ନୂଆଦିଲ୍ଲୀ, ୫/୩ : ଲଗାତାର ଭାରତ ବିପକ୍ଷରେ ପ୍ରତିକ୍ରିୟା ରଖୁଛନ୍ତି ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲର ମହମ୍ମଦ ଆମୀର । କେତେବେଳେ କହୁଥିଲେ ଭାରତ ଟି-୨୦ ବିଶ୍ବକପର ସେମିଫାଇନାଲରେ ପହଞ୍ଚି ପାରିବନି ତ ଆଉ କେତେବେଳେ ଅଭିଶେକ ଶର୍ମାଙ୍କୁ ଖେଳ ଜଣାନାହିଁ କରି ସମାଲୋଚନା କରିଛନ୍ତି । ଏବେ ଭାରତ ସେମିରେ ପହଞ୍ଚିଥିବାବେଳେ ଫାଇନାଲକୁ ଯାଇପାରିବ ନାହିଁ ବୋଲି ମଧ୍ୟ କହୁଛନ୍ତି । ବାରମ୍ବାର ଭାରତ ବିପକ୍ଷରେ ତାଙ୍କର ମନ୍ତବ୍ୟକୁ ନେଇ ବର୍ଷିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ୍ । ସେ କହିଛନ୍ତି କି, କେବଳ ଖବରର ଶିରୋନାମାରେ ରହିବା ପାଇଁ ଏଭଳି ପ୍ରତିକ୍ରିୟା ରଖୁଛନ୍ତି ।
ମହମ୍ମଦ ଆମୀର ଜାଣିଥିଲେ କି, ଭାରତ ଡିଫେଣ୍ଡିଂ ଚାମ୍ପିୟନ ହୋଇଥିବାରୁ ସେମିରେ ପହଞ୍ଚିବ । କିନ୍ତୁ ଜାଣିଶୁଣି ଏଭଳି ତଳସ୍ତରକୁ ଯାଇ ପ୍ରତିକ୍ରିୟା ରଖି ଖବରରେ ରହିବା ପାଇଁ ଚାହୁଁଛନ୍ତି । ଆମେ ସେମାନଙ୍କ ଗୁରୁତ୍ବ ଦେବା ଉଚିତ୍ ନୁହେଁ । ସେ ୨୦୨୪ ମସିହାର ଟି-୨୦ ବିଶ୍ବକପରେ ଆମେରିକା ବିପକ୍ଷରେ ପାକିସ୍ତାନର ପରାଜୟ କଥା କହି ସମାଲୋଚନା କରିଛନ୍ତି । କହିଛନ୍ତି କି, ସୁପର ଓଭରରେ ସର୍ବାଧିକ ଓ୍ବାଇଡ୍ ଦେଇ ପାକିସ୍ତାନକୁ ହରାଇଥିଲେ । ଆମେରିକା ବିପକ୍ଷରେ ଏତେ ଚାପରେ ରହିଥିଲେ ଆଉ ଏତେ ଓ୍ବାଇଡ୍ ରନ୍ ଦେଇଥିଲେ ।
ଏହାସହ ପଢ଼ନ୍ତୁ : ଆସିଲା ଅର୍ଜୁନଙ୍କ ବିବାହ ଫଟୋ, ଗୋଲାପୀ ଶାଢ଼ୀରେ ସୁନ୍ଦର ଦିଶିଲେ ସାରା