ଭୁବନେଶ୍ବର, ୨୩।୧୦ : ବାତ୍ୟା ଦାନାକୁ ଦୃଷ୍ଟିରେ ରଖି କଳାବଜାରୀ ରୋକିବା ପାଇଁ ଟୋଲ୍ ଫ୍ରି ନଂ ଜାରି କରିଛି ଯୋଗାଣ ବିଭାଗ। ଟୋଲ୍ ଫ୍ରି ନଂ ନଂ- ୦୬୭୪ ୨୩୯୬୨୨୭ ରେ ଲୋକମାନେ କଳାବଜାରୀ ସମ୍ପର୍କରେ ସୂଚନା ଦେଇ ପାରିବେ। କଳା ବଜାରୀ ଯିଏ କରିବ ତାହା ଉପରେ ଦୃ୍ଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି।
ଆଳୁ ପିଆଜ, ଚାଉଳ, ଚୁଡା, ଗୁଡ଼ ଏବଂ ଖାଦ୍ୟ ସାମଗ୍ରୀ ଯଥେଷ୍ଟ ମହଜୁଦ ଅଛି । ଭୟଭୀତ ହେବାର ଆଵଶ୍ୟକତା ନାହିଁ। ଲୋକେ ଆବଶ୍ୟକ ଅନୁଯାୟୀ କିଣନ୍ତୁ। କଳାବଜ଼ାରୀ ନ କରିବା ପାଇଁ ବ୍ୟବସାୟୀଙ୍କୁ ମନ୍ତ୍ରୀ ଅନୁରୋଧ କରିଛନ୍ତି। ଯଦି କରନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ବାତ୍ୟା ମୁକାବିଲା ପାଇଁ ଯୋଗାଣ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ବର୍ତ୍ତମାନ ବିଭାଗର ବୈଠକ ସମାପ୍ତ ହେଲା ।ଏକ ସେଣ୍ଟ୍ରାଲ ୟୁନିଟ କରିଛୁ ସୁବିଧା ଅସୁବିଧା ବୁଝିବାକୁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି। ଏହା ସହ ବିଭାଗକୁ ସତର୍କ ରହିବାକୁ କୁହାଯାଉଛ। ଅତ୍ୟାବଶ୍ୟକ ସାମଗ୍ରୀ ସହ ଚୁଡା, ଗୁଡ଼ ଆଦି ସବୁ ସ୍ଥାନରେ ମହଜୁଦ ରହିଛି।କଳା ବଜାରୀ ଯିଏ କରିବ ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରକାରଙ୍କ ପକ୍ଷରୁ ଚଢ଼ାଉ କରିବା ପରେ ଏବେ ଆଳୁ ଏବଂ ପିଆଜର ଦର ସ୍ଥିର ରହିଛି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।