ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଜଳାଶୟ ବିକାଶ ଠପ୍‌, ସ୍ୱପ୍ନରେ ରହିଗଲା ସୁରମ୍ୟ ହ୍ରଦ

Published By : Prameya | February 5, 2025 2:56 PM

ଭୁବନେଶ୍ୱର, ୦୫/୦୨ : ଦଳ ଭର୍ତ୍ତି ପଙ୍କ ପାଣିର ଚିତ୍ର ବଦଳିଥାନ୍ତା । ପୋଖରୀ ହୁଡ଼ାକୁ ଲାଗି ଫୁଲ ବଗିଚା ହୋଇଥାନ୍ତା । ଭାସି ଆସିଥାନ୍ତା ତାଜା ଫୁଲର ମହକ । ହେଲେ ନବୀନ ନିବାସ ପାଖ ଏହି ସୁରମ୍ୟ ହ୍ରଦର ସ୍ୱପ୍ନ ଅଧାରେ ଲଟକି ରହିଛି । ଏହି ସ୍ପ୍ରିଙ୍ଗ୍‌ ଟ୍ୟାଙ୍କ ଜଳାଶୟ ପୁନଃବିକାଶ କାର୍ଯ୍ୟ ନିର୍ବାଚନ ପରେ ଆଉ ଆଗେଇ ପାରୁନି । ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନା (ମୁକ୍ତା)ରେ ସ୍ରିଙ୍ଗ୍‌ ଟ୍ୟାଙ୍କ ଅଞ୍ଚଳର ୪ ଏକର ଜମିରେ ଜଳାଶୟ ନିର୍ମାଣ ହେଇଥାନ୍ତା । ଏଥିପାଇଁ ପ୍ରାୟ ୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । ୨୦୨୩ ମସିହା ଜୁଲାଇ ମାସରେ ଟେଣ୍ଡର ଆହ୍ୱାନ କରାଯାଇଥିଲା । କାମ ବି ଆରମ୍ଭ ହେଲା । ପୋଖରୀ ଖୋଳା ସହିତ କେବଳ ୪ ପାଖ ହୁଡ଼ାରେ ପଥର ପ୍ୟାକିଂ ଦିଆହେଲା । ହେଲେ ବାକି କାମ ଅଧାରୁ ବନ୍ଦ ପଡ଼ିଛି । ବିଏମ୍‌ସି ପକ୍ଷରୁ ହୋଇଥିବା ଯୋଜନା ଅନୁସାରେ ଏହାର ଚାରିପାଖରେ ଅର୍ଣ୍ଣାମେଣ୍ଟାଲ ଟ୍ରି ଲାଗିଥାନ୍ତା । ଫୁଲ ବଗିଚା ସହ ଦକ୍ଷିଣ ପଟକୁ ଏକ ଫଳ ବଗିଚା କରିବାକୁ ପ୍ରସ୍ତାବ ଥିଲା । ଏହା ସହ ଚାରିପାଖରେ ଷ୍ଟିଲ ବାଡ଼ ସହିତ ଭିତରେ ବୋଟିଂ ବ୍ୟବସ୍ଥା କରିବାକୁ ପ୍ଲାନ ଥିଲା। ହେଲେ ଏହା ଏବେ ପୁଣି ଦଳ ଭର୍ତ୍ତି ହୋଇଗଲାଣି । ପୋଖରୀ ପୁରୁଣା ଅବସ୍ଥାକୁ ଫେରି ଆସିଲାଣି । 

