୍‌ ୱିଲମୋର ଗତବର୍ଷ ଜୁନ ମାସରୁ ଅନ୍ତର୍ଜାତୀୟ ସ୍ପେଶ୍‌ ଷ୍ଟେସନରେ ଫସିଥିଲେ । ସେ ମାତ୍ର ୧ ସପ୍ତାହ ଲାଗି ଏକ ମିଶନରେ ସ୍ପେଶ୍‌ ଷ୍ଟେସନ ଯାଇଥିଲେ । ସୁନୀତା ଓ ୱିଲମୋର ବୋଇଙ୍ଗ ଷ୍ଟାରଲାଇନର ସ୍ପେଶକ୍ରାଫ୍ଟରେ ଯାଇଥିବାବେଳେ ଏଥିରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନାସା ସେମାନଙ୍କୁ ପୃଥିବୀ ଫେରିବାକୁ ଅନୁମତି ଦେଇନଥିଲା । ଏଥିଲାଗି ସେମାନେ ଗତ ୯ ମାସ ଧରି ଆଇଏସଏସରେ ରହିଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.