ନୂଆଦିଲ୍ଲୀ,୨୦।୩:  ପୂର୍ବତନ ବିଶ୍ବ ଚମ୍ପିଆନ୍ ପିଭି ସିନ୍ଧୁ ସିନ୍ଧୁଙ୍କ ଜାରି ରହିଛି ଖରାପ ଫର୍ମ।  ସ୍ବିସ୍ ଓପନ ୨୦୨୫ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ସିଙ୍ଗିଲ୍ସ ମୁକାବିଲାରେ ଡେନମାର୍କର ଜୁଲି ଜ୍ୟାକବସେନ୍‌ଙ୍କଠାରୁ  ପ୍ରଥମ ପ୍ରଥମ ରାଉଣ୍ଡରେ ୧୭-୨୧, ୧୯-୨୧ ସେଟ୍‌ରେ ରେ ପରାସ୍ତ ହୋଇଛନ୍ତି। ପ୍ରଥମ ରାଉଣ୍ଡରେ ବାହାର ହେବାପରେ ସିନ୍ଧୁ ଖୁବ୍ ନିରାଶ ହୋଇପଡିଥିଲେ। ସେ ରାଗରେ ନିଜ ରାକେଟ୍ ଫୋପାଡି ଦେଇଥିଲେ। ଡେନମାର୍କର ଜୁଲି ଡାଭଲ ଜ୍ୟାକବସେନଙ୍କଠାରୁ ହାରିବା ପରେ ଷ୍ଟାର ସଟଲର ନିଜର କିଛି ନିଷ୍ପତ୍ତିକୁ ନେଇ ନିରାଶ ହୋଇଥିଲେ।

ସିନ୍ଧୁ ମ୍ୟାଚ୍‌ ବେଳେ ଶେଷ ପଏଣ୍ଟ ହରାଇବା ପରେ ରାକେଟକୁ ଉପରକୁ ଫୋପାଡି ଦେଇଥିଲେ। ତେବେ ତଳେ ଖସିବା ପୂର୍ବରୁ ତାକୁ ଧରିନେଇଥିଲେ। ବୁଧବାର ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ସିନ୍ଧୁ ୬୧ ମିନିଟ ପର୍ଯ୍ୟନ୍ତ ଚାଲିଥିବା ମୁକାବିଲାରେ ଜୁଲି ଜ୍ୟାକବସେନଙ୍କଠାରୁ ୨୧-୧୭,୨୧-୧୯ ରେ ପରାଜିତ ହୋଇଥିଲେ। ସିନ୍ଧୁ ଚଳିତ ବର୍ଷ ଲଗାତାର ତୃତୀୟ ଥର ପ୍ରଥମ ରାଉଣ୍ଡରେ ହାରିଛନ୍ତି।

ପୁରୁଷ ସିଙ୍ଗଲ୍ସରେ, କିଦାମ୍ବି ଶ୍ରୀକାନ୍ତ BWF ସୁପର 300 ଟୁର୍ଣ୍ଣାମେଣ୍ଟର ତାଙ୍କ ପ୍ରଥମ ରାଉଣ୍ଡରେ ନିଜର ଦେଶର ଏଚ୍.ଏସ୍. ପ୍ରଣୟଙ୍କ ଠାରୁ ୨୩-୨୧, ୨୩-୨୧ ସେଟ୍‌ରେ ଜିତିଛନ୍ତି। ଶ୍ରୀକାନ୍ତ ଦ୍ୱିତୀୟ ରାଉଣ୍ଡରେ ଚୀନର ଲି ଶିଫେଙ୍ଗଙ୍କୁ ଭେଟିବେ। ସେଭଳି କ୍ବାଲିଫାଏର ଶଙ୍କର ସୁବ୍ରମଣ୍ୟନ୍ ୨୧-୫ ଓ ୨୧-୧୬ ସେଟ୍‌ରେ ମାଗନସ୍ ଜୋହାନସନଙ୍କୁ  ପରାସ୍ତ କରି ପୁରୁଷ ସିଙ୍ଗଲ୍ସର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

୩୫ତମ ସ୍ଥାନରେ ଥିବା ଭାରତୀୟ ସଟଲର ପ୍ରିୟାଂଶୁ ରାଜାୱତ ମାତ୍ର ୨୯ ମିନିଟ୍ ମଧ୍ୟରେ ସ୍ଥାନୀୟ ଖେଳାଳି ଟୋବିଆସ୍ କୁଏଞ୍ଜିଙ୍କୁ ୨୧-୧୦, ୨୧-୧୧ରେ ପରାସ୍ତ କରି ପୁରୁଷ ସିଙ୍ଗଲ୍ସ ଇଭେଣ୍ଟର ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏବେ ସେ ପରବର୍ତ୍ତୀ ରାଉଣ୍ଡରେ ଫ୍ରାନ୍ସର ଟୋମା ଜୁନିଅର ପୋପୋଭଙ୍କୁ ଭେଟିବେ।