ନୂଆଦିଲ୍ଲୀ, ୭/୩ : ଟି-୨୦ ବିଶ୍ବକପ ୨୦୨୬ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ରବିବାର ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଫାଇନାଲ ଟକ୍କର । ଦକ୍ଷିଣଆଫ୍ରିକାକୁ ହରାଇ ନ୍ୟୁଜିଲାଣ୍ଡ ପ୍ରଥମେ ଫାଇନାଲରେ ସ୍ଥାନ ପକ୍କା କରିଥିବାବେଳେ ଇଂଲଣ୍ଡକୁ ହରାଇ ଦ୍ବିତୀୟ ଦଳ ଭାବେ ଫାଇନାଲରେ ପହଞ୍ଚିଛି ଟିମ୍ ଇଣ୍ଡିଆ । ମାର୍ଚ୍ଚ ୮ ତାରିଖରେ ଉଭୟ ଦଳ ମଧ୍ୟରେ ଖେଳାଯିବ ଗ୍ରାଣ୍ଡାଫାଇନାଲ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଫାଇନାଲ । ଆଇସିସିର ଏହି ଟୁର୍ଣ୍ଣାମେଣ୍ଟରେ ବିଜୟୀ ଦଳ ପାଇଁ ବଡ଼ ପୁରଷ୍କାର ରାଶି ରହିଛି । ତେବେ ସମୁଦାୟ ଟୁର୍ଣ୍ଣାମେଣ୍ଟରେ ପୁରଷ୍କାର ରାଶି ରହିଛି ୧୦୩ କୋଟି ।
ଭାରତ ଏବେ ଫାଇନାଲରେ ପ୍ରବେଶ କରିଛି । ଯଦି ଭାରତ ଚାମ୍ପିୟନ ହୁଏ ତାହେଲେ ୨୧.୫୧ କୋଟି ଟଙ୍କାର ପୁରଷ୍କାର ରାଶି ରହିଛି । ଭାରତ ଯଦି ତୃତୀୟଥର ଚାମ୍ପିୟନ ହୁଏ ତାହେଲେ ଏହି ରାଶି ପାଇବ । ଯଦି ଭାରତ ରନର୍ସଅପ୍ ହୁଏ ତାହେଲେ ୧୦.୭୫ କୋଟି ଟଙ୍କା ପାଇବ । ସମାନ ଭାବେ ନ୍ୟୁଜିଲାଣ୍ଡ ଯଦି ଚାମ୍ପିୟନ ହୁଏ ତାହେଲେ ୨୧.୫୧ ଏବଂ ଉପବିଜେତା ହେଲେ ୧୦.୭୫ କୋଟି ଟଙ୍କାର ପରୁଷ୍କାର ରାଶି ପାଇବ ।
ଆଇସିସିର ପୁରଷ୍କାର ରାଶି ଅନୁଯାୟୀ ସେମିଫାଇନାଲରେ ହାରିଥିବା ଦଳ ଦକ୍ଷିଣଆଫ୍ରିକା ଏବଂ ଇଂଲଣ୍ଡ ୬.୨୦ କୋଟି ଟଙ୍କା ଲେଖାଏ ପାଇବେ । ଏହାସହ ପଞ୍ଚମରୁ ଅଷ୍ଟମ ସ୍ଥାନ ମଧ୍ୟରେ ରହିଥିବା ଦଳମାନେ ୨.୪୮ କୋଟି ଟଙ୍କା ଲେଖାଏଁ ପାଇବେ । ଏହାସହ ୯ରୁ ୧୨ ନମ୍ବର ମଧ୍ୟରେ ରହିଥିବା ଦଳମାନେ ୧.୨୪ କୋଟି ଟଙ୍କା ଲେଖାଏଁ ପାଇବେ । ସେପଟେ ୧୩ରୁ ୨୦ ନମ୍ବର ମଧ୍ୟରେ ରହିଥିବା ଦଳ ୧.୦୩ କୋଟି ଟଙ୍କା ପାଇବେ । ଏଭଳି ଭାବେ ସମସ୍ତ ଦମାନଙ୍କୁ ଆଇସିସି ପକ୍ଷରୁ ପୁରଷ୍କାର ରାଶି ପ୍ରଦାନ କରାଯିବ ।
ଏହାସହ ପଢ଼ନ୍ତୁ : ଟି-୨୦ ବିଶ୍ବକପ ଫାଇନାଲ ମୁକାବିଲା : ଯଦି ଖେଳ ନୁହୁଏ କ’ଣ ହେବ ?