• ସ୍ବିଜରଲ୍ୟାଣ୍ଡରେ ବାର୍‌ରେ​​​​​​​ ଅଗ୍ନିକାଣ୍ଡ ଘଟଣା
  • ମୃତ୍ୟୁ ସଂଖ୍ୟା ୪୦କୁ ବୃଦ୍ଧି, ଅନେକ ଗୁରୁତର
  • ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଅନୁମାନ

ନୂଆଦିଲ୍ଲୀ, ୧।୧: ସ୍ବିଜରଲ୍ୟାଣ୍ଡର ଲୋକପ୍ରିୟ ପର୍ଟଟନସ୍ଥଳୀ କ୍ରାନ୍ସ-ମୋଣ୍ଟାନାରେ ଜିରୋ ନାଇଟ୍ ସେଲିବ୍ରେସନ ବେଳେ ବାରରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି ।  ବିସ୍ଫୋରଣରେ ଶେଷ ଖବର ସୁଦ୍ଧା ୪୦ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏନେଇ ଇଟାଲୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଏହାସହ ପ୍ରଥମେ ଏକ ଖବର ପ୍ରକାଶ ପାଇଥିଲା କି, ଆତଙ୍କବାଦୀ ଆକ୍ରମଣ ହୋଇଛି । ମାତ୍ର ଏହା ଅଗ୍ନିକାଣ୍ଡ ଯୋଗୁ ଘଟିଛି ସ୍ପଷ୍ଟ କରାଯାଇଛି । ତେବେ ବିସ୍ଫୋରଣ ସମୟରେ ସେହି ସ୍ଥାନରେ ପାଖାପାଖି ୧୫୦ରୁ ଅଧିକ ଲୋକ ଥିଲେ ।

ସେପଟେ ବିସ୍ଫୋରଣ ପରେ ଘଟିଥିବା ଅଗ୍ନିକାଣ୍ଡର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସେପଟେ ପୁଲିସ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । କ୍ରାନ୍ସ-ମୋଣ୍ଟାନା ଉପରେ ଏକ ନୋ-ଫ୍ଲାଏ ଜୋନ୍ ମଧ୍ୟ ଲାଗୁ କରାଯାଇଛି। ସ୍ୱିଜରଲ୍ୟାଣ୍ଡର ଭାଲାଇସ୍ କାଣ୍ଟନର ପବ୍ଲିକ୍ ପ୍ରସିକ୍ୟୁଟର-ଜେନେରାଲ ବ୍ରିଟିଶ୍ ପିଲୌଡ୍ କହିଛନ୍ତି ଯେ କର୍ତ୍ତୃପକ୍ଷ "ନାଟକୀୟ ପରିସ୍ଥିତି" ପାଇଁ ପରିସ୍ଥିତି ନିର୍ଣ୍ଣୟ କରିବା ପାଇଁ ଏକ ତଦନ୍ତ ଆରମ୍ଭ କରିଛନ୍ତି।

କହିରଖୁଛୁ ଯେ, କ୍ରାନ୍ସ-ମୋଣ୍ଟାନା ସ୍ୱିଜରଲ୍ୟାଣ୍ଡର ଆଲ୍ପସ୍ ପର୍ବତ ମଝିରେ ଅବସ୍ଥିତ ଏକ ସୁନ୍ଦର ସ୍କି ରିଜର୍ଟ, ଯେଉଁଠାରେ ସ୍କିଂ, ସ୍ନୋବୋର୍ଡିଂ ଓ ଗଲ୍ଫ ପାଇଁ ବିଶ୍ୱରୁ ପର୍ଯ୍ୟଟକ ଆସନ୍ତି । ଏହା ସ୍ୱିଜରଲ୍ୟାଣ୍ଡର ରାଜଧାନୀ ବେର୍ନରୁ ପ୍ରାୟ ୨ ଘଣ୍ଟା ଦୂରରେ ଅବସ୍ଥିତ । ପୂର୍ବରୁ ମଧ୍ୟ ଜେନେଭାର ପୁରୁଣା ଲକ୍‌ ଜରୀ ହୋଟେଲ ଫୋର୍ ସିଜିନ୍ସ ହୋଟେଲ ଦେସ୍ ବରଗେସ୍ ରେ ଆଗ୍ନିକାଣ୍ଡ ଘଟିଥିଲା, ଯେଉଁଥିରେ କିଛି ଲୋକ ଆହତ ହୋଇଥିଲେ। ପ୍ରତିବର୍ଷ ଗରମ ଓ ଶୁଷ୍କ ପାଗ ଅନୁଭୂତ ହେଉଥିବାରୁ ସ୍ୱିଜରଲ୍ୟାଣ୍ଡ ଜଙ୍ଗଲ ଅଗ୍ନିକାଣ୍ଡ ଭଳି ସମସ୍ୟାର ସମ୍ମୁଖୀନ ହୁଏ । ୨୦୦୧ରୁ ୨୦୨୪ ମଧ୍ୟରେ ଏହି ଦେଶର ୩% ଠାରୁ ଅଧିକ ଜଙ୍ଗଲ ଅଞ୍ଚଳ ଅଗ୍ନିକାଣ୍ଡରେ ଜଳିଯାଇଛି ।