ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଘରୋଇ ବିଶ୍ଵବିଦ୍ୟାଳୟରେ ଛାତ୍ରୀ ମୃତ୍ୟୁ ମାମଲା : ରାଜସ୍ଵ ମନ୍ତ୍ରୀ କହିଲେ 'ଏଭଳି ଘଟଣା ଶୁଭଙ୍କର ନୁହେଁ, ରାଜ୍ୟ ସରକାର ଅନୁଧ୍ୟାନ କରୁଛନ୍ତି'

Published By : Rasmita Pradhan | May 2, 2025 11:52 AM

ଭୁବନେଶ୍ଵର, ୦୨/୦୫ : ଘରୋଇ ବିଶ୍ଵବିଦ୍ୟାଳୟରେ ଛାତ୍ରୀ ମୃତ୍ୟୁ ମାମଲାରେ ପ୍ରତିକ୍ରିୟା ରଖିଲେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯେ, ଏଭଳି ଘଟଣା ଶୁଭଙ୍କର ନୁହେଁ। ଏନେଇ ରାଜ୍ୟ ସରକାର ଅନୁଧ୍ୟାନ କରୁଛନ୍ତି। ଯୁବପିଢ଼ି ଆତ୍ମହତ୍ୟା ଆଡ଼କୁ ଯାଉଛନ୍ତି। ଯାହାକି ଏବେ ଚିନ୍ତାର ବିଷୟ। ଘଟଣାର କାରଣ ଖୋଜି ବାହାର କରାଯିବ। ସେହିପରି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି ଯେ, ପୋଲିସ ବିଭାଗ ଯାହା କରିବା କଥା କରିଛି, ତଦନ୍ତ ଆରମ୍ଭ ହୋଇଛି। ବିଭାଗ ମଧ୍ୟ ପଦକ୍ଷେପ ନେବା ଆରମ୍ଭ କରିଛି। ପ୍ରାଥମିକ ତଦନ୍ତ ପରେ ହିଁ କାର୍ଯ୍ୟନୁଷ୍ଠାନ ନେଇ ସରକାର ବିଚାର କରିବେ।

ସେପଟେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲାକୁ ନେଇ ନେପାଳ ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଉବା ଉଦବେଗ ପ୍ରକାଶ କରିଛନ୍ତି। ଘଟଣାର ସତ୍ୟାସତ୍ୟ ଯାଞ୍ଚ ନେଇ ସେ ଏକ୍ସରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ଏହି ଘଟଣା ଆମକୁ ଗଭୀର ଦୁଃଖ ଦେଇଛି। ଘଟଣାର ତଦନ୍ତ ପାଇଁ କୂଟନୈତିକ ପଦକ୍ଷେପ ଆରମ୍ଭ କରିଛୁ। ଭାରତ ଓ ଓଡ଼ିଶା ସରକାରଙ୍କ ସହ ଆଲୋଚନା ଚାଲିଛି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.