ଭୁବନେଶ୍ବର,୧୦।୬ :  ଧର୍ମଗଡ ଉପଜିଲ୍ଲାପାଳ  ଆଇଏଏସ ଧୀମାନ ଚକମାଙ୍କୁ ନିଲମ୍ବନ  ନିର୍ଦ୍ଦେଶ ଦେଲେ ରାଜ୍ୟପାଳ। ଲାଞ୍ଚ ନେଇ ଆଇଏଏସ ଧୀମାନ ଚକମା ଗିରଫ ହେବା ପରେ କାର୍ଯ୍ୟାନୁଷ୍ଠାନ  ନିଆଯାଇଛି। ନିଲମ୍ବନ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଜୟପାଟଣା ଅଞ୍ଚଳର  ଜନୈକ କ୍ରସର ମାଲିକଙ୍କୁ ଭୟଭୀତ କରାଇ ଉପଜିଲ୍ଲାପାଳ ଶ୍ରୀ ଚକ୍‌ମା ୨୦ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ରବିବାର ଧର୍ମଗଡ଼ସ୍ଥିତ ସରକାରୀ ବାସଭବନକୁ ଡାକି ୧୦ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରିଥିଲେ । ବାସଭବନର ଅଫିସ୍‌ ଟେବୁଲ ଡ୍ରୟର ଭିତରେ ଟଙ୍କା ରଖିଥିଲେ । ପୂର୍ବ ଯୋଜନା ଅନୁଯାୟୀ, ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ୨୬ଟି ଶହେ ଟଙ୍କିଆ ବଣ୍ଡଲ ଜବତ କରିଥିଲେ । ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନ ଯାଞ୍ଚ ବେଳେ ଆହୁରି ୪୭ଲକ୍ଷ ଟଙ୍କା ନଗଦ ଜବତ କରାଯାଇଥିଲା । ଏହା ପରେ  ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକ୍‌ମାଙ୍କୁ ଭିଜିଲାନ୍ସ ଟିମ୍ ଗିରଫ  କରି କୋର୍ଟ ଚାଲାଣ କରିଛି।