ମୁମ୍ବାଇ,୨୫/୨ : ଟି-୨୦ ବିଶ୍ବକପ୍ ୨୦୨୬ର ପ୍ରଥମ ହାଟ୍ରିକ ଓ୍ବେଷ୍ଟଇଣ୍ଡିଜର ରୋମାରିୟୋ ଶୋଫଇ ସ୍କଟଲ୍ୟାଣ୍ଡ ବିପକ୍ଷ ଇଡେନ ଗାର୍ଡ଼େନ୍ସରେ ନେଇଛନ୍ତି । ସେହିଭଳି ପୂର୍ବ ଥର ତଥା ୨୦୨୪ର ଟି-୨୦ ବିଶ୍ବକପରେ ତିନି ହାଟ୍ରିକ ଦେଖିବାକୁ ମିଳିଥିଲା । କିନ୍ତୁ ସେଥିରେ ବି କୌଣସି ଭାରତୀୟଙ୍କ ନାଁ ସାମିଲ୍ ନ ଥିଲା । ଆସନ୍ତୁ ଜାଣିବା କି ୨୦୦୭ରୁ ନେଇ ଏବେ ପର୍ଯ୍ୟନ୍ତ ଟି-୨୦ ବିଶ୍ବକପରେ କେଉଁ କେଉଁ ବୋଲର ହାଟ୍ରିକ ନେଇ କମାଲ୍ କରିଛନ୍ତି ।
ଏବେ ପର୍ଯ୍ୟନ୍ତ ଟି-୨୦ ବିଶ୍ବକପରେ ପ୍ରାୟ ୧୦ଜଣ ହାଟ୍ରିକ ନେଇ ସାରିଛନ୍ତି । ୨୦୦୭ରେ ପ୍ରଥମ ହାଟ୍ରିକ ଅଷ୍ଟେ୍ରଲିଆର ଭେଟରାନ୍ ବୋଲର ବ୍ରେଟ ଲି ବାଂଲାଦେଶ ବିପକ୍ଷ କେପଟାଉନରେ ନେଇଥିଲେ। ଏହାପରେ ଦ୍ବିତୀୟ ହାଟ୍ରିକ ଦେଖିବା ଲାଗି ଫ୍ୟାନ୍ସଙ୍କୁ ୧୪ବର୍ଷର ଲମ୍ବା ସମୟ ଅପେକ୍ଷା କରିବାକୁ ପଡ଼ିଥିଲା। ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ହାଟ୍ରିକ୍ ୨୦୨୧ରେ ଆସିଥିଲା । ୧୦ରୁ ୯ହାଟ୍ରିକ୍ ୨୦୨୧ରୁ ୨୦୨୬ମଧ୍ୟରେ ହୋଇଥିଲା । ଯାହାକି ଏକ ହାଟ୍ରିକ ୨୦୦୭ରୁ ୨୦୨୧ମଧ୍ୟରେ ଆସିଥିଲା ।
ଟି-୨୦ ବିଶ୍ବକପରେ ହାଟ୍ରିକ୍ ନେଇଥିବା ବୋଲରଙ୍କ ଲିଷ୍ଟରେ କୌଣସି ବି ଭାରତୀୟ ବୋଲରଙ୍କ ନାଁ ସାମିଲ୍ ନାହିଁ । ଗୋଟିଏ ଥର ଏଭଳି ହୋଇଛି କି ୪ବଲରେ ୪ଓ୍ବିକେଟ୍ ନେଇଛନ୍ତି । ଏହି ଧମାଲ୍ କର୍ଟିସ କ୍ୟାମ୍ପର ୨୦୨୧ରେ କରିଥିଲେ । ସେହିଭଳି ଲିଷ୍ଟରେ ପ୍ୟାଟ କମିନ୍ସ ଏଭଳି ଜଣେ ବୋଲର ଅଟନ୍ତି ଯାହାଙ୍କ ନାଁ ୨ଥର ରହିଛି । ଆସନ୍ତୁ ଜାଣିବା ଲିଷ୍ଟରେ କାହାର ନାଁ ରହିଛି ।
ଖେଳାଳୀ ମ୍ୟାଚ୍ ଭେନ୍ୟୁ ବର୍ଷ
ରୋମରିୟୋ – ଓ୍ବେଷ୍ଟଇଣ୍ଡିଜ ବନାମ ଷ୍ଟଟଲ୍ୟାଣ୍ଡ – ଇଡେନ ଗାର୍ଡ଼େନ୍ସ- ୨୦୨୬
କ୍ରିସ ଜାର୍ଡ଼ନ – ଇଂଲଣ୍ଡ ବନାମ ୟୁଏସଏ – ବ୍ରିଜଟାଉନ – ୨୦୨୪
ପ୍ୟାଟ କମିନ୍ସ – ଅଷ୍ଟେ୍ରଲିଆ ବନାମ ଆଫଗାନିସ୍ତାନ – କିଙ୍ଗ୍ସଟାଉନ- ୨୦୨୪
ପ୍ୟାଟ କମିନ୍ସ- ଅଷ୍ଟେ୍ରଲିଆ ବନାମ ବାଂଲାଦେଶ – ନର୍ଥ ସାଉଣ୍ଡ – ୨୦୨୪
ଜୋଶ ଲିଟିଲ – ଆୟରଲ୍ୟାଣ୍ଡ ବନାମ ନ୍ୟୁଜିଲାଣ୍ଡ- ଏଡିଲେଡ- ୨୦୨୨
କାର୍ତ୍ତିକ ମୟପ୍ପନ- ୟୁଏଇ ବନାମ ଶ୍ରୀଲଙ୍କା- ଜିଲୋଙ୍ଗ- ୨୦୨୨
କଗିସୋ ରବାଡ଼ା- ଦକ୍ଷିଣ ଆଫ୍ରିକା ବନାମ ଇଂଲଣ୍ଡ- ଶାରଜାହ- ୨୦୨୧
ବନିନ୍ଦୁ ହସରଙ୍ଗା- ଶ୍ରୀଲଙ୍କା ବନାମ ଦକ୍ଷିଣ ଆଫ୍ରିକା- ଶାରଜାହ- ୨୦୨୧
କର୍ଟିସ କ୍ୟାମ୍ପର – ଆୟରଲ୍ୟାଣ୍ଡ ବନାମ ନେଦରଲ୍ୟାଣ୍ଡ- ଆବୁ ଧାବି- ୨୦୨୧
ବ୍ରେଟ ଲି- ଅଷ୍ଟେ୍ରଲିଆ ବନାମ ବାଂଲାଦେଶ- କେପ ଟାଉନ - ୨୦୦୭