ବେଜିଂ-  ଚୀନ ଦିନକୁ ଦିନ ନିଜର ସେନାକୁ ଶକ୍ତିଶାଳୀ କରିବାରେ ଲାଗିଛି। ଯୁଦ୍ଧ ସରଞ୍ଜାମ ଓ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବାରେ ନିତି ଚଳାଇଛି ପରୀକ୍ଷାନିରୀକ୍ଷା। ଆଧୁନିକ କୌଶଳର ଯୁଦ୍ଧ ବିମାନ ଠାରୁ ନେଇ ଏଆଇ ଟେକନିକ୍‌ର ଅସ୍ତ୍ର ତିଆରି କରିବାରେ ପ୍ରୟାସ ଚଳେଇଛି। ଆଉ ଏହି କ୍ରମରେ ସାମିଲ ହୋଇଛି ଚୀନର ୬ଷ୍ଠ ପିଢିର ଗୁପ୍ତ ଲଢୁଆ ବିମାନ, ଯାହାକୁ ଜେ-୩୬ ନାମ ଦିଆ ଯାଇଛି। 

ଏହି ଗୁପ୍ତ ଲଢୁଆ ବିମାନ( ଜେ-୩୬) ଏହି ସପ୍ତାହରେ ଖୁବ୍‌ ଚର୍ଚ୍ଚାକୁ ଆସିଛି। ଏହାର ପ୍ରଥମ ଉଡ଼ାଣର ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ସାରା ବିଶ୍ୱରେ ଏହାକୁ ନେଇ ଆଲୋଚନା ଚାଲିଛି। ସାଉଥ୍ ଚାଇନା ମର୍ନିଂ ପୋଷ୍ଟର ଏକ ରିପୋର୍ଟରେ କୁହାଯାଇଛି ଯେ, ବିମାନକୁ ସିଚୁଆନ ପ୍ରାନ୍ତର ଚେଙ୍ଗଦୁରେ ଦିବାଲୋକରେ ଉଡ଼ାଣ ଭରିବାର ଦେଖିବାକୁ ମିଳିଛି। ଏହାସହ ଚେଙ୍ଗଦୁ ଜେ-୨୦ଏସ୍‌ ଲଢୁଆ ବିମାନ ମଧ୍ୟ ଥିଲା , ଯାହା ଏହାକୁ ପିଛା କରୁଥିବା ବିମାନ ଭାବେ କାର୍ଯ୍ୟ କରୁଥିଲା। 

ଜେ-୩୬ର ଉନ୍ନତ ଫିଚର୍ସ ଓ ଟେଲଲେସ୍‌ ଡିଜାଇନ ରହିଛି। ଯାହା ଏୟାରରେ ସନ୍ତୁଳନକୁ ବଦଳାଇବାରେ ସକ୍ଷମ। ଚାଇନା ସରକାର ଓ ସେନା ଅଫିସିଆଲି ଭାବେ ଜେଟ୍‌ ଉପରେ କୌଣସି ଟିପ୍ପଣୀ କରି ନାହାନ୍ତି , କିନ୍ତୁ ଏହାର ପଦାର୍ପଣର ସମୟର ମେସେଜ୍‌ ଦେବାର ସଙ୍କେତ ଦେଇଛି। ଏହି ପରୀକ୍ଷଣ ଉଡ଼ାଣ ମାଓତ୍ସେ ତୁଙ୍ଗଙ୍କର ଜନ୍ମ ବାର୍ଷିକୀ ସହ ହୋଇଛି , ଏହି ଗୁପ୍ତ ଜେଟ୍‌ର ଅତ୍ୟାଧୁନିକ ଡିଜାଇନ , ଯେଉଁଥିରେ ଉନ୍ନତ ଲୁକାୟିତ ବିଶେଷତ୍ୱ , ଉଚ୍ଚ ଗତି ସଂପନ୍ନ ଓ ଏକ ପରମ୍ପରାଗତ ଟେଲଲେସ୍‌ ତ୍ରିକୋଣୀୟ ଆକାର ସାମିଲ ଅଛି, ବର୍ତ୍ତମାନ ଆମେରିକୀୟ ଏରିଆଲ ସୁପରିଓରିଟି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହାର କ୍ଷମତା ଆମେରିକା ଓ ସହଯୋଗୀ ଦେଶକୁ ବିପଦରେ ପକାଇ ପାରେ। 

ପର୍ଯ୍ୟବେକ୍ଷକଙ୍କ ଅନୁସାରେ , ଜେ-୩୬ ଖୁବ୍‌ ଉଚ୍ଚତାରେ ଓ ବିସ୍ତାରିତ ଦୂରତାରେ ପ୍ରଭାବିତ ଢଙ୍ଗରେ କାମ କରିପାରେ, ଯେଉଁଥିରେ ଏହା ଟ୍ୟାଙ୍କରର ବିନା ଆବଶ୍ୟକତାରେ ଦୂରରେ ଥିବା ଲକ୍ଷ୍ୟକୁ ହମଲା କରିବାରେ ସକ୍ଷମ ଅଛି। ଏହା ଆମେରିକୀୟ ଓ ସହଯୋଗୀ ସେନାଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ପ୍ରଦାନ କରିବ , ଯାହା ବିସ୍ତାରିତ ମିଶନ ପାଇଁ ଟ୍ୟାଙ୍କର , ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ଓ ଗୁଇନ୍ଦା ବିମାନ ଉପରେ ନିର୍ଭରଶୀଳ।

