ପ୍ରମୂଖ ଖବର
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଘରୁ ନଗଦ ୧.୮୭ କୋଟି କ୍ୟାସ୍ ଜବତ, ଗଣି ଗଣି ଭିଜିଲାନ୍ସ ଟିମ୍ ନୟାନ୍ତ: ଆଣିବାକୁ ପଡିଲା ମେସିନ୍

Published By : Harapriya Biswal | January 23, 2025 4:39 PM

ପାଟନା,୨୩।୧: ବିହାରର ବୋତିଆ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ। ଦୁର୍ନୀତି ଅଭିଯୋଗ ରେଡ୍‌ ବେଳେ ମିଳିଲା ୧ କୋଟି ୮୭ ଲକ୍ଷ ଟଙ୍କାର ନଗଦ କ୍ୟାସ୍। ଅଧିକାରୀଙ୍କ ସମ୍ପତ୍ତି ଦେଖି ତଦନ୍ତକାରୀ ଟିମ୍ ହୋଇଛନ୍ତି ତାଜୁବ୍। କ୍ୟାସ୍ ଗଣିବାକୁ ଭିଜିଲାନ୍ସ ଟିମ୍‌କୁ ୨ ଘଣ୍ଟା ସମୟ ଲାଗିଥିଲା। ଏହାପରେ ମଗାଯାଇଥିଲା କ୍ୟାସ୍ ଗଣିବା ମେସିନ୍।

ଉଲ୍ଳେଖନୀୟ ଯେ, ଜିଲ୍ଲା ଶିକ୍ଷା ପଦାଧିକାରୀ ରଜନୀକାନ୍ତ ପ୍ରବୀଣ ପ୍ରାୟ ୩ ବର୍ଷ ହେବ ବୋତିୟାରେ ଅବସ୍ଥାପିତ ଅଛନ୍ତି। କୁହାଯାଉଛ ଯେ, ଡେସ୍କ-ବେଞ୍ଜ କିଣିବା ମାମଲାରେ ଡିଇଓ ଖୁବ୍ ଦୁର୍ନୀତି କରିଛନ୍ତି। ଏହାଛଡା ସେ ଶିକ୍ଷକଙ୍କୁ ଖୁବ୍ ଶୋଷଣ କରୁଥିଲେ। ଏହି ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଥିଲା।   ବସନ୍ତବିହାରରେ ଥିବା ଘରେ ହୋଇଥିଲା ରେଡ୍। ତାଙ୍କ ଘର ବେଡ୍ ଉପରୁ ଟଙ୍କା ଜବତ କରାଯାଇଛି। ଚଢାଉ ସମୟରେ ପ୍ରବୀଣ ପୂଜା କରୁଥିଲେ। ସବୁଠାରୁ ବଡ଼ କଥା ହେଲା ଏହି ସବୁ ଟଙ୍କା ସେ ଭଡାରେ ରହୁଥିବା ଘରୁ ଜବତ କରାଯାଇଛି। 

କେବଳ ଡିଇଓଙ୍କ ବାସଭବନ ନୁହେଁ ସମସ୍ତୀପୁର ଓ ଦରଭଙ୍ଗାରେ ରେ ଥିବା ତାଙ୍କ ଶ୍ବଶୁର ଘରେ ଚଢାଉ ହୋଇଛି। ଭିଜିଲାନ୍ସର ୮ ସଦସ୍ୟ ବିଶିଷ୍ଟ ଟିମ୍ ଏହି ରେଡ୍ କରିଛନ୍ତି। ଡିଇଓ ରଜନୀକାନ୍ତଙ୍କ ବ୍ୟତୀତ ତାଙ୍କ ପତ୍ନୀ ସୁଷମାଙ୍କ ମଧ୍ୟ ବହୁ ବଡ ଠକେଇ ମାମଲାରେ ସାମିଲ ଅଛନ୍ତି। ସୁଷମା ତିରହୁତ ଏକାଡେମୀ ପ୍ଲସ ଟୁ ସ୍କୁଲରେ ଶିକ୍ଷୟତ୍ରୀ ଅଛନ୍ତି। କିନ୍ତୁ ସେ ସେଠାରେ ଏଜୁକେସନ୍ ଲିଭ୍ ନେଇ ଦରଭଙ୍ଗାରେ ବଡ ଘରୋଇ ସ୍କୁଲର ପରିଚାଳନା କରୁଛନ୍ତି। ଭିଜିଲାନ୍ସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ରଜନୀକାନ୍ତ ଓ ତାଙ୍କ ପରିବାର ନିକଟରେ ପାଟନା ଦରଭଙ୍ଗା, ମଧୁବନୀ ଓ ମୁଜଫରପୁରରେ ସମ୍ପତ୍ତି ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.