ନୂଆଦିଲ୍ଲୀ,୧୪/୦୮: ଏକ ହତ୍ୟା  ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା ଅଲିମ୍ପିକ୍ସ  ପଦକ ବିଜେତା ସୁଶୀଲ କୁମାରଙ୍କ ଜାମିନ  ଖାରଜ କରିଛନ୍ତି ସୁପ୍ରୀମ କୋର୍ଟ । ସପ୍ତାହକ  ମଧ୍ୟରେ ହାଜର  ହେବା ପାଇଁ କୋର୍ଟ  ସୁଶୀଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  

୨୦୦୮ ଓ ୨୦୧୨ ଅଲିମ୍ପିକ୍ସରେ  ପଦକ ଜିତିଥିବା ରେସଲର ସୁଶୀଲ କୁମାର  ଗତ ୨୦୨୧ ମେ ମାସରେ ସାଗର ଧନକର ନାମକ ଏକ ଜୁନିୟର ରେସଲରଙ୍କ ହତ୍ୟା ମାମଲାରେ  ଗିରଫ ହୋଇଥିଲେ । ଗତ ମାର୍ଚ୍ଚ ମାସରେ ଦିଲ୍ଲୀ  ହାଇକୋର୍ଟଙ୍କ ବିଚାରପତି ସଞ୍ଜୀବ ନରୁଲା ଉକ୍ତ ମାମଲାରେ ଶୁଣାଣିରେ ସୁଶୀଲଙ୍କୁ ଜାମିନ ପ୍ରଦାନ  କରିଥିଲେ । ମାତ୍ର ଏହାପରେ ମୃତ ରେସଲର  ସାଗରଙ୍କ ବାପା ଅଶୋକ ଧନକର ସୁପ୍ରୀମ  କୋର୍ଟଙ୍କ ନିକଟରେ ଏକ ମାମାଲା ରୁଜ୍ଜୁ କରିଥିଲେ ।  ପ୍ରଶାନ୍ତ କୁମାର ମିଶ୍ରା ଓ ସଞ୍ଜୟ କାରୋଲଙ୍କୁ  ନେଇ ଗଠିତ ଘଣ୍ଡପୀଠ ଏହି ମାମଲାର ଶୁଣାଣି  କରି ସୁଶୀଲଙ୍କ ଜାମିନ ଖାରଜ କରିଛନ୍ତି ।