ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

‘ଏଭଳି ଆବେଦନ ସୁରକ୍ଷାବଳର ମନୋବଳ ଭାଙ୍ଗିବ’, ପହଲଗାମ୍ ଆକ୍ରମଣ ମାମଲାର ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

Published By : Harapriya Biswal | May 1, 2025 3:14 PM

ନୂଆଦିଲ୍ଲୀ,୧।୫:  ପହଲଗାମ୍ ଆତଙ୍କୀ ହମଲା ସମ୍ପର୍କିତ ଜନସ୍ବାର୍ଥ ମାମଲା ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ମାମଲାର ଯାଞ୍ଚ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ବାବଧାନରେ କରିବାର ଆବେଦନ ଉପରେ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ କଡା ଭର୍ତ୍ସନା କରି ଦାବି ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି, ବର୍ତ୍ତମାନ ଆବେଦନ ଦାଖଲ କରିବାର ସମୟ ନୁହେଁ। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍‌ ଏନ୍‌ କୋଟେଶ୍ବର ସିଂହଙ୍କ ଖଣ୍ଡପୀଠ କହିଛନ୍ତି ଏଭଳି ଆବେଦନ ଦ୍ବାରା ସୁରକ୍ଷା ବଳର ମନୋବଳ ହ୍ରାସ ନକରନ୍ତୁ।

କୋର୍ଟ ଆବେଦନକାରୀ ଫତେଶ ସାହୁଙ୍କୁ କଡା ଭର୍ତ୍ସନା କରି  କହିଛନ୍ତି, ଆମେ ଏଭଳି ମାମଲାର ବିଶେଷଜ୍ଞ କେବେଠୁ ହୋଇଯାଇଛୁ ? ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟର ବିଚାରପତି କିଭଳି  ପ୍ରତିରକ୍ଷା ମାମଲାର ବିଶେଷଜ୍ଞ ହୋଇପାରନ୍ତି ? ଏଭଳି ଆବେଦନ ପାଇଁ ଏହା ଟିକେ ବି ଉଚିତ ସମୟ ନୁହେଁ। କୋର୍ଟ କହିଛନ୍ତି, ଆମର କାମ ତ ବିବାଦର ସମାଧାନ କରିବା। ଆବେଦନକାରୀ ନିଜର ଆବେଦନକୁ ଫେରାଇ ନେବା ଦରକାର। 

ପେଶାରେ ଆଇନଜୀବି ଥିବା ଫତେଶ ସାହୁ କହିଛନ୍ତି, ତାଙ୍କର ଉଦେଶ୍ୟ ସୁରକ୍ଷାବଳକୁ ହତୋତ୍ସାହିତ କରିବା ପାଇଁ ନଥିଲା। ସେ ନିଜର ଆବେଦନକୁ ଫେରାଇ ନେବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ଏହା ସହ କହିଛନ୍ତି, ଜାମ୍ମୁ-କଶ୍ମୀରରେ ପଢୁଥିବା ଛାତ୍ରଙ୍କ ସୁରକ୍ଷା ନେଇ କରିଛି। କାରଣ ଆକ୍ରମଣରେ ଦେଶର ଅନ୍ୟ ସ୍ଥାନରୁ ଆସିଥିବା ପର୍ଯ୍ୟଟକଙ୍କ ଜୀବନ ଯାଇଛି। ଏହା ଉପରେ କୋର୍ଟ ଆବେଦନକାରୀଙ୍କ ଦଲିଲ ପଢି କହିଛନ୍ତି, ଏଥିରେ ଛାତ୍ରଙ୍କ ସୁରକ୍ଷା ନେଇ କିଛି ଉଲ୍ଳେଖ ନାହିଁ। ଆବେଦନରେ କେବଳ ସୁରକ୍ଷାବଳ ଓ ପ୍ରେସକାଉନସିଲ ଅଫ୍ ଇଣ୍ଡିଆ ପାଇଁ ଗାଇଡଲାଇନ୍ ପାଇଁ ଦାବି କରାଯାଇଛି। କୋର୍ଟ କହିଛନ୍ତି, ଏଭଳି ଆବେଦନ ଦାଖଲ କରିବା ପୂର୍ବରୁ ଆପଣଙ୍କର ଦେଶ ପ୍ରତି ଦ୍ବାୟିତ୍ବ ରହିବା ଦରକାର। ଏଭଳି ଭାବରେ ଆପଣ ଆମର ମନୋବଳ କିଭଳି ଭାଙ୍ଗି ପାରିବେ ? କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଫତେଶ ସାହୁଙ୍କ ବ୍ୟତୀତ ଆଉ ଜଣେ ଆବେଦନକାରୀ ଅହମ୍ମଦ ତାରିକ୍ ବଟଙ୍କ ଦ୍ବାରା କରାଯାଇଥିଲା, କିନ୍ତୁ ଏହା ଉପରେ କୌଣସି ପକ୍ଷ ଉପସ୍ଥିତ ନଥିଲେ। ତେଶୁ ଆବେଦନ ଉପରେ ଶୁଣାଣି ହୋଇନଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.