ନୂଆଦିଲ୍ଲୀ, ୨୪/୨ : ଚାଲିଛି ଟି-୨୦ ବିଶ୍ବକପର ସୁପର-୮ ମୁକାବିଲା । ପ୍ରଥମ ମ୍ୟାଚରେ ଭାରତ ଦକ୍ଷିଣଆଫ୍ରିକାଠାରୁ ହାରିଛି । ଦ୍ବିତୀୟ ମ୍ୟାଚ ପୂର୍ବରୁ ଦଳକୁ ଲାଗିଛି ଝଟକା । ରିଙ୍କୁ ସିଂହ ଘରକୁ ଫେରିଛନ୍ତି । ସେ ଜରୁରୀକାଳିନ କାମ ଥିବାରୁ ଟୁର୍ଣ୍ଣାମେଣ୍ଟ ଅଧାରୁ ଘରକୁ ଫେରିବାକୁ ବାଧ୍ୟ ହୋଇଛନ୍ତି । ଚେନ୍ନାଇରୁ ଅଭ୍ୟାସ ଛାଡ଼ି ଘରକୁ ଫେରିଛନ୍ତି ରିଙ୍କୁ । ତାଙ୍କ ବାପାଖାନଚନ୍ଦ ସିଂଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ରହିଛି। ତାଙ୍କ ପିତାଙ୍କ ଲିଭର କ୍ୟାନସର ଚତୁର୍ଥ ଷ୍ଟେଜରେ ପହଞ୍ଚିଛି। ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି।
ଜିମ୍ବାଓ୍ବେ ବିପକ୍ଷରେ ମ୍ୟାଚ୍ ପୂର୍ବରୁରିଙ୍କୁ ସୋମବାର ଭାରତୀୟ ଦଳ ସହ ଚେନ୍ନାଇ ପହଞ୍ଚିଥିଲେ। ତେବେ ବାପାଙ୍କ ଅସୁସ୍ଥତା ଖବର ପାଇବା ପରେ ମଙ୍ଗଳବାର ସକାଳେ ଚେନ୍ନାଇରୁ ବାହାରିଥିଲେ। ତେଣୁ ରିଙ୍କୁଙ୍କ ଫେବୃଆରୀ ୨୬ରେ ଜିମ୍ବାଓ୍ଵେ ବିପକ୍ଷ ମ୍ୟାଚ୍ ଖେଳିବାର ସମ୍ଭାବନା ନାହିଁ। ଏହି ଘଟଣା କାରଣରୁ ରିଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଦଳର ଅଭ୍ୟାସ ସମୟରେ ଯୋଗ ଦେଇପାରିନଥିଲେ ।
ସେପଟେ ଆମେ ଯଦି ରିଙ୍କୁ ସିଂହଙ୍କ କଥା କହିବା ତାହେଲେ ଚଳିତ ଟି-୨୦ ବିଶ୍ବକପରେ ସେ ବଡ଼ ପାଳି ଖେଳିବାରେ ଅସମର୍ଥ ହୋଇଛନ୍ତି । ୫ ପାଳିରେ ମାତ୍ର ୨୪ ରନ କରିଛନ୍ତି । ଭାରତ ପ୍ରଥମ ମ୍ୟାଚରେ ହାରିବା ପରେ ଏବେ ସେମିଫାଇନାଲରେ ପହଞ୍ଚିବା କଷ୍ଟ ହୋଇଯାଇଛି । ଶେଷ ଦୁଇ ମ୍ୟାଚରେ ବିଜୟ ହେଲେ ମଧ୍ୟ ରନ୍ ରେଟ୍ ଉପରେ ନିର୍ଭର କରିବାକୁ ପଡ଼ିବ । ଏହାସହ ଅନ୍ୟ ଦଳଙ୍କ ବିଜୟ ପରାଜୟ ଭାରତର ସେମି ରାସ୍ତା ଉପରେ ନିର୍ଭର କରୁଛି ।
ଏହାସହ ପଢ଼ନ୍ତୁ : ୨୦ ଘଣ୍ଟା ପରେ ଲିଭିଲା ସୁପରମାର୍ଟ ନିଆଁ