ପ୍ରମୂଖ ଖବର
  • ଆସନ୍ତା ୩୧ ରେ ହେବନି ସ୍ବତନ୍ତ୍ର ଓଟିଇଟି ପରୀକ୍ଷା
  • ||
  • ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ଦୀଘା ସମୁଦ୍ରରେ ଭାସିଗଲେ ଦୁଇ ପର୍ଯ୍ୟଟକ, ଜଣେ ଉଦ୍ଧାର
  • ||
  • ଭୁବନେଶ୍ବର: ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ଅପ୍‌ଡେଟ୍, ଭୁବନେଶ୍ୱରରେ ନୂଆ ଢ଼ାଞ୍ଚାରେ ହେବ ମେ​‌ଟ୍ରୋ କରିଡ଼ର
  • ||
  • ଇଟାଲୀର ଲାମ୍ପେଡୁସା ଦ୍ୱୀପରେ ବୁଡ଼ିଲା ପ୍ରବାସୀ ଡଙ୍ଗା; ୨୬ ମୃତ, ୧୨ ନିଖୋଜ
  • ||
  • ଗଞ୍ଜାମ : ବିଷାକ୍ତ ସାପ କାମୁଡାରେ ମାଇଁ ଓ ଭାଣିଜୀ ମୃତ
  • ||
  • କଟକ : କେନାଲ ପାଣିରେ ଭାସିଯାଇ ନିଖୋଜ ହୋଇଥିଲେ ଛାତ୍ରୀ, ଉଦ୍ଧାର ହେଲା ମୃତଦେହ
  • ||
  • ଭିସୁଟ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍, ପ୍ରଥମ ବର୍ଷ ଛାତ୍ରୀ ପିନ୍ଧିବେ ସାଲଓ୍ୱାର- କୁର୍ତ୍ତା, ପ୍ୟାଣ୍ଟ, ସାର୍ଟ ପିନ୍ଧିବେ ଛାତ୍ର
  • ||
  • କଂଗ୍ରେସର "ଭୋଟ୍‌ ଚୋର, ଗାଦି ଛାଡ଼' ଶୋଭାଯାତ୍ରା, ସନ୍ଧ୍ୟାରେ ଆୟୋଜିତ ହେବ ମଶାଲ ରାଲି
  • ||
  • କେନ୍ଦୁଝର : ଶୋଇଥିବା ବେଳେ ଦଂଶିଲା ସାପ, ଚାଲିଗଲା ମାଆ ପୁଅଙ୍କ ଜୀବନ
  • ||
  • ବଲାଙ୍ଗୀର : ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି, ଧରାପଡ଼ିବାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼
  • ||
  • ଚାଷକୁ ଡବଲ୍‌ ଲଘୁଚାପ ଭରସା: ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ଆଲର୍ଟ, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

ରେସଲର ସୁଶୀଲ କୁମାରଙ୍କ ଜାମିନ ଖାରଜ, ସପ୍ତାହେ ଭିତରେ ହାଜର ହେବାକୁ ନିର୍ଦ୍ଦେଶ

Published By : Manoj | August 14, 2025 2:14 PM

ନୂଆଦିଲ୍ଲୀ,୧୪/୦୮: ଏକ ହତ୍ୟା  ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା ଅଲିମ୍ପିକ୍ସ  ପଦକ ବିଜେତା ସୁଶୀଲ କୁମାରଙ୍କ ଜାମିନ  ଖାରଜ କରିଛନ୍ତି ସୁପ୍ରୀମ କୋର୍ଟ । ସପ୍ତାହକ  ମଧ୍ୟରେ ହାଜର  ହେବା ପାଇଁ କୋର୍ଟ  ସୁଶୀଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  

୨୦୦୮ ଓ ୨୦୧୨ ଅଲିମ୍ପିକ୍ସରେ  ପଦକ ଜିତିଥିବା ରେସଲର ସୁଶୀଲ କୁମାର  ଗତ ୨୦୨୧ ମେ ମାସରେ ସାଗର ଧନକର ନାମକ ଏକ ଜୁନିୟର ରେସଲରଙ୍କ ହତ୍ୟା ମାମଲାରେ  ଗିରଫ ହୋଇଥିଲେ । ଗତ ମାର୍ଚ୍ଚ ମାସରେ ଦିଲ୍ଲୀ  ହାଇକୋର୍ଟଙ୍କ ବିଚାରପତି ସଞ୍ଜୀବ ନରୁଲା ଉକ୍ତ ମାମଲାରେ ଶୁଣାଣିରେ ସୁଶୀଲଙ୍କୁ ଜାମିନ ପ୍ରଦାନ  କରିଥିଲେ । ମାତ୍ର ଏହାପରେ ମୃତ ରେସଲର  ସାଗରଙ୍କ ବାପା ଅଶୋକ ଧନକର ସୁପ୍ରୀମ  କୋର୍ଟଙ୍କ ନିକଟରେ ଏକ ମାମାଲା ରୁଜ୍ଜୁ କରିଥିଲେ ।  ପ୍ରଶାନ୍ତ କୁମାର ମିଶ୍ରା ଓ ସଞ୍ଜୟ କାରୋଲଙ୍କୁ  ନେଇ ଗଠିତ ଘଣ୍ଡପୀଠ ଏହି ମାମଲାର ଶୁଣାଣି  କରି ସୁଶୀଲଙ୍କ ଜାମିନ ଖାରଜ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.