ଖାଲି ନବୀନ ନିବାସ ପାଖ ହ୍ରଦର ବିକାଶ ନୁହେଁ, ମୁକ୍ତା ଯୋଜନାରେ ନିୟୁ ଫରେଷ୍ଟ ପାର୍କ ଜଳବନ୍ଦୀରୁ ରକ୍ଷା ପାଇଥାନ୍ତା । ଡ୍ରେନ୍‌ ନଂ-୭ ୟୁନିଟ୍‌-୬ ବନ ଦୁର୍ଗା ମନ୍ଦିରରୁ ବାହାରି ଭୀମପୁର, ପୁରୁଣା ଓ ନୂଆ ଏୟାରପୋର୍ଟ, ନିୟୁ ଫରେଷ୍ଟ ପାର୍କ ବାପୁଜୀ ନଗର, ରଥ ରୋଡ, ବିନ୍ଦୁସାଗର, କେଦାରଗୌର, ଭୁବନେଶ୍ୱର-ପୁରୀ ଏନ୍‌ଏଚ୍‌ ଦେଇ ଗଙ୍ଗୁଆରେ ପଡୁଥିଲା । ଡ୍ରେନ୍‌ ଅଣଓସାରିଆ ଥିବାରୁ ବର୍ଷା ସମୟରେ ଉଦବୃତ୍ତ ଡ୍ରେନ ପାଣି ନିୟୁ ଫରେଷ୍ଟ ପାର୍କ ସମେତ ତଳିଆ ଅଞ୍ଚଳକୁ ବୁଡ଼ାଉଥିଲା । ସ୍ୱେରେଜ ପାଣି ଗଙ୍ଗୁଆରେ ମିଶିବା ଦ୍ୱାରା ନଦୀ ଜଳ ପ୍ରଦୂଷିତ ହେଉଛି । ଏହି ପୁରୁଣା ଡ୍ରେନ୍‌ର ପୁନର୍ବିକାଶ କରିବାକୁ ବିଏମ୍‌ସି ଅଣ୍ଟା ଭିଡ଼ିଥିଲା । ଡ୍ରେନ୍‌ ମଝିରେ ଏକ ୱାଟର ଚ୍ୟାନେଲ କରାଯାଇଥାନ୍ତା । ସେଠାରେ ପାଣିକୁ ପ୍ରାକୃତିକ ଉପାୟରେ ବିଶୋଧନ କରିବାକୁ ଯୋଜନା ଥିଲା । ଏଥିପାଇଁ ଚାରିପାଖରେ କାନା ଇଣ୍ଡିକା, ଏଲିଫାଣ୍ଟା ଏରା, ବାଉଁଶ ଆଦି ଗଛ ଲାଗାଯାଇଥାନ୍ତା । 

ପ୍ରତି ୱାଟ୍‌ର ଚ୍ୟାନେଲରେ ପଥର ୱାଲ କରାଯିବାକୁ ଯୋଜନା ଥିଲା । ଫଳରେ ଦୂଷିତ ପାଣି ସୂର୍ଯ୍ୟକିରଣ ଦ୍ୱାରା ପ୍ରାକୃତିକ ଉପାୟରେ ବିଶୋଧନ ହେଇଥାନ୍ତା । ଫରେଷ୍ଟ ପାର୍କ ଆଡୁ ଆସୁଥିବା ପାଣି ପାଇଁ ଆଉ ଏକ ଚ୍ୟାନେଲ କରାଯାଇଥାନ୍ତା । ସେଠାରେ ୫୦ ମିଟର ଖୋଳି ଆଉ ଏକ ଚ୍ୟାନେଲ ନିର୍ମାଣ ହୋଇଥାନ୍ତା । ଫରେଷ୍ଟପାର୍କ, ୟୁନିଟ-୬, ୟୁନିଟ-୧ ଅଞ୍ଚଳରୁ ଆସୁଥିବା ଡ୍ରେନ ପାଣିକୁ ସେଠାରେ ମହଜୁଦ ରଖି ପୁଣି ଛଡାଯାଇଥାନ୍ତା । ସେଠି ବି ସାମାନ ଢଙ୍ଗରେ ବିଶୋଧନ କରାଯିବାକୁ ଯୋଜନା ଥିଲା । ବର୍ଷା ସମୟରେ ଏହି ବଡ଼ ଚ୍ୟାନେଲ୍‌ରେ ପାଣିକୁ ମହଜୁଦ କରାଯାଇଥାନ୍ତା । ବ୍ୟାରେଜ୍‌ ନିର୍ମାଣ କରି ଧିରେ ଧିରେ ପାଣିକୁ ଛଡା ଯିବାକୁ ଯୋଜନା ଥିଲା । ଫଳରେ ବର୍ଷାଦିନେ ବୁଡୁଥିବା ନିୟୁ ଫରେଷ୍ଟ ପାର୍କ, ବାପୁଜୀନଗର ଆଦି ଅଞ୍ଚଳ ରକ୍ଷା ପାଇବ । ତେବେ ମୁକ୍ତା ଯୋଜନା ଆଉ କାର୍ଯ୍ୟ କରୁନଥିବାରୁ ଏହାର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି । ବିଏମ୍‌ସି ପାଖରେ ପାଣ୍ଠି ନାହିଁ । ତେଣୁ କାମ ଅଧାରେ ପଡ଼ି ରହିଛି ବୋଲି ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.