ରାଷ୍ଟ୍ରପତି ଶି’ ଜିନପିଙ୍ଗଙ୍କ ନେତୃତ୍ୱରେ ଜେ-୩୬ର ବିକାଶ ନିଜ ସେନାର ଆଧୁନିକୀକରଣ ପାଇଁ ଚୀନର ବ୍ୟାପକ ପ୍ରୟାସ ଗୁଡ଼ିକର ଅନୁରୂପ। ଏଥିରେ ପେଣ୍ଟାଗନ ନିକଟରେ ଚୀନର ବାୟୁସେନା ଓ ନୌସେନା ବିମାନକୁ ଇଣ୍ଡୋ-ପେସିଫିକ୍‌ କ୍ଷେତ୍ରରେ ସବୁଠୁ ବଡ଼ ଆଭିଏସନ ଶକ୍ତି ଭାବେ ବର୍ଣ୍ଣନା କରାଯାଇଛି।

୬ଷ୍ଠ ପିଢିର ବାୟୁଶକ୍ତି ଉପରେ ଚୀନର ଧ୍ୟାନ ଆମେରିକା ସହ ଅନ୍ୟ ବୈଶ୍ୱିକ ଶକ୍ତି ଗୁଡ଼ିକ ଉପରେ ରହିଛି। ଯାହା ନିଜର ପରବର୍ତ୍ତୀ ଜେନେରେସନ ଏୟାର ଡୋମିନେନ୍ସ (ଏନଜିଏଡି) କାର୍ଯ୍ୟକ୍ରମକୁ ଆଗକୁ ବଢାଇଛି। ଏନଜିଏଡି ପ୍ରୟାସର ଉଦ୍ଦେଶ୍ୟ ଉନ୍ନତ ଫାଇଟର ଜେଟ୍‌ ବିକଶିତ କରିବା , ଯାହା ଅତ୍ୟାଧୁନିକ ଷ୍ଟିଲଥ୍‌ , ଅନୁକୂଳ ଇଞ୍ଜନ  ଓ ଏଆଇ –ସଞ୍ଚାଳିତ ନିର୍ଣ୍ଣୟ ନେଇ ପାରିବ। ଯେଉଁଥିରେ ଡ୍ରୋନ୍‌ ପାଇଁ କମାଣ୍ଡ ନୋଡ୍‌ ଭାବେ କାମ କରି ପାରିବ।

ଜେ-୩୬ର ମୁଖ୍ୟ ବିଶେଷତ୍ୱ -

୧- ୱାର ଜୋନର ରିପୋର୍ଟ ଅନୁସାରେ , ଜେ-୩୬ର ଡିଜାଇନ ନିଜର ପୂର୍ବର ଜେ-୨୦ ଠାରୁ ଖୁବ୍‌ ଅଲଗା ।

୨-ଟେଲଲେସ୍‌ ଡିଜାଇନ – ବିମାନରେ ତ୍ରିକୋଣୀୟ , ଟେଲଲେସ୍‌ (ବିନା ଲାଞ୍ଚ) ଆକାରର , ଯାହା ରାଡାର ସିଗ୍ନେଚରକୁ କମ କରି ଷ୍ଟେଲଥ୍‌କୁ ବଢାଇ ଥାଏ।

୩- ୩ଟି ଇଞ୍ଜିନ ଯୁକ୍ତ – କୁହାଯାଉଛି ଯେ ତିନୋଟି  WS-10C ଟର୍ବୋଫିନ ଦ୍ୱାରା ସଞ୍ଚାଳିତ ଜେ-୩୬ର ଅଣପାରମ୍ପରିକ ଇଞ୍ଜନ ବ୍ୟବସ୍ଥା , ଅଧିକ ଉଚ୍ଚରେ ଉଚ୍ଚ ଗତିରେ ଓ ସଞ୍ଚାଳନକୁ ଜାରି ରଖିବା ପାଇଁ ସ୍ୱତନ୍ତ୍ର ଡିଜାଇନ କରାଯାଇଛି।

୪-ଉନ୍ନତ ପେଲୋଡ ଓ ରେଞ୍ଜ –ଏହା ଲମ୍ୱା ଦୂରଗାମୀ ମିଶନ ପାଇଁ ଉପଯୁକ୍ତ । ଏଥିରେ ସାଇଡ-ଲୁକିଂ ଏୟାରବୋର୍ନ ରାଡାର, ଇଲେକ୍ଟ୍ରୋ ଅପ୍ଟିକାଲ ସେନ୍ସର ରହିଛି।

ଚୀନର ଏହି ଡିଜାଇନ କେବଳ କାଗଜରେ ରହିବ ନା ଚାଇନା ବାୟୁସେନାରେ ସାମିଲ ହେବ, ଏହା ଏହି କଥା ଉପରେ ନିର୍ଭର କରେ କି ଚୀନ୍‌ ଏହା ଉପରେ କେତେ ପରିଶ୍ରମ କରିବ ଏବଂ ସେ ଏଥିରେ କେତେ ବିଲିୟନ ଡଲାରର ନିବେଶ କରିବାକୁ ପ୍ରସ୍ତୁତ। ଏହି ଡିଜାଇନରେ ଏୟାରରୁ ଏୟାରକୁ ଲଢିବା ପାଇଁ ମଲ୍ଟି-ରୋଲ ଫାଇଟର ଜେଟ୍‌ ତିଆରି ହୋଇପାରେ।