ପ୍ରମୂଖ ଖବର
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ସ୍ବିସ୍ ଓପନ ୨୦୨୫: ପିଭି ସିନ୍ଧୁଙ୍କ ଖରାପ ଫର୍ମ ଜାରି, ପ୍ରଥମ ରାଉଣ୍ଡରେ ହାରିବା ପରେ ହେଲେ ବାହାର: ରାଗରେ ଫୋପାଡିଲେ ରାକେଟ୍ !

Published By : Prameya | March 20, 2025 7:43 PM

ନୂଆଦିଲ୍ଲୀ,୨୦।୩:  ପୂର୍ବତନ ବିଶ୍ବ ଚମ୍ପିଆନ୍ ପିଭି ସିନ୍ଧୁ ସିନ୍ଧୁଙ୍କ ଜାରି ରହିଛି ଖରାପ ଫର୍ମ।  ସ୍ବିସ୍ ଓପନ ୨୦୨୫ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ସିଙ୍ଗିଲ୍ସ ମୁକାବିଲାରେ ଡେନମାର୍କର ଜୁଲି ଜ୍ୟାକବସେନ୍‌ଙ୍କଠାରୁ  ପ୍ରଥମ ପ୍ରଥମ ରାଉଣ୍ଡରେ ୧୭-୨୧, ୧୯-୨୧ ସେଟ୍‌ରେ ରେ ପରାସ୍ତ ହୋଇଛନ୍ତି। ପ୍ରଥମ ରାଉଣ୍ଡରେ ବାହାର ହେବାପରେ ସିନ୍ଧୁ ଖୁବ୍ ନିରାଶ ହୋଇପଡିଥିଲେ। ସେ ରାଗରେ ନିଜ ରାକେଟ୍ ଫୋପାଡି ଦେଇଥିଲେ। ଡେନମାର୍କର ଜୁଲି ଡାଭଲ ଜ୍ୟାକବସେନଙ୍କଠାରୁ ହାରିବା ପରେ ଷ୍ଟାର ସଟଲର ନିଜର କିଛି ନିଷ୍ପତ୍ତିକୁ ନେଇ ନିରାଶ ହୋଇଥିଲେ।

ସିନ୍ଧୁ ମ୍ୟାଚ୍‌ ବେଳେ ଶେଷ ପଏଣ୍ଟ ହରାଇବା ପରେ ରାକେଟକୁ ଉପରକୁ ଫୋପାଡି ଦେଇଥିଲେ। ତେବେ ତଳେ ଖସିବା ପୂର୍ବରୁ ତାକୁ ଧରିନେଇଥିଲେ। ବୁଧବାର ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ସିନ୍ଧୁ ୬୧ ମିନିଟ ପର୍ଯ୍ୟନ୍ତ ଚାଲିଥିବା ମୁକାବିଲାରେ ଜୁଲି ଜ୍ୟାକବସେନଙ୍କଠାରୁ ୨୧-୧୭,୨୧-୧୯ ରେ ପରାଜିତ ହୋଇଥିଲେ। ସିନ୍ଧୁ ଚଳିତ ବର୍ଷ ଲଗାତାର ତୃତୀୟ ଥର ପ୍ରଥମ ରାଉଣ୍ଡରେ ହାରିଛନ୍ତି।

ପୁରୁଷ ସିଙ୍ଗଲ୍ସରେ, କିଦାମ୍ବି ଶ୍ରୀକାନ୍ତ BWF ସୁପର 300 ଟୁର୍ଣ୍ଣାମେଣ୍ଟର ତାଙ୍କ ପ୍ରଥମ ରାଉଣ୍ଡରେ ନିଜର ଦେଶର ଏଚ୍.ଏସ୍. ପ୍ରଣୟଙ୍କ ଠାରୁ ୨୩-୨୧, ୨୩-୨୧ ସେଟ୍‌ରେ ଜିତିଛନ୍ତି। ଶ୍ରୀକାନ୍ତ ଦ୍ୱିତୀୟ ରାଉଣ୍ଡରେ ଚୀନର ଲି ଶିଫେଙ୍ଗଙ୍କୁ ଭେଟିବେ। ସେଭଳି କ୍ବାଲିଫାଏର ଶଙ୍କର ସୁବ୍ରମଣ୍ୟନ୍ ୨୧-୫ ଓ ୨୧-୧୬ ସେଟ୍‌ରେ ମାଗନସ୍ ଜୋହାନସନଙ୍କୁ  ପରାସ୍ତ କରି ପୁରୁଷ ସିଙ୍ଗଲ୍ସର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

୩୫ତମ ସ୍ଥାନରେ ଥିବା ଭାରତୀୟ ସଟଲର ପ୍ରିୟାଂଶୁ ରାଜାୱତ ମାତ୍ର ୨୯ ମିନିଟ୍ ମଧ୍ୟରେ ସ୍ଥାନୀୟ ଖେଳାଳି ଟୋବିଆସ୍ କୁଏଞ୍ଜିଙ୍କୁ ୨୧-୧୦, ୨୧-୧୧ରେ ପରାସ୍ତ କରି ପୁରୁଷ ସିଙ୍ଗଲ୍ସ ଇଭେଣ୍ଟର ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏବେ ସେ ପରବର୍ତ୍ତୀ ରାଉଣ୍ଡରେ ଫ୍ରାନ୍ସର ଟୋମା ଜୁନିଅର ପୋପୋଭଙ୍କୁ ଭେଟିବେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.