ନୂଆଦିଲ୍ଲୀ, ୨୫/୨ : କେମିତି ସେମିଫାଇନାଲରେ ପହଞ୍ଚିବ ଟିମ୍ ଇଣ୍ଡିଆ ? ଦକ୍ଷିଣଆଫ୍ରିକା ବିପକ୍ଷ ମ୍ୟାଚରେ ପରାଜୟ ଯେତେ ଚିନ୍ତା ବଢ଼ାଇଥିଲା ଓ୍ବେଷ୍ଟଇଣ୍ଡିଜ୍-ଜିମ୍ବାଓ୍ବେ ମ୍ୟାଚ ଭାରତ ପାଇଁ ମଧ୍ୟ ଅଧିକ ଚିନ୍ତାର କାରଣ ପାଲଟିଛି । ୧୦୭ ରନର ବଡ଼ ବିଜୟ ହାସଲ କରିଥିବା ଓ୍ବେଷ୍ଟଇଣ୍ଡିଜର ରନରେଟ୍ ବହୁତ ଭଲ ରହିଛି । ଏହାସହ ଭାରତ ଏବେ -୩ ରୁ ଅଧିକ ରହିଛି । ଏଣୁ ଶେଷ ୨ ମ୍ୟାଚରେ ଜିତିଲେ ମଧ୍ୟ ବାକି ଦଳଙ୍କ ଖେଳ ଉପରେ ମଧ୍ୟ ଭାରତର ସେମି ରାସ୍ତା ନିର୍ଭର କରୁଛି ।
ଯଦି ଭାରତ-ଦକ୍ଷିଣଆଫ୍ରିକା ଏବଂ ଓ୍ବେଷ୍ଟଇଣ୍ଡିଜ୍ ଦୁଇଟି ଲେଖାଏଁ ମ୍ୟାଚ ଜିତନ୍ତି ତାହେଲେ ଭାରତ ସେମିଫାଇନାଲରେ ପହଞ୍ଚିବା କଷ୍ଟସାଧ୍ୟ । କାରଣ ଦକ୍ଷିଣଆଫ୍ରିକା ବିପକ୍ଷ ପରାଜୟ ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଟିମ୍ ଇଣ୍ଡିଆକୁ ପ୍ରଥମେ ଜିମ୍ବାଓ୍ବେ ଏବଂ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ବଡ଼ ରନ୍ ବ୍ୟବଧାନରେ ଜିତିବାକୁ ପଡ଼ିବ । ଏହାସହ ଦକ୍ଷିଣଆଫ୍ରିକା ଶେଷ ଦୁଇ ମ୍ୟାଚରେ ଯଦି ଓ୍ବେଷ୍ଟଇଣ୍ଡିଜ୍ ଏବଂ ଜିମ୍ବାଓ୍ବେଠାରୁ ହାରେ ତାହେଲେ ଭାରତର ସେମି ଆଶା ଅଧିକ ଉଜ୍ଜିବିତ ହେବ। ମାତ୍ର ଏହା ଏକପ୍ରକାର ଅସମ୍ଭବ । ଦକ୍ଷିଣଆଫ୍ରିକା ଏବେ ଦମଦାର ଫର୍ମରେ ରହିଛି । ଏଣୁ ପରାଜୟ କଥା ଚିନ୍ତା କରିବା କଷ୍ଟକର । ଏହାସହ ଲିଗ ପର୍ଯ୍ୟାୟରେ କମାଲ କରିଥିବା ଜିମ୍ବାଓ୍ବେକୁ ମଧ୍ୟ ସହଜ ଭାବିବା ଭୁଲ୍ ପ୍ରମାଣିତ ହୋଇପାରେ ।
ଏହାସହ ପଢ଼ନ୍ତୁ : ଜିମ୍ବାଓ୍ବେ ବିପକ୍ଷ ମ୍ୟାଚରେ ଖେଳିବେ ତ ରିଙ୍କୁ ସିଂହ ? ବ୍ୟାଟିଂ କୋଚ୍ କହିଲେ....