ନୂଆଦିଲ୍ଲୀ, ୧୮/୨ : ସନ୍ନି ରାଜପୁତଙ୍କ ଉଭୟ ପତ୍ନୀ ରୂପ୍ ଏବଂ ମାନସୀ ଗର୍ଭବତୀ ହୋଇଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ୟୁଜର୍ସମାନେ ବିଭିନ୍ନ ମଜାଳିଆ କମେଣ୍ଟମାନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ୟୁଜର୍ସମାନେ ଲେଖିଛନ୍ତି କି ଟିକେ ତ ଲାଜ କର । ତେବେ ସନ୍ନି ରାଜପୁତ ମଧ୍ୟ ନିଜେ ଭିଡିଓ ଅପଲୋଡ କରିଛନ୍ତି । ଯେଉଁଥିରେ ଗର୍ଭବତୀ ଥିବା ଉଭୟ ପତ୍ନୀ ସେମାନଙ୍କ ଯତ୍ନ ନେଉଥିବା ଦେଖିବାକୁ ମିଳୁଛି ।

ଜଣାଶୁଣା ୟୁଟ୍ୟୁବର ଅରମାନ ମଲ୍ଲିକଙ୍କ ଉଭୟ ପତ୍ନୀ ପାୟଲ ଏବଂ କୃତିକା ଏକାସାଙ୍ଗେ ଗର୍ଭବତୀ ହୋଇଥିଲେ । ଯାହାକୁ ନେଇ ଏବେ ୟୁଜର୍ସମାନେ କମେଣ୍ଟରେ କହୁଛନ୍ତି କି, ଅରମାନଙ୍କୁ କପି କରୁଛନ୍ତି ସନ୍ନି । ସେ ମଧ୍ୟ ଦୁଇଟି ବିବାହ କରିଥିବାବେଳେ ଏକାସାଙ୍ଗେ ଉଭୟ ପତ୍ନୀଙ୍କୁ ଗର୍ଭବତୀ କରାଇଛନ୍ତି । ମାତ୍ର ସେ କେବେ ଅରମାନଙ୍କ ଭଳି ସଫଳ ହେବେନାହିଁ ବୋଲି ମଧ୍ୟ ୟୁଜର୍ସ ମାନେ କମେଣ୍ଟରେ ଜଣାଇଛନ୍ତି । ସନ୍ନିଙ୍କ ୟୁଟ୍ୟୁବରେ ୮୭.୭ରୁ ଅଧିକ ସସକ୍ରାଇବର ରହିଥିବାବେଳେ ଇନଷ୍ଟାଗ୍ରାମରେ ୪୮୧ କେ.ରୁ ଅଧିକ ଫଲୋର୍ସ ରହିଛନ୍ତି । ତେବେ ଅରମାନ ମଲ୍ଲିକ ଯେଭଳି କରୁଛନ୍ତି ସେଭଳି କଣ୍ଟେନକୁ କପି କରୁଥିବା କମେଣ୍ଟରେ ୟୁଜର୍ସମାନେ ଜଣାଇଛନ୍ତି ।

ଏହାସହ ପଢ଼ନ୍ତୁ : ବାୟା କଲା ଦିଅର ପ୍ରେମ, ସ୍ବାମୀଙ୍କୁ ମାରିଦେଲା ସ୍ତ୍ରୀ