ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଆଇସିସି ଟି-୨୦ ବିଶ୍ୱକପ୍‌ର ପୂରା ସିଡ୍ୟୁଲ ଘୋଷଣା ହୋଇଛି। ପ୍ରଥମ ମ୍ୟାଚ୍ ୭ ଫେବ୍ରୁଆରୀ ୨୦୨୬ରେ ଖେଳା ଯିବ। ଏହି ଟୁର୍ଣ୍ଣାମେଣ୍ଟରେ ୨୦ଟି ଟିମ୍ ଭାଗ ନେବେ। ଭାରତ ଡିଫେଣ୍ଡିଂ ଚମ୍ପିୟାନ ଭାବେ ମୈଦାନକୁ ଓହ୍ଲାଇବ।

୮ ଭେନ୍ୟୁରେ ହେବ ବିଶ୍ୱକପ୍ –

ଜୟ ଶାହ ଘୋଷଣା କରିଛନ୍ତି ଯେ, ଏହି ପୂରା ଟୁର୍ଣ୍ଣାମେଣ୍ଟ ୮ ଭେନ୍ୟୁରେ ଖେଳାଯିବ। ଏଥିରେ ୫ଟି ଭାରତର ହେବ, ଅନ୍ୟ ୩ଟି ଭେନ୍ୟୁ ଶ୍ରୀଲଙ୍କାର ହେବ , ଯେଉଁଠି ବିଶ୍ୱକପ୍ ମ୍ୟାଚ୍ ଖେଳାଯିବ 

ଜାଣନ୍ତୁ କେଉଁଠି ହେବ ଏହି ସବୁ ମ୍ୟାଚ୍ :

ଭାରତ –

ଅରୁଣ ଜେଟଲି ଷ୍ଟାଡିୟମ୍, ଦିଲ୍ଲୀ

ଇଡେନ୍ ଗାର୍ଡେନ୍ସ , କୋଲକାତା

ଏମ.ଏ.ଚିଦାମ୍ୱରମ୍ ଷ୍ଟାଡିୟମ , ଚେନ୍ନାଇ

ନରେନ୍ଦ୍ର ମୋଦି ଷ୍ଟାଡିୟମ, ଅହମ୍ମଦାବାଦ

ୱାନଖେଡେ ଷ୍ଟାଡିୟମ ,ମୁମ୍ୱାଇ

ଶ୍ରୀଲଙ୍କା –

ପଲ୍ଲେକେଲେ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମ , କ୍ୟାଣ୍ଡି

ଆର୍.ପ୍ରେମଦାସା ଷ୍ଟାଡିୟମ୍ , କୋଲମ୍ୱୋ

ସିନାଲେସ୍ ସ୍ପୋର୍ଟସ କ୍ଲବ୍, କୋଲମ୍ୱୋ

ଆଇସିସି ଟି-୨୦ ବିଶ୍ୱକପ୍‌ର ପୂରା ସିଡ୍ୟୁଲ୍‌ –

ଏହି ଟୁର୍ଣ୍ଣାମେଣ୍ଟ ୭ ଫେବ୍ରୁଆରୀରେ ଭାରତ-ଆମେରିକା ମଧ୍ୟରେ ମ୍ୟାଚ୍‌ରୁ ଆରମ୍ଭ ହେବ। ଏହି ଦିନ ତିନୋଟି ମୁକାବିଲା ଅଛି। ସେପଟେ ସେମିଫାଇନାଲ ମ୍ୟାଚ୍‌ ୪ ଓ ୫ ମ୍ୟାଚ୍‌ରେ ଖେଳାଯିବ। ଏବଂ ଫାଇନାଲ ୮ ମାର୍ଚ୍ଚରେ ହେବ। 

କେବେ କିଏ ଜିତିଛନ୍ତି ଟି-୨୦ ବିଶ୍ୱକପ୍‌ –

୨୦୦୭ରେ ଭାରତ

୨୦୦୯ରେ ପାକିସ୍ତାନ

୨୦୧୦ରେ ଇଂଲଣ୍ଡ

୨୦୧୨ରେ ୱେଷ୍ଟ ଇଣ୍ଡିଜ୍‌

୨୦୧୪ରେ ଶ୍ରୀଲଙ୍କା

୨୦୧୬ରେ ୱେଷ୍ଟ ଇଣ୍ଡିଜ୍‌

୨୦୨୧ ରେ ଅଷ୍ଟ୍ରେଲିଆ