ମାଲକାନଗିରି, ୭।୨(ଆପ୍ର): ବହୁ ଚର୍ଚ୍ଚିତ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ଘଟଣାର ଅଦାଲତରେ ସାକ୍ଷ୍ୟ ଗ୍ରହଣ ଚାଲିଛି। ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାରେ ମାଲକାନଗିରି ଜିଲ୍ଲା ନ୍ୟାୟଳୟରେ ଭିଡିଓ କନ୍ଫରେନ୍ସରେ ଆଜି ସାକ୍ଷ୍ୟ ଦେଇଛନ୍ତି ମୁଖ୍ୟ ସାକ୍ଷୀ ବ୍ରହ୍ମଚାରୀ ମାଧବ ଚୈତନ୍ୟ ମହାରାଜ।  

ମାଲକାନଗିରି ଜିଲ୍ଲା କୋର୍ଟରେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟ ସାକ୍ଷୀ ବ୍ରହ୍ମଚାରୀ ମାଧବ ଚୈତନ୍ୟ ମହାରାଜ ସାକ୍ଷ୍ୟ ଦେଇଛନ୍ତି। ସେ ଉକ୍ତ ଘଟଣା ଦିନ ସେଠାରେ ଉପସ୍ଥିତ ଥିବା ବେଳେ ଘଟଣାକୁ ସ୍ଵ ଚକ୍ଷୁରେ ଦେଖିଥିଲେ ବୋଲି କହିଛନ୍ତି। ଏହି ହତ୍ୟାକାଣ୍ଡରେ ଅନେକ ଜଣ ସାମିଲ ଥିବା ସହ ସେମାନେ ନିର୍ଦ୍ଵନ୍ଦରେ ବୁଲୁଛନ୍ତି, ତେଣୁ ଘଟଣାର ସିବିଆଇ ତଦନ୍ତ କରିବାକୁ ସେ କହିଛନ୍ତି। ସୂଚନା ଯୋଗ୍ୟ ଯେ ବ୍ରହ୍ମଚାରୀ ମାଧବ ଚୈତନ୍ୟ ମହାରାଜ ଵର୍ତ୍ତମାନ ମାଲକାନଗିରି ଜିଲ୍ଲା ବାଲିମେଳାର ଏକ ଆଶ୍ରମ ଦାୟିତ୍ୱରେ ଅଛନ୍ତି।

ଆହୁରି ପଢନ୍ତୁ :ଆମ ହସ୍ତତନ୍ତ ସ୍ଵଦେଶୀ, ସଂସ୍କୃତି ଓ ସମୃଦ୍ଧିର ପ୍ରତୀକ: ବୟନଶିଳ୍ପ ମନ୍ତ୍ରୀ